ବିଶ୍ବାସ ଜିତିବା ପାଇଁ ଅନ୍ଧବିଶ୍ବାସର ଆସ୍ଥା, ସ୍ବପ୍ନାଦେଶ ପାଇ ଜଙ୍ଗଲରେ ତପସ୍ୟାରତ ମହିଳା

author img

By

Published : Oct 7, 2021, 9:14 AM IST

ବିଶ୍ୱାସ ଜିତିବା ପାଇଁ ଅନ୍ଧବିଶ୍ୱାସର ଆସ୍ଥା ,ମା ବାସୁକିଙ୍କ ସ୍ବପ୍ନାଦେଶ ପରେ ଜଙ୍ଗଲରେ ତପସ୍ୟା କରୁଛନ୍ତି ମହିଳା

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ବାଜିରେ ଲାଗିଲା ବିଶ୍ୱାସ । ନିର୍ଜନ ଜଙ୍ଗଲ ଓ ପାହାଡ଼ ମଧ୍ୟରେ ବିଶ୍ୱାସର ଲଢେଇ । ସାତ ଦିନ ସାତ ରାତି ତପସ୍ୟାରେ ରହିବା ପାଇଁ ମା’ ବାସୁକିଙ୍କ ସ୍ବପ୍ନାଦେଶ ପରେ ଭଗବାନଙ୍କ କୃପା ପାଇବା ପାଇଁ ୪ ଦିନ ହେଲା ଜଙ୍ଗଲରେ ତପସ୍ୟାରତ ଅଛନ୍ତି ମହିଳା । ଅଧିକ ପଢନ୍ତୁ...

ନବରଙ୍ଗପୁର: ବିଶ୍ୱାସ ଜିତିବା ପାଇଁ ଅନ୍ଧବିଶ୍ୱାସର ଆସ୍ଥା । ବିଜ୍ଞାନ ଯୁଗରେ ବି ସ୍ବପ୍ନାଦେଶକୁ ସଫଳ କରିବା ପାଇଁ ଘଞ୍ଚ ଜଙ୍ଗଲରେ ତପସ୍ୟା କରୁଛନ୍ତି ମହିଳା । ମା’ ବାସୁକିଙ୍କ ସ୍ବପ୍ନାଦେଶ ପରେ ଘଞ୍ଚ ଜଙ୍ଗଲରେ ୪ଦିନ ହେଲା ମାଙ୍କୁ ଆରଧନା କରୁଛନ୍ତି ନବରଙ୍ଗପୁରର ବାଲମତି । ନା କୌଣସି ଖାଦ୍ୟ ଗ୍ରହଣ କରୁଛନ୍ତି ନା ରାତିରେ ଶୋଉଛନ୍ତି । ଗତ ଶନିବାର ମହିଳା ଜଣଙ୍କ ସ୍ବପ୍ନରେ ଆସି ମା ବାସୁକି କହିଥିଲେ ସାତ ଦିନ ସାତ ରାତି ତପସ୍ୟାରେ ରହିଲେ ଭଗବାନଙ୍କ କୃପା ମିଳିବ । ଏହା ପରେ ରାତିଅଧରୁ ଉଠି ପାପଡାହାଣ୍ଡି ବ୍ଲକର ଧାମନାପଦର ଗ୍ରାମ ନିକଟସ୍ଥ ବାହାଲି ଜଙ୍ଗଲକୁ ଯାଇଥିଲେ ମହିଳା । ଏହା ପରେ ଆରମ୍ଭ କରିଥିଲେ ସାଧନା । ଭଗବାନଙ୍କୁ ଜଙ୍ଗଲର ଏକ ପାହାଡରେ ବସି ମା’ଙ୍କୁ ଆରଧନା କରୁଛନ୍ତି ମହିଳା ।

ବିଶ୍ୱାସ ଜିତିବା ପାଇଁ ଅନ୍ଧବିଶ୍ୱାସର ଆସ୍ଥା ,ମା ବାସୁକିଙ୍କ ସ୍ବପ୍ନାଦେଶ ପରେ ଜଙ୍ଗଲରେ ତପସ୍ୟା କରୁଛନ୍ତି ମହିଳା

