କାନ୍ଦ ବୋବାଳି ମଧ୍ୟରେ ଶିକ୍ଷୟିତ୍ରୀଙ୍କୁ ବିଦାୟ

author img

By

Published : Oct 2, 2022, 9:25 AM IST

କାନ୍ଦ ବୋବାଳି ମଧ୍ୟରେ ଶିକ୍ଷୟିତ୍ରୀଙ୍କୁ ବିଦାୟ

କାନ୍ଦ ବୋବାଳି ମଧ୍ୟରେ ଶିକ୍ଷୟିତ୍ରୀଙ୍କୁ ବିଦାୟ । ନିଜର ପ୍ରିୟ ଶିକ୍ଷୟିତ୍ରୀଙ୍କୁ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦିଲେ ପିଲା । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: କାନ୍ଦ ବୋବାଳି ମଧ୍ୟରେ ଶିକ୍ଷୟିତ୍ରୀଙ୍କୁ ବିଦାୟ । ନିଜର ପ୍ରିୟ ଶିକ୍ଷୟିତ୍ରୀଙ୍କୁ ଜାବୁଡି ଧରି କାନ୍ଦିଲେ ପିଲା । ଶିକ୍ଷୟିତ୍ରୀ ଜଣକ ଯେତେ ବୁଝାଉଥିଲେ ବି କେହି ଶୁଣିବାକୁ ନାରାଜ । ଗୁରୁଶିଷ୍ୟ ସମ୍ପର୍କର ଏହି ମଧୁର ଚିତ୍ର ସାମ୍ନାକୁ ଆସିଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତର ବାଙ୍କସର୍ଗି ସରକାରି ପ୍ରାଥମିକ ବିଦ୍ୟାଳୟରେ ।

କାନ୍ଦ ବୋବାଳି ମଧ୍ୟରେ ଶିକ୍ଷୟିତ୍ରୀଙ୍କୁ ବିଦାୟ

ଶିକ୍ଷୟିତ୍ରୀ ବନଲତାଙ୍କର ଶେଷ ଦିନରେ କାନ୍ଦି କାନ୍ଦି ଶିକ୍ଷୟିତ୍ରୀଙ୍କୁ ବିଦାୟ ଦେଉଥିଲେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ। ପିଲାରୁ ବୁଢ଼ା ସମସ୍ତଙ୍କ ଆଖିରୁ ଝରୁଥିଲା ସ୍ନେହ ମମତାର ଲୁହ । ଦୀର୍ଘ ୯ ବର୍ଷ ଧରି ଶିକ୍ଷୟତ୍ରୀଙ୍କ ଠାରୁ ସ୍ନେହ ମମତା ପାଇଥିବା ଗ୍ରାମବାସୀ ତାଙ୍କୁ ଛାଡିବାକୁ ଥିଲେ ନାରାଜ୍। ଶିକ୍ଷୟିତ୍ରୀ ବନଲତା କରଙ୍କର ଶୁକ୍ରବାର ବିଦାୟ ନେବା ସମୟ ଥିଲା ଏକଦମ ନିଆରା । ବିଦ୍ୟାଳୟ ଛାଡିବା ବେଳେ କାନ୍ଦ ବୋବାଳି ଫାଟି ପଡିଥିଲା ପୁରା ଅଞ୍ଚଳ । ସ୍କୁଲ ପିଲା ସହ ଅଭିଭାବକ ସମସ୍ତେ କାନ୍ଦି କାନ୍ଦି ଶିକ୍ଷୟିତ୍ରୀ ବନଲତାଙ୍କୁ ବିଦାୟ ଦେଇଥିଲେ।

ଏକ ବିରାଟ ଶୋଭାଯାତ୍ରାରେ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରୁ ପାଛୋଟି ନେଇ ଗ୍ରାମ ପରିକ୍ରମା କରାଇଥିଲେ। ଗାଁ ସାରା ପରିକ୍ରମା କରି ବାଦ୍ୟର ତାଳେ ତାଳେ ସମସ୍ତେ ଏକତ୍ରିତ ହୋଇ ବିଦାୟ ଦେଇଥିଲେ । ଗତ 2013ରୁ ଗ୍ରାମବାସୀ ପାଇଥିବା ସ୍ନେହ ଶ୍ରଦ୍ଧାକୁ ଲୋକେ ଭୁଲି ପାରିନଥିଲେ । ଏଭଳି ଦୃଶ୍ୟ ଦେଖି ସମସ୍ତଙ୍କ ଆଖିରେ ସ୍ନେହଭରା ଲୋତକ ସହ ଶିକ୍ଷୟିତ୍ରୀଙ୍କ ଅବସର ଜୀବନ ସୁଖମୟ ଲାଗି ପ୍ରାର୍ଥନା କରିଥିଲେ ସମସ୍ତେ l ଶିକ୍ଷୟିତ୍ରୀ ବନଲତା କର ଛାତ୍ରଛାତ୍ରୀଙ୍କୁ ଯେତିକି ସ୍ନେହ ଆଦର କରୁଥିଲେ ସେତିକି ନିଜର କରିଥିଲେ ସେମାନଙ୍କ ଅଭିଭାବକଙ୍କୁ l

ପିଲାଙ୍କ ଭଲ ମନ୍ଦରେ ସବୁ ବେଳେ ପାଖେ ପାଖେ ରହୁଥିଲେ । ତାଙ୍କରି ଭଳି ଜଣେ ଦକ୍ଷ ଶିକ୍ଷୟିତ୍ରୀଙ୍କୁ ହରାଇ ହତବାକ ହୋଇପଡ଼ିଥିଲେ ସମସ୍ତେ l ସୂଚନା ପ୍ରକାରେ 1997 ମସିହାରେ କୋଡିଙ୍ଗାରୁ ଚାକିରି ଜୀବନ ଆରମ୍ଭ କରି 2005ରେ ସୋରିଷପଦର ସ୍କୁଲ ଓ 2013ରୁ ଆଜି ଯାଏଁ ବାଙ୍କ ସର୍ଗି ସ୍କୁଲରେ ଶିକ୍ଷକତା କରି ଅବସର ଗ୍ରହଣ କରିଛନ୍ତି l

ଏହି ବିଦାୟକାଳୀନ ଶୋଭାଯାତ୍ରାରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଅନ୍ୟ ସହକାରୀ ଶିକ୍ଷକ ଏବଂ ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିଲେ । ଏପରିକି ପିଲାମାନେ ଶିକ୍ଷୟିତ୍ରୀଙ୍କୁ ଛାଡ଼ିବାକୁ ନାରାଜ ହେବା ସହ ତାଙ୍କୁ ଘେରି ରହିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.