ନବରଙ୍ଗପୁରରେ ଯୁବକଙ୍କୁ ଗୁଳିମାଡ, ମେଡିକାଲରେ ଭର୍ତ୍ତି

author img

By

Published : Sep 16, 2022, 7:09 AM IST

Updated : Sep 16, 2022, 2:29 PM IST

ନବରଙ୍ଗପୁରରେ ଯୁବକଙ୍କୁ ଗୁଳିମାଡ

ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଫୁଟିଲା ଗୁଳି । ବାଇକରେ ଯାଉଥିବା ବେଳେ ଯୁବକଙ୍କୁ ଗୁଳିମାଡ । ଅଧିକ ପଢନ୍ତୁ

ନବରଙ୍ଗପୁର: ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି । ବାଇକରେ ଯାଉଥିବା ବେଳେ ଯୁବକଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ । ଗୁରୁବାର ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି(Youth shot in Nabarangpur) । ରାଇଘର ବ୍ଲକ ସୋନପୁର ଓ ରେଙ୍ଗାଭାଟିର ନୀଳଗିରି ଜଙ୍ଗଲ ନିକଟ ରାସ୍ତାରେ ଜଣେ ଯୁବକଙ୍କୁ ଗୁଳିମାଡ କରାଯାଇଛି । ଆହତ ଯୁବକ ଜଣକ ହେଲେ ଛତିଶଗଡ ଗରିଆବନ୍ଧ ଜିଲ୍ଲା ଭୂତବେଡ଼ା ଗ୍ରାମର ହିନ୍ଦୁ ମାର୍କମ । ସେ ବାଇକରେ ଯାଉଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ତେବେ ଯୁବକ ଜଣକ କେଉଁ କାମରେ ଆସିଥିଲେ ତାହା ସ୍ପଷ୍ଟ ହୋଇନାହିଁ ।

ଏହାମଧ୍ୟ ପଢନ୍ତୁ: ନୂଆପଡାରେ ମହିଳାଙ୍କୁ ଗୁଳି କରି ହତ୍ୟା

ନବରଙ୍ଗପୁରରେ ଯୁବକଙ୍କୁ ଗୁଳିମାଡ, ମେଡିକାଲରେ ଭର୍ତ୍ତି

ସୂଚନା ପାଇ ରାଇଘର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୋଲିସ ଉଦ୍ଧାର କରି ପ୍ରଥମେ ରାଇଘର ରାଇଘର ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ରହିଛି । ତେବେ ଯୁବକଙ୍କୁ କିଏ ମାରିଲା ଆଉ କାହିଁକି ମାରିଲା ତାହା ଜଣା ପଡିନାହିଁ । ରାଇଘର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Sep 16, 2022, 2:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.