ଭାରସାମ୍ୟ ହରାଇ ଗଛକୁ ପିଟିଲା କାର, 4 ମୃତ

author img

By

Published : Dec 3, 2022, 9:08 AM IST

Updated : Dec 3, 2022, 9:31 AM IST

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର

ଡ଼ାବୁଗାଁ ଥାନା ଅଞ୍ଚଳରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଧିକ ପଢନ୍ତୁ

ନବରଙ୍ଗପୁର: ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା (4 Killed As Car Rams Into Tree In Nabarangpur) । ଭାରସାମ୍ୟ ହରାଇ ଗଛକୁ ପିଟିଲା କାର । ଫଳରେ ଘଟଣାସ୍ଥଳରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେଡିକାଲ ନେବା ବାଟରେ ଅନ୍ୟଜଣଙ୍କ ମୃତ୍ୟୁ ହୋଇଛି । ସେହପରି ଆଉ ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭାରସାମ୍ୟ ହରାଇ ଗଛକୁ ପିଟିଲା କାର

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଉମରକୋଟ ଠାରୁ ନବରଙ୍ଗପୁରକୁ ଆସୁଥିଲା କାର । ଏହି ସମୟରେ ସରାଗୁଡ଼ା ନିକଟ ବୁଲାଣିରେ କାରଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଏନେଇ ଖବର ପାଇଁ ଘଟଣା ସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଚାରି ମୃତକ ହେଉଛନ୍ତି ନବରଙ୍ଗପୁର ସହର ଗାଦୁଆଗୁଡ଼ାର ଏମଡି ସଦାମ, ରବିନ ହିଆଲ, ଏମଡି ଅନସର ଓ ସବନ ହିଆଲ୍ । ଆହତଙ୍କ ପରିଚୟ ମିଳିପାରି ନାହିଁ ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Dec 3, 2022, 9:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.