ନୟାଗଡରେ ବନ୍ୟା ସ୍ଥିତି: ଜଳବନ୍ଦୀ ୫ ହଜାର ଗ୍ରାମବାସୀ, ପହଞ୍ଚିନି ପ୍ରଶାସନ

author img

By

Published : Sep 15, 2021, 8:46 PM IST

ଜଳବନ୍ଦୀ 3 ପଞ୍ଚାୟତର ଲୋକେ, ପହଞ୍ଚୁନି ପ୍ରଶାସନ

ନୟାଗଡ଼ରେ ବନ୍ୟାର ଭୟାବହ ସ୍ଥିତି ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖାଦେଇଛି ସମସ୍ୟା । ଜଳାର୍ଣ୍ଣବ ହୋଇଛି ଶତାଧିକ ଗାଁ । ଅଧିକ ପଢନ୍ତୁ...

ନୟାଗଡ଼: ନୟାଗଡ଼ରେ ବନ୍ୟାର ଭୟାବହ ସ୍ଥିତି ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖାଦେଇଛି ସମସ୍ୟା । ଜଳାର୍ଣ୍ଣବ ହୋଇଛି ଶତାଧିକ ଗାଁ । ଭାପୁର ବ୍ଲକ ଶାଳଧରିଆ, ଭଗବାନପୁର, ବିରିଡ଼ିହ ପଞ୍ଚାୟତର 10ଟି ଗାଁର ପ୍ରାୟ 5 ହଜାର ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି, ଗାଁରୁ ବାହାରି ପାରୁନାହାନ୍ତି ଲୋକେ ।

ଜଳବନ୍ଦୀ 3 ପଞ୍ଚାୟତର ଲୋକେ, ପହଞ୍ଚୁନି ପ୍ରଶାସନ

ଜରୁରୀକାଳୀନ ସ୍ଥିତିକୁ ଏଡ଼ାଇବା ପାଇଁ ପ୍ରଶାସନ ଏଯାବତ ପହଞ୍ଚିପାରି ନାହିଁ । ଏହି ଅଞ୍ଚଳରେ ଅନେକ କଚ୍ଚାଘର ଭାଙ୍ଗିବା ଅବସ୍ଥାରେ l ବନ୍ୟା ଜଳ ଗାଁରେ ପ୍ରବେଶ କରିବାରୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଖାଇବା ପିଇବାକୁ ନେଇ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ । କିନ୍ତୁ ପ୍ରଶାସନର ଏଯାବତ ଦେଖା ନଥିବା ଜଣାପଡ଼ିଛି । ଉଦ୍ଧାର ପାଇଁ କିମ୍ବା କୌଣସି ସୁବିଧା ସୁଯୋଗ ପ୍ରଦାନ ପାଇଁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.