ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ, କର୍ତ୍ତୃପକ୍ଷଙ୍କୁ ଦାୟୀ କରିଲେ ପରିବାର ଲୋକେ

author img

By

Published : Nov 9, 2022, 11:18 AM IST

ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଛାତ୍ର ନିଖୋଜ । ଥାନାର ଦ୍ବରସ୍ଥ ହେଲେ ପରିବାରଲୋକେ । ଅଧିକ ପଢନ୍ତୁ

ନବରଙ୍ଗପୁର: ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ର ନିବାସରୁ ଛାତ୍ର ନିଖୋଜ । ଅପହରଣର ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହେଲେ ପରିବାରଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ । ନିଖୋଜ ହୋଇଥିବା ଅନ୍ତେବାସୀଙ୍କ ନାମ ଶଙ୍କର ହରିଜନ ହୋଇଥିବା ବେଳେ ଘର ବାଉଁଶବେଡା ଗ୍ରାମରେ ହୋଇଥିବା ସୂଚନା ମିଳିଛି ।

ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ

ଏହା ମଧ୍ୟ ପଢନ୍ତୁ: Earthquake: ଦିଲ୍ଲୀ ପରେ ଉତ୍ତରାଖଣ୍ଡରେ ୪.୩ ତୀବ୍ରତାର ଭୂମିକମ୍ପ

ଗତକାଲି ମଧ୍ୟାହ୍ନରୁ ଶଙ୍କର ହରିଜନ କେଉଁଆଡେ ନିଖୋଜ ହୋଇଯାଇଥିବା ନେଇ ଜଣାପଡିଥିଲା । ବିଦ୍ୟାଳୟ ତରଫରୁ ତାଙ୍କୁ ଚାରି ଆଡେ ଖୋଜାଖୋଜି କରିବା ପରେ କେଉଁଆଡେ ସନ୍ଧାନ ନମିଳିବାରୁ ପରିବର ବର୍ଗଙ୍କୁ ଜଣା ଯାଇଥିଲା । ଏବଂ ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଛାତ୍ର ଜଣକ ଗତକାଲି ମଧ୍ୟାହ୍ନ ୧୨ଟାରୁ ନିଖୋଜ ଥିବା ବିଦ୍ୟାଳୟରୁ ସୂଚନା ମିଳିଛି । ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ । ଅପହରଣର ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକେ । ତେବେ ଏହି ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଅଭିଯୋଗ ଆଧାରରେ ନିଖୋଜ ଛାତ୍ରକୁ ଖୋଜାଖୋଜି କରୁଛି ଡାବୁଗାଁ ପୋଲିସ ।

ଏହା ମଧ୍ୟ ପଢନ୍ତୁ: ସମୁଦ୍ର ଆଁରେ ସାତଭାୟା, ବିସ୍ଥାପନ ନାଁରେ କଲବଲ କରୁଛି ପ୍ରଶାସନ !

ଏନେଇ ନିଖୋଜ ଛାତ୍ରଙ୍କ ବାପା କହିଛନ୍ତି,"ଦଶହରା ଛୁଟିରେ ମୋ ଛୁଆ ଘରକୁ ଯାଇଥିଲା । ସ୍କୁଲ ଖୋଲିବା ପରେ ମୁଁ ନିଜେ ଆଣି ସ୍କୁଲରେ ଛାଡିଥିଲି । ସେହିଦିନଠାରୁ ମୋ ଛୁଆ ଦିନେ ମଧ୍ୟ ମୋତେ ଫୋଲ କରିନାହିଁ । ଗତକାଲି ମୋତେ ସ୍କୁଲ କର୍ତ୍ତୃପକ୍ଷ ମୋ ଛୁଆ କୁଆଡେ ନିଖୋଜ ହୋଇଥିବା ନେଇ ଖବର ଦେଇଥିଲେ । ମୁଁ ମୋର ସମ୍ପର୍କୀୟଙ୍କ ସହ ସବୁଆଡେ ଖୋଜାଖୋଜି କରିଥିଲି । କିନ୍ତୁ ପାଇନଥିଲି । ତାପରେ ମୁଁ ସ୍କୁଲକୁ ଆସି ପହଞ୍ଚିଲି । ଶିକ୍ଷକଙ୍କ ଅବହେଳା ଯୋଗୁଁ ମୋ ପୁଅ ନିଖୋଜ ହୋଇଯାଇଛି । ଶିକ୍ଷକ ମୋ ଛୁଆକୁ ନଫେରାଇବା ଯାଏଁ ମୁଁ ସ୍କୁଲ ଛାଡି ଯିବି ନାହିଁ ।"

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.