ଆତ୍ମୀୟ ସ୍ବଜନ ନ ଥିବାରୁ ୫ ଘଣ୍ଟା ପଡିରହିଲା ମୃତଦେହ, ଅନ୍ତିମ ସଂସ୍କାର କଲେ ଯୁବଗୋଷ୍ଠୀ

author img

By

Published : Sep 9, 2021, 5:32 PM IST

ଆତ୍ମୀୟ ସ୍ବଜନ ନ ଥିବାରୁ ୫ ଘଣ୍ଟା ପଡିରହିଲା ମୃତଦେହ, ସଂସ୍କାର କଲେ ଯୁବଗୋଷ୍ଠୀ

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତରେ ଅଭାବନୀୟ ଘଟଣା। ଜ୍ଞାତି କୁଟୁମ୍ବ ନ ଥିବାରୁ ୫ଘଣ୍ଟା ପଡି ରହିଲା ବୃଦ୍ଧାଙ୍କ ମୃତଦେହ । ଶେଷରେ ଯୁବଗୋଷ୍ଠୀଙ୍କ ସହଯୋଗରେ ହେଲା ସଂସ୍କାର । ଅଧିକ ପଢନ୍ତୁ...

ନବରଙ୍ଗପୁର: ନିଜର ଜ୍ଞାତିକୁଟୁମ୍ବ ନ ଥିବାରୁ ବୃଦ୍ଧାଙ୍କ ମୃତଦେହକୁ ମିଳିଲା ନାହିଁ କାନ୍ଧ । ୫ ଘଣ୍ଟା ପଡିରହିଲା ମୃତଦେହ । ପରେ ଯୁବଗୋଷ୍ଠୀଙ୍କ ସହାୟତାରେ ମୃତଦେହ ସଂସ୍କାର ହୋଇଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ସଦର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗ୍ରାମରେ ।

ଆତ୍ମୀୟ ସ୍ବଜନ ନ ଥିବାରୁ ୫ ଘଣ୍ଟା ପଡିରହିଲା ମୃତଦେହ, ସଂସ୍କାର କଲେ ଯୁବଗୋଷ୍ଠୀ
ଆତ୍ମୀୟ ସ୍ବଜନ ନ ଥିବାରୁ ୫ ଘଣ୍ଟା ପଡିରହିଲା ମୃତଦେହ, ସଂସ୍କାର କଲେ ଯୁବଗୋଷ୍ଠୀ

ସୂଚନା ଅନୁଯାୟୀ ସଦର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗ୍ରାମରେ 70 ବର୍ଷୀୟ ସୁନାମଣି ଦଳେଇ ତାଙ୍କ ସ୍ବାମୀ ଶ୍ରୀନିବାସ ଦଳେଇଙ୍କ ସହ ରହିଆସୁଥିଲେ । ଦମ୍ପତିଙ୍କର ନିଜର ସନ୍ତାନସନ୍ତତି ନ ଥିବାରୁ ଏହି ଗରିବ ପରିବାର ଅତ୍ୟନ୍ତ କଷ୍ଟରେ ଜୀବନ ଅତିବାହିତ କରୁଥିଲେ । ତେବେ ଗତକିଛି ଦିନ ହେବ ପତ୍ନୀ ସୁନାମଣି ଅସୁସ୍ଥ ଥିବାବେଳେ ଗତକାଲି ତାଙ୍କର ଦେହାନ୍ତ ହୋଇଯାଇଥିଲା ।

ଆତ୍ମୀୟ ସ୍ବଜନ ନ ଥିବାରୁ ୫ ଘଣ୍ଟା ପଡିରହିଲା ମୃତଦେହ, ସଂସ୍କାର କଲେ ଯୁବଗୋଷ୍ଠୀ
ଆତ୍ମୀୟ ସ୍ବଜନ ନ ଥିବାରୁ ୫ ଘଣ୍ଟା ପଡିରହିଲା ମୃତଦେହ, ସଂସ୍କାର କଲେ ଯୁବଗୋଷ୍ଠୀ

ପତ୍ନୀଙ୍କ ମୃତ୍ୟୁ ପରେ ସ୍ବାମୀ ଶ୍ରୀନିବାସ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ବନ୍ଧୁ ପରିଜନ ମଧ୍ୟ ନ ଥିବାରୁ ମୃତଦେହ ସଂସ୍କାର ହୋଇ ନପାରି ୫ ଘଣ୍ଟା ପଡିରହିଥିଲା । ପରେ ଏହି ଖବର ଶୁଣି ଉଦୟପୁର ଗ୍ରାମର ଯୁବଗୋଷ୍ଠୀ ଘଟଣାସ୍ଥଳରେ ପହଞ୍ଚି ସହଯୋଗର ହାତ ବଢାଇଥିଲେ ।

ବିଜେଡି ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସଭାପତି ନୀଳାମ୍ବର ନାୟକଙ୍କ ନେତୃତ୍ବେରେ ମନୋହର ନାୟକ,ନେତ୍ରା ସିଂ, ବିକାଶ ସିଂ, ମହେନ୍ଦ୍ର ଦିଶାରୀ, ରୋଶନ ସିଂ ପ୍ରମୁଖ ମୃତଦେହ ଦାହ ପାଇଁ କାଠ ଯୋଗାଡ଼ ଠାରୁ ଆରମ୍ଭ କରି କାନ୍ଧ ଦେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସ୍ଵେଛାକୃତ ଭାବରେ ତୁଲେଇଥିଲେ । ଶୋକାକୁଳ ପରିବେଶ ମଧ୍ୟରେ ଉଦୟପୁର ଶ୍ମଶାନରେ ବୃଦ୍ଧାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଛି । ଉଦୟପୁର ଯୁବଗୋଷ୍ଠୀଙ୍କ ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.