ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ, ନିର୍ଯାତନା ସହିନପାରି ଘରକୁ ଫେରିଲେ ପୀଡ଼ିତ

author img

By

Published : Aug 25, 2022, 10:53 AM IST

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ, ନିର୍ଯାତନା ସହିନପାରି ଘରକୁ ଫେରିଲେ ପୀଡ଼ିତ

ନବରଙ୍ଗପୁରରେ ଏକ ଘରୋଇ ସ୍କୁଲ୍‌ରେ ଜଣେ ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି (ragging to eighth class student) । ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ସିନିୟରମାନେ ରାଗିଂ କରିଛନ୍ତି । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ଜିଲ୍ଲା ଡାବୁଗାଁ ଅଞ୍ଚଳର ଏକ ଘରୋଇ ସ୍କୁଲ୍‌ରେ ଜଣେ ଛାତ୍ର ରାଗିଂର ଶିକାର ହୋଇଥିବା ଅଭିଯୋଗ ହୋଇଛି(ragging to eighth class student) । ଏକ ଘରୋଇ ସ୍କୁଲ୍‌ରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ସିନିୟରମାନେ ରାଗିଂ(ragging in Gurukrupa school) କରିଥିବା ଅଭିଯୋଗ ହୋଇଛି । ଶେଷରେ ଅତିଷ୍ଠ ହୋଇ ଶେଷରେ ସ୍କୁଲ୍‌ ଛାଡ଼ି ଚାଲି ଆସିଛନ୍ତି ଛାତ୍ର ।

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ, ନିର୍ଯାତନା ସହିନପାରି ଘରକୁ ଫେରିଲେ ପୀଡ଼ିତ

ଏହି ସ୍କୁଲ ହଷ୍ଟେଲ୍‌ରେ ଛାତ୍ର ଜଣକ ରହୁଥିଲେ । ତେବେ ସେ ହଷ୍ଟେଲ୍‌ରେ ରହୁଥିବା ବେଳେ ତାଙ୍କୁ ନାନା ହଇରାଣ କୁରଥିଲେ ସିନିୟର । ସେ ପାଠ ହଷ୍ଟେଲ୍‌ ରୁମ୍‌ରେ ଥିବା ବେଳେ ସିନିୟର ଜୋରଜବରଦସ୍ତ ତାଙ୍କ ରୁମ୍‌ ଭିତରେ ପଶି ଧୂମ୍ରପାନ ଓ ଗୁଟଖା ସେବନ କରୁଥିଲେ । ଖାଲି ସେତିକି ନୁହେଁ ପୀଡ଼ିତ ଛାତ୍ରଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ । ନାନା ଅସାମାଜିକ କାର୍ଯ୍ୟ କଳାପ କରୁଥିଲେ । ଏହାକୁ ନେଇ ଅଭିଯୋଗ କରିବାକୁ କହିବାରୁ ତାଙ୍କୁ ଧମକ ଦେଉଥିଲେ ।

ଦୀର୍ଘ ଦିନ ଧରି ନିର୍ଯାତନା ସହିବା ପରେ ଶେଷରେ ଛାତ୍ରଜଣକ ସମସ୍ତ ଘଟଣା ନିଜ ବାପାମାଆଙ୍କୁ ଜଣାଇଥିଲେ । ଏହାପରେ ତାଙ୍କ ପରିବାର ଲୋକେ ଛାତ୍ରଜଣଙ୍କୁ ଘରକୁ ଫେରାଇ ନେଇ ଆସିଛନ୍ତି । ଏହାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ କରିବା ସହ ପୁଅକୁ ନିର୍ଯାତନା ସମ୍ପର୍କରେ ଶିଶୁ ସୁରକ୍ଷା ଅଧିକାରୀଙ୍କୁ ସୂଚନା ଦେଇଛନ୍ତି । ତେବେ ପୁଅକୁ ପାଖରେ କୌଣସି ସ୍କୁଲ୍‌ରେ ସ୍ଥାନ ମିଳିଲେ ପାଠ ପଢ଼ାଇବେ ନଚେତ ପୁଅକୁ ପାଠ ପଢ଼ିବାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି ଛାତ୍ରଙ୍କ ବାପା ।

ମାତ୍ର ତିନି ମାସ ହେଲା ପୁଅକୁ ଏହି ଘରୋଇ ସ୍କୁଲ୍‌ରେ ନାମ ଲେଖାଇଥିଲେ ଅଭିଭାବକ । ପୁଅ ସହ ହୋଇଥିବା ନିର୍ଯାତନା ସମ୍ପର୍କରେ କୋହଭରା କଣ୍ଠରେ କହିଛନ୍ତି ଛାତ୍ରଙ୍କ ମାଆ । ସେ କହିଛନ୍ତି "ପୁଅ ରୁମ୍‌ରେ ଥିବା ବେଳେ ତା ଉପରେ ପାଉଡର ତେଲ ପକାଯାଉଥିଲା । ତାକୁ ମାଡ଼ ମରା ଯାଉଥିଲା । କାନ୍ଦିକାନ୍ଦି ପୁଅ କହିଲା ମୋତେ ଏଠାରୁ ନେଇଯାଅ । ଶେଷରେ ଆମେ ତାକୁ ସ୍କୁଲ୍‌ରୁ ନେଇ ଆସିଲୁ ।"

ଏହାକୁ ନେଇ ଛାତ୍ରଙ୍କ ବାପା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି, "ମୋ ନୀରିହ ପୁଅ । ସ୍କୁଲ୍‌ରେ ପଢ଼ୁଥିଲା । ହଷ୍ଟେଲ୍‌ରେ ଥିବା ବେଳେ ତାର ସିନିୟର ତାକୁ ନିର୍ଯାତନା ଦେଉଥିଲେ । ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିଲେ । ଗତ ଶନିବାର ସେ ଘରକୁ ଆସିଛି । ଏହାକୁ ନେଇ ମୁଁ ଥାନାରେ ଏତଲା ଦେଇଛି ।"

ଏହାକୁ ନେଇ ଛାତ୍ର ଜଣକ କହିଛନ୍ତି ଯେ, "ହଷ୍ଟେଲ୍‌ରେ କେହି ଭଲ ନୁହଁନ୍ତି । ମୋତେ ମାଡ଼ ମାରୁଥିଲେ । ମୋ ପାଣି ବୋତଲରେ ପରିଶ୍ରା କରିଥିଲେ । ମୋତେ ପାଠ ପଢ଼ିବାକୁ ଦେଉନଥିଲେ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.