ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

author img

By

Published : Sep 26, 2022, 12:54 PM IST

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ପାପଡ଼ାହାଣ୍ଡି ବ୍ଲକ ପୋକନାଗୁଡା କାଜୁବାଡ଼ ନିକଟରେ ଘଟିଛି ଅଘଟଣ । ଏଠାରେ ଡାକ୍ତରଙ୍କ ଅବହେଳାରୁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ପାପଡ଼ାହାଣ୍ଡି ବ୍ଲକ ପୋକନାଗୁଡା କାଜୁବାଡ଼ ନିକଟରେ ଘଟିଛି ଅଘଟଣ । ଏଠାରେ ଡାକ୍ତରଙ୍କ ଅବହେଳା ହେବାରୁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି (Patients death in Nabarangpur due to doctors negligence)। ଡାକ୍ତରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ଏଭଳି ଘଟଣା ଘଟିଛି ଖୁଡିଗୁଡା ଗ୍ରାମରେ । ସୂଚନାନୁସାରେ ଗାଁର ଲାଇବନ ମୁଦୁଲି ଓ ଧନିଆ ହରିଜନ ଖୁଡିଗୁଡା ଗ୍ରାମରୁ ମଇଦଲପୁରକୁ ଏକ ବାଇକ ଯୋଗେ ଯାଉଥିଲେ ।

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ

ସେହି ସମୟରେ ବାଇକଟି ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ଲାଇବାନ ଗୁରୁତର ଭାବେ ଆହତ ହୋଇଥିଲେ । ପରିବାର ଲୋକେ ଜାଣିବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ନପହଞ୍ଚିବାରୁ ତୁରନ୍ତ ଏକ ଅଟୋ ଯୋଗେ ଦିନ ୧୧ଟାରେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ବିଳମ୍ବରେ ଚିକିତ୍ସା କରିଥିଲେ (doctors negligence)। ଆଉ ଅପରାହ୍ନ ୩ଟା ବେଳକୁ ଲାଇବାନକୁ ମୃତ ଘୋଷଣା କରିଥିଲେ । ଲାଇବନର ମୃତ୍ୟୁ ଖବର ପ୍ରକାଶ ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖା ଦେଇଥିଲା । ''କାର୍ଯ୍ୟରତ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ହେବାରୁ ଲାଇବାନଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ କହିଥିଲେ'' ।

ଖାଲି ସେତିକି ନୁହେଁ ଏଠାକୁ ଆସୁଥିବା ରୋଗୀ ମଧ୍ୟ ଅନେକ ସମୟରେ ଚିକିତ୍ସାର ସୁବିଧା ନପାଇ ନାନା ହଇରାଣ ହୋଇଥିବା ଅଭିଯୋଗ ବି ହୋଇଛି ( Nabarangpur doctors negligence) । ଏପରିକି ଅନେକ ସମୟରେ ଏଠିକାର ରୋଗୀକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଉଥିବା ଦେଖାଦେଇଛି । ସେପଟେ ଘଟଣା ସମ୍ପର୍କରେ ଖବରପାଇ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ପରିବାରଙ୍କୁ ବୁଝାସୁଝା କରିବା ସହ ମୃତଦେହ ଉଠାଇବା ଲାଗି କହିବା ପରେ ବି ଲୋକେ ବୁଝି ନଥିଲେ । ଡାକ୍ତର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ପରିବାର ଲୋକେ ଜିଦରେ ଅଡ଼ି ବସିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.