୧୦ ଦଫା ଦାବିରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଆଦିବାସୀ

author img

By

Published : Sep 23, 2022, 5:44 PM IST

୧୦ ଦଫା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଆଦିବାସୀ ସଂଘ

୧୦ ଦଫା ଦାବି ନେଇ ଜିଲ୍ଲପାଳଙ୍କୁ ଦାବିପତ୍ର ଦେଲା ଆଦିବାସୀ ଅଧିକାର ମଞ୍ଚ, ଓଡିଶା କୃଷକ ସଭା ଓ ଜଙ୍ଗଲ ଅଧିକାର କମିଟି ମହାସଂଘ । ଗୁରୁବାର ଏହା ବିରୁଦ୍ଧରେ ଆଦିବାସୀ ବଞ୍ଚାଅ, ଦେଶ ବଞ୍ଚାଅ ନାରାଦେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ ଆଦିବାସୀ ।

ନବରଙ୍ଗପୁର: ଜଙ୍ଗଲଜମି ଆଇନକୁ ୧୪ ବର୍ଷ ବିତିଯାଇଥିଲେ ସୁଦ୍ଧା ଅଧିକାରରୁ ବଞ୍ଚିତ ବନବାସୀ । ଏନେଇ ଗତ ୨୨ ତାରିଖରେ PA ITDA ବିଡିଓଙ୍କୁ ଚିଠି ଲେଖିଥିଲେ । ତେବେ ଏହାକୁ ମାସେ ବିତିଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେବେ ଗୁରୁବାର ଏହା ବିରୁଦ୍ଧରେ ଆଦିବାସୀ ବଞ୍ଚାଅ, ଦେଶ ବଞ୍ଚାଅ ନାରାଦେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ଆଦିବାସୀ ।

୧୦ ଦଫା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଆଦିବାସୀ ସଂଘ

ଏହା ମଧ୍ୟ ପଢନ୍ତୁ: ଜଙ୍ଗଲ ଜମିରେ ନିଆଁ ଲଗାଇବା ଘଟଣା, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବନ ସୁରକ୍ଷା କମିଟି

ନବରଙ୍ଗପୁର ଜିଲ୍ଲା ମଧ୍ୟରେ ଜଙ୍ଗଲ ଜମି ଚାଷ କରୁଥିବା ଆଦିବାସୀ ଓ ପାରମ୍ପରିକ ବନବାସୀ କୃଷକ ମାନଙ୍କୁ ଜଙ୍ଗଲ ଅଧିକାର ଆଇନକୁ ଉଲଂଘନ କରାଯାଇ ବନ ସୁରକ୍ଷା ଓ ବୃକ୍ଷ ରୋପଣ ନାମରେ ପୂର୍ବ ପୁରୁଷ କାଳରୁ ଦଖଲ ଜଙ୍ଗଲ ଚାଷ ଜମି ମଧ୍ୟରେ ଗଣ୍ଡଗୋଳ ଓ ଅଶାନ୍ତି ସୃଷ୍ଟି କରୁଛି ବନ ବିଭାଗ । ଜଙ୍ଗଲ ଜମି ଆଇନ ଲାଗୁ ହୋଇ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଅବହେଳା ହେତୁ ଆଜି ବନବାସୀ ନିଜ ଅଧିକାରରୁ ବଞ୍ଚିତ ।

ଯାହାକୁ ନେଇ ସ୍ୱତନ୍ତ୍ର ଜଙ୍ଗଲ ଅଧିକାର କମିଟି ଗଠନ ପାଇଁ ଗତ 22/08/22 ରେ PA ITDA ବିଡ଼ିଓଙ୍କୁ ପତ୍ର ଲେଖିଥିଲେ ମଧ୍ୟ ଏକ ମାସ ବିତି ଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଗଲା ନାହିଁ । ଦୀର୍ଘ ବର୍ଷ ଧରି ଜଙ୍ଗଲକୁ ସୁରକ୍ଷା ଦେଉଥିବା ଗ୍ରାମବାସୀଙ୍କୁ ଆଇନ ଅନୁଯାୟୀ ଯେଉଁ ସୁବିଧା ମିଳିବା କଥା ତାହା ମିଳି ପାରୁନାହିଁ । ଜଙ୍ଗଲ ବିଭାଗର ଚକ୍ରାନ୍ତରେ ଉପରିସ୍ଥ ଅଧିକାରୀମାନେ ବର୍ଷ ବର୍ଷ ଧରି ଗୋଟିଏ ଜିଲ୍ଲାରେ ରହି ଆଦିବାସୀଙ୍କ ଜୀବନ ଜୀବିକା ଉପରେ ଖେଳ ଖେଳୁଛନ୍ତି ।

ଏହି ସମସ୍ତ ବିଷୟକୁ ନେଇ ଗୁରୁବାର କୃଷକ ମହାସଂଘ ତରଫରୁ ଜିଲ୍ଲାର ସମସ୍ତ ବ୍ଲକରୁ ଜଙ୍ଗଲୀ ଆଦିବାସୀମାନେ ନବରଙ୍ଗପୁରଠାରେ ଏକତ୍ରିତ ହୋଇ ଜିଲ୍ଲା ସଦର ମହକୁମାର ଚାଉଁରିଆଗୁଡା ନିକଟରୁ ହାତରେ ଜଙ୍ଗଲୀ ଅସ୍ତ୍ରଶସ୍ତ୍ର ଧରି ପ୍ରଶାସନ ବିରୋଧରେ ନାରାବାଜି କରି ଏକ ବିଶାଳ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । ଦାବି ନ ମାନିବା ଯାଏଁ ଏଭଳି ଲଘୁଚାପ ଜନିତ ବର୍ଷାରେ ଭିଜି ଭିଜି ମଧ୍ୟ ଜିଲ୍ଲାପାଳଙ୍କ ଅଫିସ ଆଗରେ ବସିବାକୁ ଅଡ଼ି ବସିଛନ୍ତି ଆଦିବାସୀ ।

ଏନେଇ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, "ଗୁରୁବାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଜଙ୍ଗଲ ଜମି ସହ କମିଟି କରାଯାଉଥିବା ଅଭିଯୋଗ ନେଇ ଧାରଣା ଦିଆଯାଇଛି । ଆମେ ଏନେଇ ବିଡିଓ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛୁ । ସେମାନେ ତଦନ୍ତ କରି ଆଦିବାସୀଙ୍କୁ ପଟ୍ଟା ଯୋଗାଇଦେବେ ।"

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.