କାମରେ ଆସୁନି ଅତ୍ୟାଧୁନିକ ବସଷ୍ଟାଣ୍ଡ, ଉଦଘାଟନର ବର୍ଷେ ପରେ ବି ଅଚଳ

author img

By

Published : Sep 20, 2022, 5:45 PM IST

buses owner showing disagree to nayagarh new bus stop

କାମରେ ଆସୁନି ଅତ୍ୟାଧୁନିକ ବସଷ୍ଟାଣ୍ଡ । ପାଣିରେ ପଡ଼ିଲା କି ସରକାରଙ୍କ କୋଟି କୋଟି ଟଙ୍କା ? ଅଚଳ ହୋଇପଡ଼ିଛି ନୟାଗଡ଼ର ଅତ୍ୟାଧୁନିକ ବସଷ୍ଟାଣ୍ଡ । ଉଦଘାଟନର ବର୍ଷ ପରେ ବି ଶୂନ୍‌ଶାନ୍‌ ପାଲଟିଛି ବସଷ୍ଟାଣ୍ଡ । ଅଧିକ ପଢ଼ନ୍ତୁ

ନୟାଗଡ଼: କାମରେ ଆସୁନି ଅତ୍ୟାଧୁନିକ ବସଷ୍ଟାଣ୍ଡ । ଉଦଘାଟନର ବର୍ଷେ ପରେ ବି ଅଚଳ । ବହୁବିଧ ଲକ୍ଷ୍ୟ ନେଇ ନୟାଗଡ଼ରେ ନିର୍ମାଣ ହେଲା ଅତ୍ୟାଧୁନିକ ବସଷ୍ଟାଣ୍ଡ । ବସିବା ଠାରୁ ରହିବା ପର୍ଯ୍ୟନ୍ତ ସମସ୍ତ ସୁବିଧା ଏଠାରେ ଉପଲବ୍ଧ । ଏହି ଅତ୍ୟାଧୁନିକ ବସଷ୍ଟାଣ୍ଡ ଅଛି ହେଲେ ନାଁ ଆସୁଛି ବସ ଆଉ ନାଁ ଅଛନ୍ତି ଯାତ୍ରୀ । କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିଲା ବସଷ୍ଟାଣ୍ଟ । ଉଦଘାଟନର ବର୍ଷେ ପରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଇପାରିନି । ନୟାଗଡ଼ ସହର ଠାରୁ 2 କିଲୋମିଟ ଦୂରରେ ଥିବାରୁ ଲୋକେ ସେଠାକୁ ଯାଉନାହାନ୍ତି । ବସଷ୍ଟାଣ୍ଡ ଖାଁ ଖାଁ ଥିବାରୁ ବସଷ୍ଟାଣ୍ଡରେ ଦୋକାନ କରିଥିବା ଲୋକେ ଏବେ କ୍ଷତି ସହୁଛନ୍ତି । ମ୍ୟୁନିସିପାଲିଟିକୁ ଭଡ଼ା ଦେଉଛନ୍ତି ହେଲେ ବେପାର ହେଉନି ।

କାମରେ ଆସୁନି ଅତ୍ୟାଧୁନିକ ବସଷ୍ଟାଣ୍ଡ

ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ରହିଛି ଏହି ବସଷ୍ଟାଣ୍ଡ । ୨୦୦୨ ମସିହାରୁ ପର୍ଯ୍ୟାୟ କ୍ରମେ ଜିଲ୍ଲାର ଏହି ନୂତନ ବସଷ୍ଟାଣ୍ଡ ପାଇଁ ଅଦ୍ୟାବଧି ୪ କୋଟି ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ଏହି ଅତ୍ୟାଧୁନିକ ବସ ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗାର ଓ ହୋଟେଲ ଗୃହ ପାଇଁ ୨୯ ଲକ୍ଷ, ଶୌଚାଳୟ ପାଇଁ 19 ଲକ୍ଷ ଓ ଦେଢରୁ ୨ କୋଟି ଟଙ୍କା ବ୍ୟୟରେ ଦୁଇଟି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଛି । ସେପଟେ ନୟାଗଡ଼ ସହର ଠାରୁ ଏହି ପ୍ରକଳ୍ପଟି ପ୍ରାୟ 2କିଲୋମିଟର ଦୂରରେ ଥିବାରୁ ସବୁ ଦିଗକୁ ଏହା ସହାୟକ ହେବ ବୋଲି ଆଶାବ୍ୟକ୍ତ କରାଯାଉଥିଲା । କିନ୍ତୁ ଏହି ଲକ୍ଷ୍ୟ ସାଧିତ ହେଇପାରୁନି । ଏନେଇ ବେପାରି କହିଛନ୍ତି, ବସଷ୍ଟାଣ୍ଡକୁ ବସ ମାଲିକ ବସ ନେବାକୁ କୁଣ୍ଠାବୋଧ କରୁଛନ୍ତି । ନୟାଗଡ଼ ପ୍ରଶାସନ ତରଫରୁ ମିଳିତ ବୈଠକ ପରେ ବସ ମାଲିକମାନେ ବାଧ୍ୟ ହୋଇ ବସ ଯାତାୟାତ କରୁଥିଲେ । ମାତ୍ର ଲୋକେ ନଆସିବାରୁ ବସ ମଧ୍ୟ ସେଠାକୁ ଯାଉନାହିଁ ।"

