ଆୟୁଷ ଡାକ୍ତରଙ୍କୁ ରେଗୁଲାର କରିବାକୁ ଦାବି

author img

By

Published : Oct 14, 2021, 7:27 AM IST

ନୟାଗଡ଼ରେ ଆୟୁଷ ଡାକ୍ତରଙ୍କ ସାମ୍ବାଦିକ ସମ୍ମିଳନୀ: ରେଗୁଲାର କରିବାକୁ ଦାବି

କୋଭିଡ଼ ମହାମାରୀ, ବନ୍ୟା, ବାତ୍ୟା ଭଳି ପ୍ରତିକୂଳ ପରିସ୍ଥିତିରେ ନିରନ୍ତର ଭାବେ ଆୟୁଷ ଡାକ୍ତରମାନେ ରୋଗୀ ସେବା କରିଆସୁଛନ୍ତି l ହେଲେ 14 ବର୍ଷ ପରେ ବି ଆୟୁଷ ଡାକ୍ତରଙ୍କୁ ରେଗୁଲାର କରାଯାଉନାହିଁ କିମ୍ବା ଅନ୍ୟ ଡାକ୍ତରଙ୍କ ଭଳି ସୁବିଧା ମିଳୁନାହିଁ l ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ବିରୋଧ କରାଯାଇଛି l ଅଧିକ ପଢନ୍ତୁ...

ନୟାଗଡ଼: କୋଭିଡ଼ ମହାମାରୀ, ବନ୍ୟା, ବାତ୍ୟା ଭଳି ପ୍ରତିକୂଳ ପରିସ୍ଥିତିରେ ଦୀର୍ଘ 14 ବର୍ଷ ଧରି ନିରନ୍ତର ଭାବେ ଆୟୁଷ ଡାକ୍ତରମାନେ ରୋଗୀ ସେବା କରିଆସୁଛନ୍ତି l ହେଲେ ସେମାନଙ୍କୁ ଅନ୍ୟ ଡାକ୍ତରଙ୍କ ପରି ମିଳୁନି ସରକାରୀ ସୁବିଧା l 14 ବର୍ଷ ପରେ ବି ଆୟୁଷ ଡାକ୍ତରଙ୍କୁ ରେଗୁଲାର କରାଯାଉନାହିଁ କିମ୍ବା ଅନ୍ୟ ଡାକ୍ତରଙ୍କ ଭଳି ସୁବିଧା ମିଳୁନାହିଁ l ଚୁକ୍ତିଭିତ୍ତିକ ଭାବେ କାମ କରୁଛନ୍ତି ଆୟୁଷ ଡାକ୍ତର l ତେବେ ଏହାର ଦୃଢ଼ ବିରୋଧ କରିଛି ଅଲ ଓଡ଼ିଶା ଆୟୁଷ ଡାକ୍ତର ସଂଘ l ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ବିରୋଧ କରାଯାଇଛି l

ନୟାଗଡ଼ରେ ଆୟୁଷ ଡାକ୍ତରଙ୍କ ସାମ୍ବାଦିକ ସମ୍ମିଳନୀ: ରେଗୁଲାର କରିବାକୁ ଦାବି

ଗତ ଗାନ୍ଧୀ ଜୟନ୍ତୀ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆୟୁଷ ଡାକ୍ତରମାନେ ଅସହଯୋଗ ଆନ୍ଦୋଳନ ଜାରି ରଖିଛନ୍ତି । ଏପଟେ ସରକାର, ଆୟୁଷ ଡାକ୍ତରମାନଙ୍କ ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ଆଗାମୀ ଦିନରେ ଏହାର ଦୃଢ଼ ବିରୋଧ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।



ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.