ବର୍ଷାରେ ବୁଡିଲା ଚାଷ, ଚାଷୀଙ୍କୁ ସରକାରୀ ସହାୟତା ଦାବି

author img

By

Published : Sep 19, 2021, 7:32 PM IST

ଲଘୁଚାପ ଜନୀତ ବର୍ଷାରେ ଜଳମଗ୍ନ ଚାଷଜମି: ସରକାରୀ ସହୟତା ଦେବାକୁ ଚାଷୀଙ୍କ ଦାବି

ଲଗାଣ ବର୍ଷାରେ ଉଜୁଡିଛି ବାଇଗଣ ଚାଷୀଙ୍କ ଫସଲ । ଆର୍ଥିକ ସହାୟତା ଦେବାକୁ ସରକାରଙ୍କ ନିକଟରେ ଦାବି କଲେ ଚାଷୀକୂଳ । ଅଧିକ ପଢନ୍ତୁ...

ନୟାଗଡ: ଲଗାଣ ବର୍ଷା ଯୋଗୁଁ ସମସ୍ୟା ଘେରରେ ଜିଲ୍ଲାର ଚାଷୀକୂଳ । କୃଷିମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀ ଆଖିରେ ଲୁହ ଦେଖିବାକୁ ମିଳିଛି l ତେବେ ଲଗାତାର ଭାବେ 5 ଦିନ କାଳ ବର୍ଷା ହେବାରୁ ଚାଷୀଙ୍କ ବ୍ୟାପକ ପନିପରିବା ଚାଷ ନଷ୍ଟ ହୋଇଛି l ଲଗାଣ ବର୍ଷାରେ ବାଇଗଣ ଚାଷୀ ହତାଶ ହୋଇପଡିଛନ୍ତି l ଆଉ ଚାଷ ଜମିରେ ପାଣି ପଶି ଗଛ ନଷ୍ଟ ହୋଇ ଯାଇଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି l

ଲଘୁଚାପ ଜନୀତ ବର୍ଷାରେ ଜଳମଗ୍ନ ଚାଷଜମି: ସରକାରୀ ସହୟତା ଦେବାକୁ ଚାଷୀଙ୍କ ଦାବି

ସେପଟେ ଅନେକ ସ୍ଥାନରେ ଉତ୍ପାଦିତ ବାଇଗଣ ଦୁଇଟଙ୍କାରେ ବିକ୍ରି କରିବା ପାଇଁ ଚାଷୀ ବାଧ୍ୟ ହେଉଛନ୍ତି l ଜିଲ୍ଲାରେ ଏବେ ଏହି ସମସ୍ୟା ଦେଖାଦେଇଛି l ଆଉ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ବିଭିନ୍ନ ପଞ୍ଚାୟତରେ ଅଧିକ ମାତ୍ରାରେ ବାଇଗଣ ଚାଷ ହୋଇଥାଏ l ତେବେ ଗାତେରୀ ପଞ୍ଚାୟତର ଚାଷୀ କବିରାଜ ଦାସ ବହୁ କଷ୍ଟରେ ଜମିକୁ ଭାଗରେ ଆଣି ୫ ଏକର ଜମିରେ ଋଣ କରି ବାଇଗଣ ଓ ଭଣ୍ଡା ଚାଷ କରିଥିଲେ l

ହେଲେ ଲଗାଣ ବର୍ଷା ଯୋଗୁଁ ପାଣି ଜମିରହି ଗଛ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି l ଫଳରେ ବାଇଗଣ ଫସଲ ନଷ୍ଟ ହେବା ଅଭିଯୋଗ ପାଇବା ପରେ ମହିପୁରର କାର୍ଯ୍ୟରତ ସହକାରୀ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଉଚ୍ଚ ଅଧିକାରୀଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି l ବିଶେଷ କରି ବାଇଗଣ ଚାଷୀ ଏଥିଯୋଗୁଁ ହଇରାଣ ହୋଇଛନ୍ତି l ତେବେ ଋଣ ଛାଡ଼ ସହ ସହାୟତା ଦେବାକୁ ଚାଷୀ ମାନେ ସରକାରଙ୍କୁ ନିବେଦନ କରିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.