ସମାନ କାର୍ଯ୍ୟକୁ ସମାନ ଦରମା, ଆଉଟସୋର୍ସିଂ ଠିକା କର୍ମଚାରୀଙ୍କ ପ୍ରତିବାଦ

ସମାନ କାର୍ଯ୍ୟକୁ ସମାନ ଦରମା, ଆଉଟସୋର୍ସିଂ ଠିକା କର୍ମଚାରୀଙ୍କ ପ୍ରତିବାଦ
ସମାନ କାର୍ଯ୍ୟକୁ ସମାନ ଦରମା । ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ଆଉଟ ସୋରସିଂ ଠିକା କର୍ମଚାରୀ ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି । ଅଧିକ ପଢ଼ନ୍ତୁ
ନବରଙ୍ଗପୁର: କିଛି ଦିନ ପୂର୍ବେ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିଛନ୍ତି । ହେଲେ ଜିଲ୍ଲାରେ କାର୍ଯ୍ୟରତ ଆଉଟସୋର୍ସିଂ ଠିକା କର୍ମଚାରୀମାନେ ଏଥିରୁ ବାଦ ପଡ଼ିଛନ୍ତି । ଏହାକୁ ବିରୋଧ କରି ଠିକା କର୍ମଚାରୀମାନେ ଏକାଠି ହୋଇଛନ୍ତି । ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ସମସ୍ୟାର ସମାଧାନ ଦାବି କରି ଆସନ୍ତା 26 ତାରିଖ ଯାଏ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି ।
ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ବିଭାଗରେ ମୋଟ ୫୦୦ରୁ ଊର୍ଦ୍ଧ୍ବ ଠିକା ଆଉଟସୋର୍ସିଂ କର୍ମଚାରୀ କାମ କରୁଛନ୍ତି । ସେମାନଙ୍କ ନିଃସ୍ଵାର୍ଥପର ସେବା ପାଇଁ ବିଭାଗୀୟ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ ହୋଇ ପାରୁଛି । କିନ୍ତୁ ସ୍ୱଳ୍ପ ଦରମାରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବା କର୍ମଚାରୀମାନେ କହିଛନ୍ତି । ତେଣୁ ସମାନ କାମକୁ ସମାନ ଦରମା ପ୍ରଦାନ ସହ ଚାକିରୀ ନିୟମିତ କରିବା ଦାବିରେ ଓଡିଶା ଆଉଟସୋର୍ସିଂ କର୍ମଚାରୀ ସଙ୍ଘ ନିଷ୍ପତ୍ତି କ୍ରମେ ଜିଲ୍ଲାର ସମସ୍ତ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀମାନେ କଳା ବ୍ୟାଚ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିଛନ୍ତି । ଆସନ୍ତା ୨୬ ତାରିଖ ଯାଏ ଏଭଳି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବାକୁ କର୍ମଚାରୀ ସଂଘ ନିଷ୍ପତ୍ତି ନେଇଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ମନ୍ଦିରରେ ପଶି ଭୋଗ ଖାଇଲା ଭାଲୁ, ବିଶ୍ରାମ ନେଇ ପରେ ଜଙ୍ଗଲକୁ ଫେରିଗଲା
ଏନେଇ କର୍ମଚାରୀମାନେ କହିଛନ୍ତି, "ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ୨୬ ତାରିଖରେ ଭୁବନେଶ୍ୱର ଠାରେ ହେବାକୁ ଥିବା ବିଶାଳ ସମାବେଶରେ ଯୋଗ ଦେବେ । ପ୍ରତିକୂଳ ପରିସ୍ଥିତିରେ ନିଜକୁ ଖାପ ଖୁଆଇ ସବୁ ସମୟରେ ନିଷ୍ଠାର ସହ କାର୍ଯ୍ୟ କରିଆସୁଛୁ । ମାତ୍ର ସରକାର ଆମକୁ ଅଣଦେଖା କରିଛନ୍ତି ।" ତେଣୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରାଯାଇଛି ।
ଇଟିଭି ଭାରତ, ନବରଙ୍ଗପୁର
