ବେକରେ ରଶି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା, ବର୍ଷକ ତଳେ ମହିଳା କରିଥିଲେ ବିବାହ

author img

By

Published : Sep 25, 2021, 3:39 PM IST

ବେକରେ ରଶି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ନବରଙ୍ଗପୁର ଶରଧାପୁର ଗ୍ରାମରେ ଅଘଟଣ । ବେକରେ ରଶି ଲଗାଇ ପ୍ରେମୀଯୁଗଳ କରିଛନ୍ତି ଆତ୍ମହତ୍ୟା । ଅଧିକ ପଢନ୍ତୁ...

ନବରଙ୍ଗପୁର: ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ଶରଧାପୁର ଗ୍ରାମରେ ଘଟିଛି ଅଘଟଣ । ଗାଁର ଅଳ୍ପ ଦୂରରେ ଥିବା ଏକ ବବୁଲ ଗଛରେ ସେହି ଗ୍ରାମର ପ୍ରେମୀଯୁଗଳଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ବେକରେ ରଶି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଶରଧାପୁର ଗ୍ରାମର ଜନୈକା ଯୁବତୀ ଆଜକୁ ଏକ ବର୍ଷ ତଳେ ନୂଆପଡା ଜିଲ୍ଲା ସିନାପାଲିରେ ବିବାହ କରିଥିଲେ । ତେବେ ଗତ ୧୫ ଦିନ ତଳେ ଶରଧାପୁର ଗ୍ରାମର ଯୁବକ ଉକ୍ତ ଯୁବତୀଙ୍କୁ ନେଇ କେଉଁଆଡେ ଚାଲିଯାଇଥିଲେ । ଉଭୟଙ୍କ ପରିବାର ବହୁ ଖୋଜିଥିଲେ କିନ୍ତୁ ସେମାନଙ୍କୁ ଖୋଜିବାରେ ବିଫଳ ହୋଇଥିଲେ । ତେବେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଉଭୟ ଶରଧାପୁର ଗ୍ରାମକୁ ଚାଲି ଆସିଥିବା ବେଳେ ଶେଷରେ ଗୋଟିଏ ରଶିରେ ଉଭୟ ଆତ୍ମହତ୍ୟା କରିଥିବା ଆଜି ଗ୍ରାମବାସୀ ଦେଖିବାକୁ ପାଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ଘଠଣାସ୍ଥଳକୁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି । ସେପଟେ ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.