ମା’ ଫୁଲଡ଼ବଲାଙ୍କ ମାହାତ୍ମ୍ୟ, ଭୈରବୀ ରୂପ ଦେଖିବାକୁ ଜମୁଛି ଭିଡ

author img

By

Published : Oct 9, 2021, 4:16 PM IST

ଫୁଲଡ଼ବଲା ଦେବୀଙ୍କ ପୀଠରେ ନବରାତ୍ରୀ ପୂଜା, ଭୈରବୀ ରୂପରେ ପୂଜା ପାଉଛନ୍ତି ଜଗତ ଜନନୀ

ଶଙ୍ଖ ନାଦ ଓ ଢୋଲ ବାଜାର ତାଳେ ତାଳେ କମ୍ପି ଉଠିଲାଣି ଶକ୍ତି ପୀଠ । ନବରାତ୍ରୀର ୯ ଦିନରେ ମା’ ଭିନ୍ନ ରୂପରେ ପୂଜାମଣ୍ଡପରେ ପୂଜା ପାଉଥିବା ବେଳେ ନବରଙ୍ଗପୁରର ଚାଉଁରିଆଗୁଡାରେ ଫୁଲଡ଼ବଲା ଦେବୀ ମା ଭୈରବୀ ରୂପରେ ପୂଜା ପାଉଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର: ଆରମ୍ଭ ହୋଇଯାଇଛି ମା' ଦୁର୍ଗାଙ୍କ ନବରାତ୍ରୀ ପୂଜା। ଚଳଚଞ୍ଚଳ ହୋଇ ଉଠିଛି ପୁର ଠୁ ପଲ୍ଲୀ । ପ୍ରତିବର୍ଷ ଶରତ ଋତୁରେ ନବରାତ୍ରୀରେ ମା' ଦୁର୍ଗାଙ୍କୁ ୯ଟି ରୂପରେ ପୂଜା କରାଯାଏ । ପ୍ରତିଦିନ ଭିନ୍ନ ଭିନ୍ନ ରୂପରେ ଶକ୍ତି ପୀଠ ଓ ପୂଜା ମଣ୍ଡପରେ ପୂଜା ପାଇଥାନ୍ତି ଜଗତ ଜନନୀ । ଏନେଇ ଶଙ୍ଖ ନାଦ ଓ ଢୋଲ ବାଜାର ତାଳେ ତାଳେ କମ୍ପି ଉଠିଲାଣି ଶକ୍ତି ପୀଠ । ନବରାତ୍ରୀର ୯ ଦିନରେ ମା’ ଭିନ୍ନ ରୂପରେ ପୂଜା ମଣ୍ଡପରେ ପୂଜା ପାଉଥିବା ବେଳେ ନବରଙ୍ଗପୁରର ଚାଉଁରିଆଗୁଡାରେ ଫୁଲଡ଼ବଲା ଦେବୀ ମା ଭୈରବୀ ରୂପରେ ପୂଜା ପାଉଛନ୍ତି । ବିଶ୍ବାସ ରହିଛି ନବରାତ୍ରୀରେ ମା’ଙ୍କୁ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୁଏ ।

ମା’ ଫୁଲଡ଼ବଲାଙ୍କ ମାହାତ୍ମ୍ୟ

ରାଜା ରାଜୁଡ଼ା ଅମଳରୁ ନୂଆକୋଟର ଦେବୀ ଗର୍ଭରାଇଙ୍କ ଭଉଣୀ ସାଜି ଚାଉଁରିଆଗୁଡାରେ ଆସ୍ଥାନ କରିଛନ୍ତି ମା ଫୁଲଡବଲା ଦେବୀ । ୨ ଭଉଣୀଙ୍କ ପୀଠ ଅଲଗା ଅଲଗା ହୋଇଥିଲେ ମଧ୍ୟ ସମାନ ଭାବେ ପୂଜା ପାଉଛନ୍ତି । ଆଉ ଅଳ୍ପ ଦୂରରେ ରହିଛନ୍ତି ଭାଇ ଚାଉଁରିଆ । ଦୀର୍ଘ ୪୦ ବର୍ଷ ହେଲା ଚାଉଁରିଆଗୁଡାରେ ଫୁଲଡ଼ବଲା ଦେବୀ ପୂଜା ପାଉଥିବା ବେଳେ ମା'ଙ୍କ ଆବିର୍ଭାବ କିପରି ହେଲା ତାହା ଆଜିବି ଅଜଣା ।

ଚୈତ୍ର ମାସରେ ଉଭୟ ପୀଠରେ ଚଇତି ଯାତ୍ରା ହୋଇଥାଏ । କିନ୍ତୁ ୩ ବର୍ଷ ହେବ ମା ଫୁଲଡବଲା ଦେବୀଙ୍କ ପୀଠରେ ନବରାତ୍ରୀ ଓ ଦଶହରା ପୂଜା ସ୍ବତନ୍ତ୍ର ଭାବେ କରାଯାଉଛି । ଏହି ପୀଠକୁ ଯିଏ ଆସେ ସେ କେବେ ଖାଲି ହାତରେ ଫେରେ ନାହିଁ ବୋଲି ବିଶ୍ବାସ ରହିଛି । ନବରାତ୍ରୀରେ ମାଙ୍କୁ ଦର୍ଶନ କରିବା ପାଇଁ ଏଠାରେ ଭକ୍ତଙ୍କ ଭିଡ ଜମୁଥିବା ବେଳେ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ କମ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.