ନବରଙ୍ଗପୁରରେ ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ

author img

By

Published : Sep 16, 2021, 1:11 PM IST

ନବରଙ୍ଗପୁରରେ ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ

ନବରଙ୍ଗପୁର କୋଡ଼ିଙ୍ଗା ପଞ୍ଚାୟତ ଜଗତୁଗୁଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ଗ୍ରାମବାସୀ ବିରୋଧ କରି ଜିଲ୍ଲାପାଳଙ୍କୁ କୋଷାଗୁମୁଡା ବିଡ଼ିଓ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର: ବିଦ୍ୟାଳୟ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ । ନବରଙ୍ଗପୁର କୋଡ଼ିଙ୍ଗା ପଞ୍ଚାୟତ ଜଗତୁଗୁଡା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣକୁ ଗ୍ରାମବାସୀ ବିରୋଧ କରି ଜିଲ୍ଲାପାଳଙ୍କୁ କୋଷାଗୁମୁଡା ବିଡ଼ିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ୨୦ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରି ଅନ୍ୟ ଏକ ସ୍କୁଲରେ ମିଶ୍ରଣ କରାଯିବ । ଏବେ ସ୍କୁଲରେ ୨୫ ଜଣ ଛାତ୍ରଛାତ୍ରୀ ଥିଲେ ମଧ୍ୟ ସ୍କୁଲକୁ ନୂଆଗୁଡା ଗ୍ରାମରେ ଥିବା ବିଦ୍ୟାଳୟରେ ମିଶ୍ରଣ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । କିନ୍ତୁ ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି ।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି କି ଜଗତୁଗୁଡା ବିଦ୍ୟାଳୟରେ ବର୍ତ୍ତମାନ ୨୫ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ରାଜ୍ୟ ସରକାର ଘୋଷଣା କରିଛନ୍ତି କି ୨୦ ରୁ କମ ଥିବା ପିଲାଙ୍କ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି । କିନ୍ତୁ ୨୦ରୁ ଉର୍ଦ୍ଧ୍ବ ପିଲା ଏହି ସ୍କୁଲରେ ଥିଲେ ବି ଏଭଳି ଘୋଷଣା ହେବାରୁ ଚଳିତ ବର୍ଷ ପିଲାମାନଙ୍କୁ ପୋଷାକ , ଜୋତା , ବହିପତ୍ର , ମଧ୍ୟାହ୍ନ ଭୋଜନର ଚାଉଳ ଓ ଟଙ୍କା ପାଇବାରୁ ବଞ୍ଚିତ ରହିଛନ୍ତି ।

ଏନେଇ ଗତ ୨୦୨୦ ମସିହାରେ ସମସ୍ତଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଆଗାମୀ ୧୫ ଦିନ ମଧ୍ୟରେ ଯଦି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି କୁ ପ୍ରତ୍ୟାହାର କରାନଯାଏ ତେବେ ଗ୍ରାମବାସୀ ସମସ୍ତ ପିଲାଙ୍କୁ ବିଦ୍ୟାଳୟ କୁ ନ ପଠେଇ ଅଧାରୁ ପାଠ ବନ୍ଦ କରାଇଦେବେ ଏବଂ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ରହିବେ ବୋଲି ଗ୍ରାମବାସୀ କହିଛନ୍ତି । ଏଣୁ ଜଗତୁଗୁଡା ଗ୍ରାମର ଥିବା ବିଦ୍ୟାଳୟ କୁ ପୁଣି ଥରେ ଆରମ୍ଭ କରିବା ପାଇଁ ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.