BJDରେ ମିଶିଲେ ଶତାଧିକ BJP ଓ କଂଗ୍ରେସ କର୍ମୀ

author img

By

Published : Oct 17, 2021, 9:05 PM IST

BJDରେ ମିଶିଲେ ଶତାଧିକ BJP ଓ କଂଗ୍ରେସ କର୍ମୀ

ନୟାଗଡ ଜିଲ୍ଲାରେ BJDରେ ମିଶିଲେ ଶତାଧିକ BJP ଓ କଂଗ୍ରେସ କର୍ମୀ । ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ । ଅଧିକ ପଢନ୍ତୁ...

ନୟାଗଡ: BJDରେ ସାମିଲ ହେଲେ ଶତାଧିକ BJP ଏବଂ କଂଗ୍ରେସ କର୍ମୀ । ଜିଲ୍ଲା BJD କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆଜି ଏହି କର୍ମୀମାନେ ଶଙ୍ଖ ଧରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ,ନୀତି ଆଦର୍ଶ, ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ନୂଆ କରି ସାମିଲ ହୋଇଛନ୍ତି କର୍ମୀ ।

BJDରେ ମିଶିଲେ ଶତାଧିକ BJP ଓ କଂଗ୍ରେସ କର୍ମୀ

ଆଜିର ମିଶ୍ରଣ କାର୍ଯ୍ୟକ୍ରମରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅରୁଣ ସାହୁଙ୍କ ସମେତ BJD ନୟାଗଡ ବ୍ଳକ ସଭାପତି ଦୁର୍ଯ୍ୟୋଧନ ବେହେରା ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମୀଙ୍କୁ ସ୍ବାଗତ ଜଣାଇଥିଲେ l ସାମିଲ ହୋଇଥିବା କର୍ମୀମାନେ ଇଟାମାଟି ପଞ୍ଚାୟତର ବୋଲି ସୂଚନା ରହିଛି । ତେବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନ୍ୟ ଦଳ ଛାଡ଼ି କର୍ମୀମାନେ BJDରେ ମିଶିବା ଦଳକୁ ମଜବୁତ କରିବ ବୋଲି ଚର୍ଚ୍ଚା ହେଉଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.