ଚାନ୍ଦପୁର ଶାସ୍ତ୍ରୀନଗର ହତ୍ୟା ଘଟଣା: ୪ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ

author img

By

Published : Oct 9, 2021, 1:45 PM IST

ନୟାଗଡ଼ ଚାନ୍ଦପୁର ଶାସ୍ତ୍ରୀନଗର ଡକାୟତ ଘଟଣା : ୪ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ

ଚାନ୍ଦପୁର ଶାସ୍ତ୍ରୀନଗର ଡକାୟତ ପାଇଁ ୪ ଜଣଙ୍କୁ ହତ୍ୟା କରିବା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜର୍ଜ କୋର୍ଟ । ଅଧିକ ପଢନ୍ତୁ..

ନୟାଗଡ଼: ଚାନ୍ଦପୁର ଶାସ୍ତ୍ରୀନଗର ଡକାୟତ ପାଇଁ ୪ ଜଣଙ୍କୁ ହତ୍ୟା କରିବା ଘଟଣା । ୬ ବର୍ଷ ପରେ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରାଜର୍ଜ କୋର୍ଟ । ଅଭିଯୁକ୍ତ ହେଉଛନ୍ତି ଗଞ୍ଜାମର ଜିଲ୍ଲାର କୋଦଳାର ଏ ରମେଶ, ଯେ ଜୟ କୃଷ୍ଣ , ଯେ ସନ୍ତୋଷ , ଏମ୍ କ୍ରିଷ୍ଣା ଏବଂ ଅନ୍ୟ ଅଭିଯୁକ୍ତ ପ୍ରଦୀପ ବେହେରା ଓ ଦୀନବନ୍ଧୁ ସାହୁଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦେଶରେ ଖଲାସ କରାଯାଇଛି ।

ନୟାଗଡ଼ ଚାନ୍ଦପୁର ଶାସ୍ତ୍ରୀନଗର ଡକାୟତ ଘଟଣା : ୪ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ

ସୂଚନାନୁଯାୟୀ, ୨୦୧୪ ମସିହା ସେପ୍ଟେମ୍ବର ୬ ତାରଖରେ ଚାନ୍ଦପୁର ଶାସ୍ତ୍ରୀନଗର କାଶୀନାଥ ପାତ୍ର ଏବଂ ତାଙ୍କ ନାତିନାତୁଣୀ ଓ ବୋହୁଙ୍କୁ ଡକାୟତି ପାଇଁ ଗଳା କାଟି ହତ୍ୟା କରିଥିଲେ ଅଭିଯୁକ୍ତ । ଏହି ଘଟଣାରେ ଅଭିଯୁକ୍ତଙ୍କୁ ୨୦୧୬ ମସିହାରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସମସ୍ତ ସାକ୍ଷୀ ପ୍ରମାଣଙ୍କୁ ଭିତ୍ତି କରି କୋର୍ଟ ୪ ଅଭିଯୁକ୍ତକୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.