ମହିଳା ଜଣଙ୍କୁ ଏପରି ଅବସ୍ଥାରେ ଦେଖି ତାଙ୍କ ସ୍ବାମୀ ତାଙ୍କୁ ଜଙ୍ଗଲରେ ଜଗିରହିଥିବା ବେଳେ ଗ୍ରାମବାସୀ ମହିଳାଙ୍କୁ ଦେଖିବା ପାଇଁ ଭିଡ ଜମାଇବା ସହ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି । ଏଥିସହ ଦକ୍ଷିଣା ମଧ୍ୟ ଦେଉଛନ୍ତି । ବାଲମତି ଖାଦ୍ୟ ଗ୍ରହଣ କରୁନଥିବା ବେଳେ କେବଳ ୨ ଚାମଚ କ୍ଷୀର ପିଇ ତପସ୍ୟା କରୁଛନ୍ତି । କାହାରି ସହ ମଧ୍ୟ କଥା ହେଉନାହାନ୍ତି । ବାଲମତିଙ୍କ ବିଶ୍ବାସ ମା’ଙ୍କୁ ଆରଧନା କଲେ କୃପା ମିଳିବା ପରେ ଲୋକଙ୍କ ‌ସେବା କରିପାରିବେ । ଏ କଥା ସେ ସ୍ବପ୍ନାଦେଶ ପରେ ତାଙ୍କ ସ୍ବାମୀଙ୍କୁ କହିଥିଲେ ।

ବାଲମତିଙ୍କ ଘର ଦଳେଇଗୁଡ଼ା ଗ୍ରାମରେ ହୋଇଥିବା ବେଳେ ତାଙ୍କ ସ୍ବାମୀ ସିଙ୍ଗି ହରିଜନ ଗାଈ ଚରାଇ ପରିବାର ଚଳାନ୍ତି ଓ ବାଲମତି ଝଡ଼ା ଫୁଙ୍କା କରନ୍ତି । ତେବେ ଗତ ଶନିବାର ମଧ୍ୟ ରାତି ସମସ୍ତେ ଶୋଇଥିବା ବେଳେ କାହାରିକୁ କିଛି ନକହି ଘରୁ ବାହାରି ଯାଇଥିଲେ ସ୍ତ୍ରୀ ବାଲମତି ହରିଜନ । ସକାଳ ହେବା ପରେ ବାଲମତି ଘରେ ନଥିବା ଦେଖି ସ୍ୱାମୀ ସିଙ୍ଗି ଓ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଖୋଜିବା ସମୟରେ ନିକଟସ୍ଥ ଧାମନାପଦର ଗ୍ରାମ ଠାରୁ କିଛି ଦୂରରେ ଥିବା ବାହାଲି ଜଙ୍ଗଲର ଏକ ଛୋଟିଆ ପାହାଡ଼ରେ ତପସ୍ୟାରତ ଅବସ୍ଥାରେ ବସିଥିବା ଦେଖିବାକୁ ପାଇଥିଲେ ।

ଜଙ୍ଗଲକୁ ଯାଇ ତପସ୍ୟା କଲେ ଭଗବାନଙ୍କ କୃପା ମିଳିବ ବୋଲି ଶନିବାର ରାତିରେ ସ୍ବପ୍ନାଦେଶ ହୋଇଥିବା ତପସ୍ୟାରତ ବାଲମତି ସ୍ବାମୀ ସିଙ୍ଗିଙ୍କୁ କହିଥିଲେ । ଭଗବାନଙ୍କ କୃପା ମିଳିବା ପରେ ବାଲମତି ଲୋକଙ୍କ ‌ସେବା କରିପାରିବେ ବୋଲି ମଧ୍ୟ ସ୍ୱାମୀଙ୍କୁ କହିଥିଲେ ସ୍ତ୍ରୀ । ଯେଉଁଠୁ ଆରମ୍ଭ ହୋଇଯାଇଥିଲା ବାଲମତିଙ୍କ ସାଧନା । ତେବେ ଏହି ଖବର ପ୍ରସାରିତ ହେବା ପରେ ମହିଳାଙ୍କୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.