ଗାଁକୁ ନାହିଁ ରାସ୍ତା, ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗ୍ରାମବାସୀ

author img

By

Published : Sep 16, 2021, 7:14 AM IST

ଗାଁକୁ ନାହିଁ ରାସ୍ତା, ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗ୍ରାମବାସୀ

ଭଗବାନ ଭରସାରେ ଆଦିବାସୀଙ୍କ ଜୀବନ । ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହୋଇ କାଦୁଅ ପଚପଚ ରାସ୍ତାରେ ଯାତାୟାତ କରୁଛନ୍ତି ଝରିଗାଁ ଅଞ୍ଚଳର ଦୁଇ ଗ୍ରାମବାସୀ । ଅଧିକ ପଢନ୍ତୁ...

ନବରଙ୍ଗପୁର: ପ୍ରତ୍ୟେକ ଗାଁରେ ପକ୍କା ରାସ୍ତା ପାଇଁ ସରକାରଙ୍କ କାହିଁ କେତେ ଯୋଜନା । ହେଲେ ଏହା କେତେ ସଫଳ ହୋଇଛି ତାହା ଜିଲ୍ଲାର ଝରିଗାଁ ବ୍ଳକ ଅନ୍ତର୍ଗତ ଗୁରୁସିଙ୍ଗା ପଞ୍ଚାୟତ ଝରିଆନାଲ ଓ ବରାଗୁଡା ଗ୍ରାମବାସୀଙ୍କ ଯାତାୟତ ସମୟର ଦୃଶ୍ୟକୁ ଦେଖିଲେ ବେସ ବାରି ହୋଇପଡୁଛି । ଗାଁରେ ରାସ୍ତା ନଥିବାରୁ ବିପଦସଙ୍କୁଳ ଅବସ୍ଥାରେ ନଦୀପାର ହୋଇ ଗାଦୁଅ ପଚପଚ ରାସ୍ତାରେ ଯାତାୟତ କରୁଛନ୍ତି ଗ୍ରାମବାସୀ । କେତେ ବେଳେ ଯେ ନଦୀରେ ସୁଅ ଆସି ଜୀବନ ଚାଲିଯିବ ତାହା କାହାକୁବି ଜାଣାନାହିଁ । ବର୍ଷା ଦିନ ଆସିଲେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ଦୁଇ ଅଞ୍ଚଳବାସୀ ।

ଗାଁକୁ ନାହିଁ ରାସ୍ତା, ବିପଦ ସଙ୍କୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଗ୍ରାମବାସୀ

ଆମ୍ବାମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ର, ନୁଆଗାଁ ପ୍ରାଥମିକ ବିଦ୍ୟାଳୟ ବା ପଞ୍ଚାୟତ କାର୍ଯ୍ୟାଳୟ କୁ ଯିବାକୁ ହେଲେ ୧୫ କିଲୋମିଟର ରାସ୍ତା ଅତିକ୍ରମ କରୁଛନ୍ତି ଗ୍ରାମର ଛୋଟ ଛୋଟ ପିଲାଙ୍କ ସହ ଗ୍ରାମବାସୀ । ନ ହେଲେ ଭାଗ୍ୟକୁ ଆଦରି ନେଇ କାଦୁଅ ପଚପଚ ରାସ୍ତା ସହିତ ପେଟଫୁଲା ନଦୀରେ ଥିବା ଗଭିର ପାଣି ମଧ୍ୟରେ ପଶି ଯିବାକୁ ପଡୁଛି। କାରଣ ପଞ୍ଚାୟତ କାର୍ଯ୍ୟାଳୟ ବା ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍କୁଲ , ଗ୍ରାମ ଠାରୁ ମାତ୍ର ଏକ ଦୁଇ କିଲୋମିଟର ଦୂରରେ ଅବସ୍ଥିତ । ଏଥି ପାଇଁ ଉଭୟ ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ନିର୍ବାଚନ ଆସିଲେ ନେତା ମନ୍ତ୍ରୀଙ୍କର ଗାଁରେ ପ୍ରଚାର ପାଇଁ ସୁଅ ଛୁଟେ ଏବଂ ପ୍ରତିଶ୍ରୁତି ଉପରେ ପ୍ରତିଶୃତି ଦିଆଯାଏ । ହେଲେ ନିର୍ବାଚନ ସରିଗଲେ କାହାର ଦେଖା ମିଳେ ନାହିଁ । ଏନେଇ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ଫଳ ଶୂନ । ଏହି ଦୁଇଟି ଗାଁର ସମସ୍ୟା ସମ୍ପର୍କରେ ଝରିଗାଁ ବିଡିଓ ସତ୍ୟ ନାରାୟଣ ମେହେରଙ୍କୁ ଯୋଗାଯୋଗ କରିବାରୁ ସେ ଯଥାଶୀଘ୍ର ଏହି ରାସ୍ତାରେ ‌ମୋରମ ପକାଇବାର ବ୍ୟବସ୍ଥା କରିବେ ବୋଲି କହିବା ସହ ପେଟଫୁଲା ନଦୀ ଉପରେ ପୋଲ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ଦୁଇ ଗାଁକୁ ପ୍ରଶାସନ ଦୃଷ୍ଟି ଦେଇ କେବେ ପକ୍କା ରାସ୍ତା ତିଆରି କରିବ ଏବେ ତାହା ହିଁ ଦେଖିବାକୁ ବାକିରହିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.