ଗୁହାଳ ପାଲଟିଛି ନନ୍ଦାହାଣ୍ଡି କୌଶଳ ବିକାଶ କେନ୍ଦ୍ର ! ନୀରବ ଦ୍ରଷ୍ଟା ଜିଲ୍ଲା ପ୍ରଶାସନ

author img

By

Published : Sep 24, 2022, 12:14 PM IST

ଗୋରୁ ଗୁହାଳ ପାଲଟିଛି ନନ୍ଦାହାଣ୍ଡି କୌଶଳ ବିକାଶ କେନ୍ଦ୍ର, ନୀରବଦ୍ରଷ୍ଟା ଜିଲ୍ଲା ପ୍ରଶାସନ

ରକ୍ଷଣାବେକ୍ଷଣ ଅଭାବରୁ ନବରଙ୍ଗପୁର ନନ୍ଦାହାଣ୍ଡି କୌଶଳ ବିକାଶ କେନ୍ଦ୍ରର ଅବସ୍ଥା ଶୋଚନୀୟ । କାର୍ଯ୍ୟକ୍ଷମ ହୋଇନପାରିବା ଯୋଗୁଁ ଆଜି ଏଗୁଡ଼ିକ ପାଲଟି ଯାଇଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ଗୋରୁ ଗୁହାଳ ପାଲଟିଛି ନନ୍ଦାହାଣ୍ଡି କୌଶଳ ବିକାଶ କେନ୍ଦ୍ର । ଯୁବକ ଯୁବତୀ ମାନଙ୍କର କୌଶଳ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି । ତେବେ ବିଭିନ୍ନ କ୍ଷେତ୍ରରେ ତାଲିମ ନେଇ ନିଜେ କିପରି ସ୍ବାବଲମ୍ବୀ ହୋଇପାରିବେ ସେଥିପ୍ରତି ଦୃଷ୍ଟିଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଛନ୍ତି କୌଶଳ ବିକାଶ କେନ୍ଦ୍ର । କିନ୍ତୁ ଦୁଃଖର ବିଷୟ ଉକ୍ତ କେନ୍ଦ୍ର ଗୁଡ଼ିକ ଆଜି ଭାଙ୍ଗି ରୁଜି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବାକୁ ବସିଲାଣି । କାର୍ଯ୍ୟକ୍ଷମ ହୋଇନପାରିବା ଯୋଗୁଁ ଆଜି ଏଗୁଡ଼ିକ ପାଲଟି ଯାଇଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ । ସାଧାରଣରେ ପ୍ରଶ୍ନ ଉଠୁଛି ଏହା ବିକାଶ କେନ୍ଦ୍ର ନା ବିନାଶ କେନ୍ଦ୍ର ।

ଗୋରୁ ଗୁହାଳ ପାଲଟିଛି ନନ୍ଦାହାଣ୍ଡି କୌଶଳ ବିକାଶ କେନ୍ଦ୍ର, ନୀରବଦ୍ରଷ୍ଟା ଜିଲ୍ଲା ପ୍ରଶାସନ

ନବରଙ୍ଗପୁର ଏକ ଆଦିବାସୀ ବହୁଳ ଉପାନ୍ତ ଜିଲ୍ଲା । ଜିଲ୍ଲାର ବେକାର ଯୁବକ ଯୁବତୀ ମାନଙ୍କର କୌଶଳ ବିକାଶ ପାଇଁ ଜିଲ୍ଲାରେ ନିର୍ମାଣ ହୋଇଛି 4ଟି କୌଶଳ ବିକାଶ କେନ୍ଦ୍ର । ଜିଲ୍ଲାର ନନ୍ଦାହାଣ୍ଡିରେ ଏହି କେନ୍ଦ୍ର ନିର୍ମାଣ ହୋଇ ଇତି ମଧ୍ୟରେ 5ରୁ 6 ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ଯାଏଁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ । ଫଳରେ ନିର୍ମାଣ ହୋଇଥିବା କୋଠା ସମ୍ପୂର୍ଣ୍ଣ ରୂପେ ଭୂତକୋଠିରେ ପରିଣତ ହୋଇଯାଇଛି । ଦିନରେ ଜୁଆଆଡ୍ଡା ସହ ରାତିରେ ଜମୁଛି ମଦ ମାଂସର ଆସର । ରକ୍ଷଣାବେକ୍ଷଣର ଅଭାବରୁ କୋଠା ମଧ୍ୟରେ ଲାଗିଥିବା ବିଦ୍ୟୁତ୍ ସରଞ୍ଜାମ ସହ କବାଟ ଝରକା ମଧ୍ୟ ଲୋକେ ଚୋରି କରି ନେଇଗଲେଣି ।

