ରାସ୍ତା କଡରେ କିଏ ଫୋପାଡିଲା ବୃଦ୍ଧାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ

author img

By

Published : Nov 25, 2022, 12:37 PM IST

Etv Bharat

ନବରଙ୍ଗପୁରରେ ଅଭାବନୀୟ ଘଟଣା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କଲେ ପରିବାର ଲୋକେ । ଅଧିକ ପଢନ୍ତୁ

ନବରଙ୍ଗପୁର: କୁମୁଲି ପଞ୍ଚାୟତ ଟଙ୍ଗପଖନା ଗ୍ରାମରେ ବୃଦ୍ଧଙ୍କ ସନ୍ଦେହ ଜନକ ମୃତ୍ୟୁ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତା କଡରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ମୃତ ବୃଦ୍ଧ ଜଣଙ୍କ ହେଉଛନ୍ତି ଟଙ୍କପଖନା ଗ୍ରାମର ରାମସାଇ ଗଣ୍ଡ । ବୃଦ୍ଧଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ବାଜରଙ୍ଗି ଗଣ୍ଡ ଘରେ ଦଶାହ କାର୍ଯ୍ୟ ଥିଲା, ଗୁରୁବାର ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଏକ ଭୋଜିର ଆୟୋଜନ କରାଯାଇଥିଲା । ଯେଉଁଥିରେ ରାମସାଇ ଗଣ୍ଡ ଯୋଗ ଦେଇଥିଲେ । ଏହାପରେ ଅପରାହ୍ନ ୩ଟା ସମୟରେ ରାସ୍ତା କଡରେ ରାମସାଇ ଗଣ୍ଡଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ ପାଇଥିଲେ ତାଙ୍କ ଟ୍ରାକ୍ଟର ଡ୍ରାଇଭର । ଏହାପରେ ରାମସାଇଙ୍କ ପୁଅକୁ ଖବର ଦେଇଥିଲେ । ରାମସାଇଙ୍କ ପୁଅ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଉମରକୋଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ

ରାମସାଇଙ୍କ ନିଜ ଘର ମାଲବେଢ଼ା ଗ୍ରାମ ହୋଇଥିବା ବେଳେ,ସେ ଟଙ୍କପଖନା ଗ୍ରାମରେ ଚାଷ ଓ ବ୍ୟବସାୟ କରି ରହି ଆସୁଥିଲେ । ତାଙ୍କ ପୁଅ ମାଲବେଢ଼ାରେ ରହୁଛନ୍ତି । ତେବେ ବୃଦ୍ଧ ଜଣଙ୍କୁ ରାସ୍ତାରେ କିଏ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପକାଇ ଦେଇ ଚାଲିଗଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ରାଇଘର ପୋଲିସ ପହଞ୍ଚି ତଦନ୍ତ କରୁଛି । ରାମସାଇଙ୍କୁ କେହି ସଂଘବଦ୍ଧ ଆକ୍ରମଣ କରିଥିବା ପୋଲିସ ସନ୍ଦେହ କରୁଛି । ତେବେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଯଦି ସଂଘବନ୍ଧ ଭାବେ ବୃଦ୍ଧ ଜଣଙ୍କୁ ଆକ୍ରଣ କରାଯାଇଥାଏ ତେବେ କିଏ ଓ କାହିଁକି ଏପରି କାଣ୍ଡ ଭିଆଇଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.