ବର୍ଷାରେ ନୟାନ୍ତ ନୟାଗଡ, ଗ୍ରାମବାସୀଙ୍କ ଯାତାୟତ ଠପ୍

author img

By

Published : Sep 17, 2021, 5:11 PM IST

ମୌସୁମୀ ବର୍ଷାରେ ବେହାଲ ନୟାଗଡ ଜିଲ୍ଲା, ଗ୍ରାମବାସୀଙ୍କ ଯାତାୟତ ଠପ୍

ଜିଲ୍ଲାରେ ଲଗାଣ ଲଘୁଚାପଜନିତ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ରାସ୍ତା ଉପରେ ଛୁଟୁଛି ପାଣିର ସୁଅ । ପ୍ରଶାସନ ପକ୍ଷରୁ ବନ୍ୟା ପ୍ରପୀଡିତଙ୍କୁ ସହାୟତା ନ ମିଳିବାରୁ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢନ୍ତୁ...

ନୟାଗଡ: ଲଘୁଚାପଜନିତ ବର୍ଷାରେ ବେହାଲ ହୋଇଛି ଜିଲ୍ଲାର ବିଭିନ୍ନ ଅଞ୍ଚଳ । ତେବେ ଜିଲ୍ଲାରେ ସର୍ବାଧିକ ବନ୍ୟାପ୍ରବଣ ଗ୍ରାମ କୁହାଯାଉଥିବା ଭାପୁର ବ୍ଲକ ଫତେଗଡ଼ ଗ୍ରାମପଞ୍ଚାୟତ ମଣିପୁର ଗ୍ରାମ ଆଜିକୁ 5 ଦିନ ହେବ ପାଣି ଘେରରେ ରହିଛି l ପ୍ରଭାବିତ ଲୋକଙ୍କ ବାରମ୍ବାର ଦାବି ପରେ ପ୍ରଶାସନ ପକ୍ଷରୁ ସେମାନଙ୍କ ଯାତାୟାତ ନିମନ୍ତେ ଏକ ଯନ୍ତ୍ରଚାଳିତ ବୋଟ ଯୋଗାଇ ଦିଆଯାଇଛି l

ମୌସୁମୀ ବର୍ଷାରେ ବେହାଲ ନୟାଗଡ ଜିଲ୍ଲା, ଗ୍ରାମବାସୀଙ୍କ ଯାତାୟତ ଠପ୍

ସେପଟେ କିଛି ଲୋକଙ୍କୁ ନେଇ ଡ଼ଙ୍ଗା ଆସିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ହଠାତ ଅଚଳ ହୋଇପଡିଥିଲା l ଫଳରେ ଏହି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଦ୍ବିଗୁଣିତ ହୋଇପଡିଛି । ପରବର୍ତ୍ତୀ ସମୟରେ ବୋଟଟିକୁ ମରାମତି କରାଯାଇ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଏଥିରେ 5 ଟି ୱାର୍ଡକୁ ନେଇ ଗଠିତ ଏହି ଗାଁର ଲୋକସଂଖ୍ୟା 2233 । କାଳୀଗିରି ନଦୀରେ ବନ୍ୟା ଆସିବା ମାତ୍ରେ ଏହି ଗାଁ ଜଳବନ୍ଦୀ ହୋଇଯାଏ ଆଉ ମହାନଦୀରେ ଆସୁଥିବା ବନ୍ୟା ଯୋଗୁଁ ଏହି ଗ୍ରାମର ଅବସ୍ଥା ଆହୁରି ସଙ୍ଗୀନ ହୋଇପଡିଥିବା ଆଶଙ୍କା ରହିଛି l

ସେପଟେ ଜଳଘେରରେ ଥିବା ପ୍ରପୀଡ଼ିତଙ୍କୁ ପ୍ରଶାସନ ତରଫରୁ ଶୁଖିଲା କିମ୍ବା ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇ ନ ଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଦୀର୍ଘ 5 ଦିନ ଗାଁର ଚାଷ ଜମିକୁ ପାଣି ପଶିଯିବାରୁ ଫତେଗଡ଼, ମଣିପୁର, ବଡ଼ବର, ଗୁଡୁପଡ଼ା ମାଣିତ୍ରି ଭଳି ବିଭିନ୍ନ ଗ୍ରାମର ହଜାର ହଜାର ଏକରର ଚାଷ ଜମି ନଷ୍ଟ ହୋଇଥିବା ନେଇ ସୂଚନା ମିଳିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.