୧୦ କୋଟି ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ରେକ୍ଷାଳୟ

author img

By

Published : Oct 8, 2021, 10:06 PM IST

୧୦କୋଟି ଟଙ୍କା ବ୍ୟୟରେ ନବରଙ୍ଗପୁର ସହରରେ ନିର୍ମିତ ହେବ ଅତ୍ୟାଧୁନିକ ପ୍ରେକ୍ଷାଳୟ

ନବରଙ୍ଗପୁର ଜିଲ୍ଲାବାସୀଙ୍କ ବହୁ ଦିନର ଆଶା ପୂରଣ କଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ଭଲ ପ୍ରେକ୍ଷାଳୟଟିଏ ନଥିବାରୁ ବିଭିନ୍ନ ସରକାରୀ ତଥା ବେସରକାରୀ କାର୍ଯ୍ୟକ୍ରମ ପାଇଁ ନାନଦି ସମସ୍ୟାର ସମ୍ମୁଖୀନ ହେଉଥିଲେ । ଅଧିକ ପଢନ୍ତୁ...

ନବରଙ୍ଗପୁର: ଦୀର୍ଘ ଦିନର ଦାବି ପରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ନିର୍ମାଣ ପାଇଁ ଖୋଲିଛି ବାଟ । ଆଉ ଏନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ, ରାସ୍ତା ଏବଂ ଗୃହ ନିର୍ମାଣ ନବରଙ୍ଗପୁରଙ୍କ ଦ୍ଵାରା ପ୍ରସ୍ତୁତ ୧୦ କୋଟି ଟଙ୍କାର ଏକ ବ୍ୟୟ ଅଟକଳ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି ।

୧୦କୋଟି ଟଙ୍କା ବ୍ୟୟରେ ନବରଙ୍ଗପୁର ସହରରେ ନିର୍ମିତ ହେବ ଅତ୍ୟାଧୁନିକ ପ୍ରେକ୍ଷାଳୟ
୧୦କୋଟି ଟଙ୍କା ବ୍ୟୟରେ ନବରଙ୍ଗପୁର ସହରରେ ନିର୍ମିତ ହେବ ଅତ୍ୟାଧୁନିକ ପ୍ରେକ୍ଷାଳୟ

ସୂଚନାନୁସାରେ ୧୯୬୪ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ମାଟିର ଗର୍ବ ଓ ଗୌରବ ସ୍ବର୍ଗତ ସଦାଶିବ ତ୍ରିପାଠୀଙ୍କ ଉଦ୍ୟମରେ ନବରଙ୍ଗପୁର ସହରର ମଧ୍ୟ ସ୍ଥଳୀରେ ଶାସ୍ତ୍ରୀ ଭବନ ନିର୍ମାଣ ଓ ଶୁଭ ଉଦଘାଟନ ହୋଇଥିଲା । ତେବେ ବର୍ତ୍ତମାନ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଛି । ପରିତାପର ବିଷୟ କି ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ କଳା ସାହିତ୍ୟ, ସଂସ୍କୃତି ଓ ନାଟକ ପରିବେଷଣ ଏବଂ ଏପରିକି ସରକାରୀ ତଥା ବେସରକାରୀ କାର୍ଯ୍ୟକ୍ରମ କରିବା ପାଇଁ ଜିଲ୍ଲାରେ ଏକ ଆଧୁନିକ ପ୍ରେକ୍ଷାଳୟ ଟିଏ ନାହିଁ । ଏଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନଥିଲା ।

ତେବେ ଏହି ଘଟଣାରେ ୨୦୨୧ ମସିହା ମାର୍ଚ୍ଚ ମାସ ୨୩ ତାରିଖରେ ନବରଙ୍ଗପୁର ସହରର କିଛି ଖବରଦାତା, କଳାକାର, ସାହିତ୍ୟିକ, କବି, ଆଇନଜୀବୀ ଏବଂ ବୁଦ୍ଧିଜୀବୀ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ଜରିଆରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଧେଶ୍ୟରେ ପ୍ରଦାନ କରିଥିଲେ । ଏନେଇ ରାଜ୍ୟ ସରକାର ନବରଙ୍ଗପୁର ସହରର ଏହି ଦୀର୍ଘ ଦିନର ଦାବିକୁ ଗୁରୁତ୍ବର ସହିତ ବିଚାର କରି ଏକ ଆକଳନ ଚିଠା ପ୍ରଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏକ ଆକଳନ ଚିଠା ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୩୭୦ ଅନୁଯାୟୀ ସେପ୍ଟେମ୍ବର ୨୭ ତାରିଖରେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଥିବା ଘଟଣା ପ୍ରଚାର ହେବା ପରେ ସହରରେ ଖୁସିର ଲହରୀ ଖେଳିଯାଇଛି ।

ସେପଟେ ରାଜ୍ୟ ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ନବରଙ୍ଗପୁର ସହରର ବରିଷ୍ଠ ନାଗରିକ, କଳାକାର, ଖବରଦାତା, ସାହିତ୍ୟିକ, କବି, ଆଇନଜୀବୀଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ମହଲରେ ସ୍ବାଗତ କରିଛନ୍ତି । ଏହା ବ୍ୟତୀତ ଏହି ପ୍ରସ୍ତାବିତ ପ୍ରେକ୍ଷାଳୟକୁ ନବରଙ୍ଗପୁର ପୌରାଞ୍ଚଳ ଅଧିନସ୍ଥ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଆଶୀର୍ବାଦ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ କରିବାକୁ ଜିଲ୍ଲା ଆଇନଜୀବୀ ସଙ୍ଘର ସମ୍ପାଦକ ରାମ ପ୍ରସାଦ ପାତ୍ର, ସହରର ଗୁପ୍ତେଶ୍ଵର କଳା ସଙ୍ଘ ସଭାପତି ଅସିତ କୁମାର ଦେଓ , ଚଳଚିତ୍ର ନିର୍ଦ୍ଦେଶକ ସୁରେଶ ମହାନ୍ତି, ବ୍ୟଙ୍ଗ କବି ବିଜୟ କୁମାର ଚୌଧୁରୀ, ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର, ବରିଷ୍ଠ କଳାକାର ଦେବଦାଶ ମହାଙ୍କୁଡ ପ୍ରମୁଖ ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.