ହଷ୍ଟେଲରେ ଭୋକିଲା ରହିଲେ ଛାତ୍ର, ମିଳିଲାନି ଖାଦ୍ୟ

author img

By

Published : Nov 17, 2022, 12:44 PM IST

ହଷ୍ଟେଲରେ ଖାଇବାକୁ ପାଇଲେନି ଛାତ୍ର

ନବରଙ୍ଗପୁର ସଦର ବ୍ଲକ ବଡ଼ ମାସିଗାଁ ପଞ୍ଚାୟତ ଅନ୍ତର୍ଗତ ଭଟିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଙ୍କ ପ୍ରତି ଅବହେଳା ଅଭିଯୋଗ । ଖାଇବା ନପାଇ ଉପବାସରେ ରହିଲେ ପିଲା । ଅଧିକ ପଢନ୍ତୁ

ନବରଙ୍ଗପୁର: ସ୍କୁଲରେ ଛାତ୍ରଙ୍କ ପ୍ରତି ଅବହେଳା ଅଭିଯୋଗ । ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁଁ ହଷ୍ଟେଲରେ ଛାତ୍ରମାନେ ଭୋକ ଉପବାସରେ ରହିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସଦର ବ୍ଲକ ବଡ଼ ମାସିଗାଁ ପଞ୍ଚାୟତ ଅନ୍ତର୍ଗତ ଭଟିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ।

ହଷ୍ଟେଲରେ ଖାଇବାକୁ ପାଇଲେନି ଛାତ୍ର

ଭଟିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ସ୍କୁଲ ଛୁଟି ରହିଥିବା କାରଣରୁ ହଷ୍ଟେଲରେ ଛାତ୍ରମାନଙ୍କୁ ଖାଇବାକୁ ଦେଇନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ବୁଧବାର ସକାଳେ ପିଲାଙ୍କୁ ଚୁଡା ଖାଇବାକୁ ଦେଇ ଘରକୁ ଚାଲି ଯାଇଥିଲେ । ମଧ୍ୟାହ୍ନ ଭୋଜନ ପାଇଁ ରାସନ ମଧ୍ୟ ଯୋଗାଇ ଦେଇ ଥିବା ସତ୍ତ୍ବେ ରୋଷେୟା ରୋଷେଇ ନ କରି ମଦ ପିଇ ରାସ୍ତାରେ ବୁଲୁଥିଲେ । ଛାତ୍ରମାନେ ଏନେଇ ଗାଁର କିଛି ଲୋକଙ୍କୁ ଜଣାଇବା ପରେ ଗାଁ ଲୋକେ ଯାଇ ତଦାରଖ କରିଥିଲେ । ଏହାପରେ ସଙ୍ଗେସଙ୍ଗେ ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରିବା ପରେ ପ୍ରଧାନ ଶିକ୍ଷକ ଓ ହଷ୍ଟେଲ ସୁପରି ଟେଣ୍ଡେଣ୍ଟ ସ୍କୁଲରେ ପହଞ୍ଚି ଯାଞ୍ଚ କରିଥିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: ସନ୍ନି ଲିଓନୀଙ୍କୁ ଆଶ୍ବସ୍ତି, ଚୁକ୍ତି ଉଲ୍ଲଙ୍ଘନ ମାମଲାରେ ରୋକ ଲଗାଇଲେ ହାଇକୋର୍ଟ

ତେବେ ଏନେଇ ରୋଷେଇଆ କହିଛନ୍ତି, "ତସୁ ଓଦା ଥିଲା ବୋଲି ଚୁଲି ଜଳିଲା ନାହିଁ । ଗ୍ୟାସ ରଖା ଯାଇଥିବା ରୁମର ଚାବି ଆମ ପାଖରେ ନଥିଲା ।"

ତେବେ ଏଭଳି ଅବ୍ୟବସ୍ଥା ବାରମ୍ବାର ଏଠାରେ ହେଉଥିବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ । ତଥାପି ଛାତ୍ରଙ୍କ ପ୍ରତି ହେଉଥିବା ଅବ୍ୟବସ୍ଥା ପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି । ଯଦି ଆଗକୁ କର୍ତ୍ତୃପକ୍ଷ ଏହାର ସ୍ଥାୟୀ ସମାଧାନ ନ କରନ୍ତି କିମ୍ବା ସେଇ ରୋଷେଇୟା ମାନଙ୍କୁ ବହିଷ୍କାର ନ କରନ୍ତି ତାହେଲେ ସ୍କୁଲ ତାଲା ପକାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ଗ୍ରାମବାସୀ ।

ଏନେଇ ପ୍ରଧାନ ଶିକ୍ଷକ କହିଛନ୍ତି,"ମୁଁ ବହୁତ ଦୁଃଖିତ। ମୁଁ 2.30ରେ ଏନେଇ ଖବର ପାଇଲି । ପ୍ରଥମାଷ୍ଟମୀ ପାଇଁ ସ୍କୁଲ ଛୁଟି ରହିଥିବାରୁ ମୁଁ ବିଳମ୍ବରେ ଜାଣିଛି । ଏହାପରେ ସ୍କୁଲର ସୁୁପରିଟେଣ୍ଡଣ୍ଟକୁ ଖବର ଦେଇଥିଲି । ଏହାପରେ ଆମେ ଆସି ପହଞ୍ଚିଲୁ । ଏହାପରେ ଗ୍ୟାସ ଆଣି ଯୋଗାଇଥିଲୁ । ଏନେଇ ଆଗରୁ ଥରେ ଅଭିଯୋଗ ଆସିଥିଲା । ସେମାନେ ନିଜର ଭୁଲ ସ୍ବୀକାର କରିଥିଲେ । ଏବେ ପୁଣି ଏଭଳି ଅଭିଯୋଗ ଆସିଛି।"

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.