ବିଭିନ୍ନ କ୍ଷେତ୍ରରେ ତାଲିମ ନେଇ ଆତ୍ମନିର୍ଭରଶୀଳ ହେବା ପାଇଁ ସରକାର କରିଥିବା ଏହି ଯୋଜନା ଜିଲ୍ଲାର ଏହି 4ଟି କୋଠାକୁ ଦେଖି ବାଟ ଭାଙ୍ଗି ଚାଲିଯାଉଛି । ଆଉ ନୀରବଦ୍ରଷ୍ଟା ସାଜିଛି ଏଠିକାର ଜିଲ୍ଲା ପ୍ରଶାସନ । କୋଠା ହସ୍ତାନ୍ତର ହୋଇନଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଆମ ହାତରେ ଲାଗିଛି ନିର୍ମାଣ ସଂସ୍ଥା ଜିଲ୍ଲା ନିୟୋଜନ ଅଧିକାରୀଙ୍କ ପାଖରେ କୋଠା ହସ୍ତାନ୍ତର କରିଥିବାର ପ୍ରମାଣ । 2017 ମସିହାରେ ସଂସ୍ଥା ଏହି କୋଠା ହସ୍ତାନ୍ତର କରିଥିବା ବେଳେ ଆଜି ଯାଏଁ ତାହା କାର୍ଯ୍ୟକ୍ଷମ ହୋଇ ପାରୁନାହିଁ । ଏନେଇ ଜିଲ୍ଲା ନିୟୋଜନ ଅଧିକାରୀ ସ୍ପଷ୍ଟୀକରଣ ଦେଉଛନ୍ତି ଯେ ବର୍ତ୍ତମାନ ଆକମି ଇଣ୍ଡିଆ ନାମକ ଏକ PIA ( Project implementing agency)କୁ ଦିଆଯାଇଛି କିନ୍ତୁ ବିଲ୍ଡିଂର ଅବସ୍ଥା ବର୍ତ୍ତମାନ ଶୋଚନୀୟ । ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣେଇଥିବା କହିଛନ୍ତି l

ପୂର୍ବରୁ ମଧ୍ୟ ଅନେକ PIAଙ୍କୁ ଦିଆ ଯାଇଥିଲେ ମଧ୍ୟ ସେମାନେ ଏଠି ଆସି ଶିକ୍ଷାଦେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ତାଲିମ ପରେ ନିଯୁକ୍ତି ସୁଯୋଗ ଦେବା ପାଇଁ ଏକ କମ୍ପାନୀ ସହ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା । କିନ୍ତୁ ହଷ୍ଟେଲ ସୁବିଧା ନଥିବା କାରଣରୁ ଉକ୍ତ କମ୍ପାନୀ ମଧ୍ୟ ଚୁକ୍ତିରୁ ଓହରି ଯାଇଥିଲା ଯାହା ଫଳରେ ଏହି କେନ୍ଦ୍ର ଖୋଲିବା ସମ୍ଭବପର ହୋଇ ପାରିଲା ନାହିଁ କିମ୍ବା ଆଜି ଯାଏଁ ମଧ୍ୟ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ସରକାରଙ୍କ ରାଜକୋଷର ଅର୍ଥ ଖତ ଖାଇଗଲା ପରି ମନେ ହେଉଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.