ଶିକ୍ଷକଙ୍କୁ ମାଗୁଥିଲେ ବଟି, ବନ୍ଧା ହେଲେ 2 ୱେବ ପୋର୍ଟାଲ ସାମ୍ବାଦିକ

author img

By

Published : Sep 6, 2021, 9:52 AM IST

Updated : Sep 6, 2021, 11:25 AM IST

ଶିକ୍ଷକଙ୍କୁ ମାଗୁଥିଲେ ବଟି, ବନ୍ଧା ହେଲେ 2 ୱେବ ପୋର୍ଟାଲ ସାମ୍ବାଦିକ

ମହଙ୍ଗା ପଡିଲା ଶିକ୍ଷକଙ୍କଠୁ ବଟି ଆଦାୟ । ଏନେଇ ଉମରକୋର୍ଟ ପୋଲିସ 2 ସାମ୍ବାଦିକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି । ଏମାନେ ଜଣେ ଶିକ୍ଷକଙ୍କୁ ବଟି ମାଗିବା ସହ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ...

ନବରଙ୍ଗପୁର: ମହଙ୍ଗା ପଡିଲା ଶିକ୍ଷକଙ୍କଠୁ ବଟି ଆଦାୟ । ଗିରଫ ହେଲେ ଦୁଇ ୱେବ ପୋର୍ଟାଲ ସାମ୍ବାଦିକ । ଉମରକୋର୍ଟ ପୋଲିସ 2 ସାମ୍ବାଦିକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଅଛନ୍ତି । ଏମାନେ ଜଣେ ଶିକ୍ଷକଙ୍କୁ ବଟି ମାଗିବା ସହ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା ।

ଶିକ୍ଷକଙ୍କୁ ମାଗୁଥିଲେ ବଟି, ବନ୍ଧା ହେଲେ 2 ୱେବ ପୋର୍ଟାଲ ସାମ୍ବାଦିକ

ସୂଚନାନୁସାରେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ଦିନ ସେହି ଗ୍ରାମର ଜଣେ ୧୦ ବର୍ଷର ଶିଶୁ ବିନା ଅନୁମତିରେ ସ୍କୁଲରେ ପ୍ରବେଶ କରିଥିଲେ । ପରେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ତାଙ୍କୁ ବାରଣ କରିବାରୁ ଉଭୟ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏନେଇ ଅଭିଭାବକ ଜଣକ ତିନି ଜଣ ଓ୍ବେବ୍ ଚ୍ୟାନେଲ ସାମ୍ବାଦିକଙ୍କୁ ଖବର ସଂଗ୍ରହ ପାଇଁ ଡାକିଥିଲେ । ଘଟଣାର ଖବର ପାଇ ଜିତେନ୍ଦ୍ର ଦାସ, ନିଗମ ସାହୁ ଏବଂ ଶଙ୍କର ତୁରୁକ ଉକ୍ତ ବିଦ୍ୟାଳୟକୁ ଯାଇଥିଲେ । ଘଟଣା ବିଷୟରେ କଥା ହେବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲକୁ ଡାକିଥିଲେ । କିନ୍ତୁ ଉକ୍ତ ଘଟଣାର ସମାଧାନ କରିବା ପାଇଁ ସଂପୃକ୍ତ ଶିକ୍ଷକଙ୍କ ଠାରୁ ୫୦ ହଜାର ଟଙ୍କା ଦାବି କରିଥିଲେ ।

ହେଲେ ସେମାନେ ୩୫ ହଜାର ଟଙ୍କା ପ୍ରଦାନ କରିଥିବା ଏବଂ ବିଭିନ୍ନ ପ୍ରକାର ଧମକ ଦେଇଥିବା ନେଇ ସଂପୃକ୍ତ ଶିକ୍ଷକ ଉମରକୋଟ ଥାନାରେ ଉକ୍ତ ତିନି ଜଣ ସାମ୍ବାଦିକଙ୍କ ସମେତ ଅଭିଭାବକ କମଳ ବଞ୍ଜାରାଙ୍କ ନାମରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ଉମରକୋଟ ପୋଲିସ ଘଟଣାର ତଦନ୍ତ କରି ଜିତେନ୍ଦ୍ର ଦାସ ଏବଂ ଶଙ୍କର ପ୍ରସାଦ ତୁରୁକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନିଗମ ସାହୁ ଫେରାର୍ ଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ନରେଶ ପ୍ରଧାନ ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Last Updated :Sep 6, 2021, 11:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.