ଦଶପଲ୍ଲାରେ ବିଜେଡିର ଗୋଷ୍ଠୀ ସଂଘର୍ଷ ,7 ଆହତ

author img

By

Published : Sep 19, 2022, 3:21 PM IST

ଦଶପଲ୍ଲାରେ ବିଜେଡିର ଗୋଷ୍ଠୀ ସଂଘର୍ଷ ,7 ଆହତ

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ବିଜେଡିର 2 ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ,୭ଜଣ ବିଜେଡି କର୍ମୀ ଆହତ ହୋଇଥିବା ବେଳେ ଜଣେ ଗୁରୁତ। ଅଧିକ ପଢନ୍ତୁ

ନୟାଗଡ: ପଦାରେ ପଡିଲା ବିଜେଡ଼ିର ଗୋଷ୍ଠୀ କନ୍ଦଳ । ପିଟା ପିଟି ହେଲେ ବିଜେଡି କର୍ମୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ଏବେ ଗୋଷ୍ଠୀ ସଂଘର୍ଷର ରୂପ ନେଇଛି । ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡିର 2 ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ପରେ ୭ଜଣ ବିଜେଡି କର୍ମୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର। ଗୁରୁତର ଜଣଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।

ଦଶପଲ୍ଲାରେ ବିଜେଡିର ଗୋଷ୍ଠୀ ସଂଘର୍ଷ ,7 ଆହତ

ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱକର୍ମା ପୂଜା ପାଇଁ ବିଜେଡ଼ିର ୨ ଗୋଷ୍ଠୀ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିଲେ । ଶ୍ରୀହରି ନାୟକଙ୍କ ନେତୃତ୍ୱରେ ଗୋଟିଏ ଗୋଷ୍ଠୀ ନୂଆଗାଁ ବ୍ଲକର ବିଭିନ୍ନ ଗାଁକୁ ଗସ୍ତ କରିଥିବା ବେଳେ ମହୀପୁର ନିକଟ ବକଳବନ୍ଧ ଗାଁ ପୂଜାରେ ଯୋଗଦେଇ ଥିଲେ ଦଶପଲ୍ଲା ବିଧାୟକ । ଏହାପରେ ସେଠାରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଦଶପଲ୍ଲା ବିଧାୟକଙ୍କ ବିରୋଧୀ ବିଜେଡ଼ି କର୍ମୀ ମାନେ ଦଶପଲ୍ଲା ବିଧାୟକ ଏବଂ କର୍ମୀଙ୍କୁ ଗାଳିଗୁଲଜ କରିବାରୁ ମାରପିଟ ଆରମ୍ଭ ହୋଇଥିଲା । ପ୍ରଥମେ ବଚସା ଓ ପରେ ଉଭୟ ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିଥିଲେ । ଫଳରେ ଏହି ଆକ୍ରମଣରେ ୭ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ, ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଆରପାରିରେ ବିଧାୟକ ବିଷ୍ଣୁ ସେଠୀ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ତେବେ ଦଶପଲ୍ଲା ବିଧାୟକ ରମେଶ ବେହେରା ଆକ୍ରମଣ କରିଥିବା ନେଇ ସଂଗୀନ ଅଭିଯୋଗ ହୋଇଥିବା ବେଳେ ଅପରଗୋଷ୍ଠୀ, ବିଧାୟକ ଏବଂ ତାଙ୍କ କର୍ମୀଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଆହତ ବ୍ୟକ୍ତି ଦଶପଲ୍ଲା ବିଧାୟକଙ୍କ ନାମରେ ନୂଆଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିବା ବେଳେ ଦଶପଲ୍ଲା ବିଧାୟକଙ୍କ ପକ୍ଷରୁ ମଧ୍ୟ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହି ଘଟଣାରେ ୨ଟି ପୃଥକ ମାମରା ରୁଜୁ କରି ତଦନ୍ତ କରୁଛି ପୋଲିସ । ବିଜେଡି ଗୋଷ୍ଠୀଙ୍କ ମଧ୍ୟରେ ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏହା ପ୍ରଥମ ଘଟଣା ନୁହଁ, ବରଂ ପୂର୍ବରୁ ମଧ୍ୟ ଏହି ୨ ଗୋଷ୍ଠୀ ଅନେକ ବାର ମୁହାଁମୁହିଁ ହୋଇଛନ୍ତି ।

ଏହି ଘଟଣା ନେଇ ଦଶପଲ୍ଲା ବିଧାୟକ କହିଛନ୍ତି ଯେ, ''ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦଶପଲ୍ଲାରେ ହେଉଥିବା ବିକାଶକୁ କିଛି ଲୋକ ଜାଣିଶୁଣି ବିରୋଧ କରୁଛନ୍ତି । କିଛି ଗୋଷ୍ଠୀ ଏହା ଜାଣିଶୁଣି କରୁଥିବା କହିଛନ୍ତି ବିଧାୟକ ରମେଶ ବେହେରା ।''

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.