ଚାଲାଣବେଳେ ବଜ୍ରକାପ୍ତା ଉଦ୍ଧାର, ୪ ଗିରଫ

author img

By

Published : Oct 18, 2021, 10:30 PM IST

ଚାଲାଣବେଳେ ବଜ୍ରକାପ୍ତା ଉଦ୍ଧାର, ୪ ଗିରଫ

ଚୋରା ଚାଲାଣବେଳେ ଗୋଟିଏ ବଜ୍ରକାପ୍ତା ଉଦ୍ଧାର ସହ ୪ ଚୋରା ଚାଲାଣକାରୀଙ୍କୁ ଗିରଫ କଲା ନବରଙ୍ଗପୁର ଜିଲ୍ଲା ବନ ବିଭାଗ । ଅଧିକ ପଢନ୍ତୁ...

ନବରଙ୍ଗପୁର : ବନ ବିଭାଗକୁ ସଫଳତା । ଚୋରା ଚାଲାଣବେଳେ ଗୋଟିଏ ବଜ୍ରକାପ୍ତା ଉଦ୍ଧାର ହେବା ସହ ୪ ଚୋରା ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ । ନବରଙ୍ଗପୁର ସହର ଠାରୁ ପାପଡାହାଣ୍ଡି ରାସ୍ତା ମଧ୍ୟରେ ଥିବା ଚିକିଲି ନିକଟରେ ଏହି ବଜ୍ରକାପ୍ତା ଉଦ୍ଧାର ହୋଇଛି ।

ଚାଲାଣବେଳେ ବଜ୍ରକାପ୍ତା ଉଦ୍ଧାର, ୪ ଗିରଫ

ଗିରଫ ୪ ଅଭିଯୁକ୍ତ ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗ୍ରାମର ବୃନ୍ଦାବନ ପୂଜାରୀ, ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଚିତ୍ରକୋଟ ଗ୍ରାମର ଲୁଥର ଟାକରି, ରାୟଗଡା ଜିଲ୍ଲା ତିରିଙ୍ଗ ଥାନା ଅନ୍ତର୍ଗତ ଲୁପୁଙ୍ଗ ଗ୍ରାମର ଶ୍ରୀପ ହେମ୍ବ୍ରମ , କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ କାଳିଆ ହଟାଲ ଗ୍ରାମର ଶୁକ୍ର ମୁଦୁଲି ବୋଲି ନବରଙ୍ଗପୁର ବନ ବିଭାଗ ତରଫରୁ ସୂଚନା ମିଳିଛି । ସେହିପରି ଅଭିଯୁକ୍ତଙ୍କ ଠାରୁ ୨ଟି ମୋଟରସାଇକଲ, ୪ଟି ମୋବାଇଲ ଫୋନ, ଗୋଟିଏ ଟାଙ୍ଗିଆ, ଗୋଟିଏ ଖଣ୍ଡା ଜବତ ହୋଇଛି । ବନ୍ୟଜନ୍ତୁ ଚୋରାଚାଲାଣ ଅଭିଯୋଗରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି ।

ଚିକିଲି ନିକଟସ୍ଥ ଧରଣାବେଢା ରାସ୍ତା ମଧ୍ୟରେ ଏକ ବଜ୍ରକାପ୍ତା ଧରି ୪ ଅଭିଯୁକ୍ତ ଗ୍ରାହକ ଅପେକ୍ଷାରେ ଥିବାବେଳେ ଖବରପାଇ ନବରଙ୍ଗପୁର ବନ ବିଭାଗର ଏକ ସ୍ବତନ୍ତ୍ର ଟିମ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଉଦ୍ଧାର ହୋଇଥିବା ବଜ୍ରକାପ୍ତା ଏକ ପୁରୁଷ ହୋଇଥିବାବେଳେ ଓଜନ ୮.୨ କିଲୋ ଗ୍ରାମ ଓ ୧୨୪ ସେଣ୍ଟିମିଟର ଲମ୍ବା ରହିଛି ବୋଲି ବନ ବିଭାଗ ସ୍ପଷ୍ଟ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.