ଏବେ ବାଧ୍ୟ ହୋଇ ନୟାଗଡ଼ ସହରରେ ଥିବା ପୁରୁଣା ବସ ଷ୍ଟାଣ୍ଡକୁ ବସ ଯାଉଛି । ଯେଉଁଥିପାଇଁ ଟ୍ରାଫିକ ସମସ୍ୟା ଉପୁଜୁଛି । ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି । ଫଳରେ ଯାତାୟାତ କରୁଥିବା ଲୋକଙ୍କୁ ନାନାଦି ହଇରାଣ ହେବାକୁ ପଡୁଛି । ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ିମୋଟର ପାର୍କିଂ କରୁଥିବାରୁ ଏହା ସମସ୍ୟାକୁ ଦ୍ବିଗୁଣିତ କରୁଛି । ଏଠାରେ ସ୍ବତନ୍ତ୍ର ପାର୍କିଂ ସ୍ଥାନ ନଥିବାରୁ ବଜାରକୁ ଆସୁଥିବା ଲୋକେ ରାସ୍ତା ପାର୍ଶ୍ବରେ ଗାଡ଼ି ରଖିବାକୁ ବାଧ୍ୟ ହେଉଛନ୍ତି । ତେବେ ଏହାର ସମାଧାନ ପାଇଁ ନୟାଗଡ଼ ମ୍ୟୁନିସିପାଲିଟି ଆପଣାଉଥିବା ପନ୍ଥା କୌଣସି କାମରେ ଆସୁନାହିଁ । ନୟାଗଡ଼ ଟ୍ରାଫିକକୁ ଲାଗି ପୁରୁଣା ବସଷ୍ଟାଣ୍ଡକୁ ଅଚଳ କରି ନୂଆ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରାଯାଇଥିଲେ ମଧ୍ୟ ତାହା ଅଚଳ ହେଲା ପରି ପଡ଼ିରହିଛି ।

ଏହା ମଧ୍ୟ ପଢ଼ନ୍ତୁ: 5T ବିଦ୍ୟାଳୟରେ ନିମ୍ନମାନର କାମ, ଅଭିଯୋଗ ଆଣିଲା କଂଗ୍ରେସ

ନୟାଗଡ଼ ବଜାର ମଧ୍ୟରେ ହାତ ପାହାନ୍ତାରେ ପୁରୁଣା ବସଷ୍ଟାଣ୍ଡ ଥିବାରୁ ଏହା ଉପରେ ନିର୍ଭର କରୁଛନ୍ତି ଲୋକେ । ହେଲେ ନୟାଗଡ଼ ସହର ଠାରୁ ଦୂରରେ ଥିବାରୁ ଲୋକେ ସେଠାକୁ ଯିବାକୁ ଅମଙ୍ଗ ହେଉଛନ୍ତି । ସହରର ମୁଖ୍ୟ ଟ୍ରାଫିକ ଛକରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ପୁରୁଣା ବସଷ୍ଟାଣ୍ଡ ସହରରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବାରୁ ଯାତ୍ରୀବାହୀ ବସ ପାର୍କିଂକୁ ନେଇ ବିଭିନ୍ନ ସମୟରେ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି । ହେଲେ ନୂତନ ଅତ୍ୟାଧୁନିକ ବସଷ୍ଟାଣ୍ଡ ଏକ ପ୍ରକାର ଅଚଳ ହୋଇ ପଡ଼ିରହିଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.