ନବରଙ୍ଗପୁରରେ ଜମୁଛି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ

author img

By

Published : Nov 22, 2022, 5:11 PM IST

ନବରଙ୍ଗପୁରରେ ଜମୁଛି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ

ନବରଙ୍ଗପୁର ଜିଲ୍ଲାସ୍ଥିତ ସାଇ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇଥିଲେ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସ୍ଥିତ ସାଇ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ୨୦୨୨ ଅନୁଷ୍ଠିତ ହୋଇଯାଇଛି (Sargiful programme held in Nabarangpur)। ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇଥିଲେ ।

ନବରଙ୍ଗପୁରରେ ଜମୁଛି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ

ଏଥିରେ ଜିଲ୍ଲାର ୮୯ ଟି TRW ବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇ ଚିତ୍ରାଙ୍କନ, ବକୃତା, ଏକକ ନୃତ୍ୟ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ପ୍ରାୟ ୬୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହାସହ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବିଭିନ୍ନ ଆଦିବାସୀ ନୃତ୍ୟ ଓ ଏକକ ଅଭିନୟ ପରିବେଷଣ କରିଥିଲେ ।

ପ୍ରତିଯୋଗିତା ଶେଷରେ ବିଜେତା ଦଳକୁ ପୁରସ୍କୃତ କରାଯାଇଥିଲା । ଏଥିରେ ମୁଖ୍ୟ ଆକର୍ଷଣ ହୋଇଥିଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ବିଦ୍ୟାଳୟର ଗ୍ରୁପ ଡ୍ୟାନ୍ସ । ଏହି ଅବସରରେ ଜିଲ୍ଲାପାଳ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ମଧ୍ୟ ଜିଲ୍ଲାପାଳ ଡଃ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରମ ନାୟକଙ୍କ ସମେତ ବିଭିନ୍ନ ପଦାଧିକାରୀ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ (Sargiful-2022 ) ।

ଏ ସମ୍ପର୍କରେ ଡ୍ୟାନ୍ସ ଶିକ୍ଷକ କହିଛନ୍ତି,''ପିଲାମାନଙ୍କ ପାଇଁ ମୁଁ ବହୁତ ଖୁସି (Sargiful programme organised in Nabarangpur)। କାହିଁକି ନା ପିଲାମାନେ ଆଜି ମୋ ନାଁ ରଖିଛନ୍ତି । ତେବେ ଆଗକୁ ରାଜ୍ୟସ୍ତର ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ନବରଙ୍ଗପୁର କଳାକାରମାନେ ବହୁତ ସହଯୋଗ କରୁଛନ୍ତି । ଯାହାଦ୍ବାରା ଆମେ 2020ରେ ଜାତୀୟସ୍ତରୀୟ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ପାରିଥିଲୁ । ସେଥିରେ ନବରଙ୍ଗପୁର କଳିଙ୍ଗା ସ୍କୁଲ ହିଁ ଭାଗ ନେଇଥିଲା । ତେଣୁ ଏଭଳି କାର୍ଯ୍ୟକ୍ରମରେ ନବରଙ୍ଗପୁର କଳାକାରଙ୍କୁ ସାମିଲ କରାଯାଇଥିବାରୁ ମୁଁ ବହୁତ ଖୁସି । ଆଉ ଏଥିରେ ମଧ୍ୟ ମୋ ପିଲା ପ୍ରଥମ ହୋଇ ଆସିଥିବାରୁ ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।''

ସେହିଭଳି ଜିଲ୍ଲାପାଳ କମଳ ଲୋଚନ ମିଶ୍ର କହିଛନ୍ତି ''10ଟି ସ୍କୁଲର 89 ହାଇସ୍କୁଲର ପାଖାପାଖି 6ଶହ ପ୍ରତିଯୋଗୀ ଯୋଗଦେଇଥିଲେ । 12 ଗୋଟି ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କଳ, ସଂସ୍କୃତି, ନାଚ, ଗୀତର ଯେଉଁ ସୁନ୍ଦର ପରାକାଷ୍ଠା ଦେଖାଇଥିଲେ ତାକୁ ଦେଖି ଉପସ୍ଥିତ ଜନସାଧାରଣ ଖୁସି ପ୍ରକଟ କରିଛନ୍ତି । ତେବେ ଯେଉଁମାନେ ହି ପ୍ରତିଯୋଗିତାରେ ଭାଗନେଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଯାଉଛନ୍ତି ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏହାସହ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବି ସେଠାରେ ବି ନବରଙ୍ଗପୁର ପିଲା ପ୍ରଥମ ସ୍ଥାନ ଗ୍ରହଣ କରନ୍ତୁ ।''

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.