ଆଇନଜୀବୀ ସଂଘ ସମସ୍ୟା ଶୁଣିଲେ ହାଇକୋର୍ଟ ମୁଖ୍ୟ ବିଚାରପତି

author img

By

Published : Oct 1, 2021, 10:25 PM IST

ଆଇନଜୀବୀ ସଂଘ ସମସ୍ୟା ଶୁଣିଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ସାରା ଓଡ଼ିଶାର ଜିଲ୍ଲାସ୍ତରୀୟ ଆଇନଜୀବୀ ସଂଘର ସଭାପତି ଓ ସମ୍ପାଦକଙ୍କ ସହ ଆଭାସୀ କାର୍ଯ୍ୟକ୍ରମ ଜରିଆରେ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର କଥା ହୋଇ ସମସ୍ତ ସମସ୍ୟା ଶୁଣିଥିଲେ । ଅଧିକ ପଢନ୍ତୁ...

ନବରଙ୍ଗପୁର: ସାରା ଓଡ଼ିଶାର ଜିଲ୍ଲାସ୍ତରୀୟ ଆଇନଜୀବୀ ସଂଘର ସଭାପତି ଓ ସମ୍ପାଦକଙ୍କ ସହ ଆଭାସୀ କାର୍ଯ୍ୟକ୍ରମ ଜରିଆରେ ଓଡିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର କଥା ହୋଇ ସମସ୍ତ ସମସ୍ୟା ଶୁଣିଥିଲେ । ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ପକ୍ଷରୁ ସଭାପତି ଆଶିଷ ରଞ୍ଜନ ପଟ୍ଟନାୟକ ଓ ସମ୍ପାଦକ ରାମ ପ୍ରସାଦ ପାତ୍ର ଆଇନଜୀବୀ ସଂଘର ଅନେକ ସମସ୍ୟା ଓ ପ୍ରସ୍ତାବ ଗୁଡିକ ସମ୍ବନ୍ଧରେ ମୁଖ୍ୟ ବିଚାରପତିଙ୍କୁ ଅବଗତ କରିଥିଲେ।

ଜିଲ୍ଲା ଅଦାଲତର ସମ୍ମିଳନୀ କକ୍ଷରେ ଜିଲ୍ଲା ଓ ଦୌରାଜଜ ଅଶୋକ କୁମାର ପଣ୍ଡାଙ୍କ ସହ ରେଜିଷ୍ଟ୍ରାର ଅପର୍ଣ୍ଣା ମହାପାତ୍ର ଉପସ୍ଥିତ ଥିଲେ । ନବରଙ୍ଗପୁର କୋର୍ଟରେ ଅଗଷ୍ଟ ମାସ ସୁଦ୍ଧା ବିଚାର ପାଇଁ ପଡିରହିଥିବା ୧୨୨୦ଟି ଦେୱାନି ମାମଲା ଓ ୨୭୧୬୯ଟି ଫୌଜଦାରୀ (ସମୁଦାୟ ୨୮୨୯୩) ମାମଲା, ବିଶେଷକରି ପଡିରହିଥିବା ପୁରୁଣା ମାମଲା ଗୁଡିକୁ ଯଥାଶୀଘ୍ର ବିଚାର କରିବା ପାଇଁ ବୈଠକରେ ଗୁରୁତ୍ତ୍ବାରୋପ କରାଯାଇଥିଲା ।

ନୂତନ କୋର୍ଟ ଗୃହରେ ତୃତୀୟ ମହଲା ନିର୍ମାଣ କରିବା, ଆଇନଜୀବୀ ସଂଘର ପ୍ରସ୍ତାବିତ ନୂତନ କୋଠା ନିର୍ମାଣ କରିବା, କ୍ୟାଣ୍ଟିନ୍ ଗୃହ ନିର୍ମାଣ କରିବା, ନିୟମିତ ଭିଜିଲାନ୍ସ କୋର୍ଟ ସ୍ଥାପନ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ସ୍ଥାପନ, ଜିଲ୍ଲାର ଡାବୁଗାଁ ଓ ଅନ୍ୟ ଅଞ୍ଚଳରେ ପ୍ରଥମ ଶ୍ରେଣୀ ବିଚାରପତି କୋର୍ଟ ସ୍ଥାପନ ପାଇଁ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ମୁଖ୍ୟ ବିଚାରପତିଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିଲା । କୋଭିଡ କଟକଣା ଯୋଗୁଁ ଦୀର୍ଘ ଏକ ବର୍ଷରୁ ଅଧିକ ଦିନ କୋର୍ଟ କାର୍ଯ୍ୟ ବନ୍ଦ ଥିବା ଯୋଗୁଁ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ହୋଇଥିବା ସଂଘ ପକ୍ଷରୁ ଅବଗତ କରାଯାଇଥିଲା।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.