ସୀମା ଟପୁଛି ପାଶବିକତା, 3 ଦିନ ବନ୍ଧକ ରଖି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

author img

By

Published : Oct 17, 2021, 8:55 AM IST

୩ ଦିନ ବନ୍ଧକ ରଖି ନାବାଳିକାଙ୍କୁ ଦୁଷ୍କର୍ମ

ନବରଙ୍ଗପୁରରେ ନାବାଳିକାଙ୍କୁ ଅପହରଣ ପରେ ୩ ଦିନ ବନ୍ଧକ ରଖି ଦୁଷ୍କର୍ମ ଅଭିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ଦାବି । ଅଧିକ ପଢନ୍ତୁ...

ନବରଙ୍ଗପୁର: ଥମୁନି ଲଜ୍ଜା । ଦୁଷ୍କର୍ମ ପରି ଅପରାଧୀକ ମାମଲା ଦିନକୁ ଦିନ ବଢିବାରେ ଲାଗିଛି । ଆଇନ, କାନୁନ ଶାସନ ପ୍ରକ୍ରିୟା ଯେତେ କଡାକଡି ହେଲେ ମଧ୍ୟ ଥମିବାର ନାଧରୁନି ଲଜ୍ଜା । ଏହିକ୍ରମରେ ପୁଣି ନବରଙ୍ଗପୁରରୁ ଆସିଛି ଏପରି ମାମଲା । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ଗତ 10 ତାରିଖରେ ନାବାଳିକା ଜଣକ ଘର ପାଖ ପଡିଆକୁ ଶୌଚ ପାଇଁ ଯାଇଥିବା ସମୟରେ ୨ ଜଣ ଯୁବକ ସନ୍ତୋଷ ଟାକ୍ରୀ ଏବଂ ଉମେଶ ହରିଜନ ତାଙ୍କୁ ଅପହରଣ କରି ନେଇଥିଲେ । କୋରାପୁଟର ସୁନାବେଡା ଗ୍ରାମରେ 3 ଦିନ ଧରି ବନ୍ଧକ ରଖି ଦୁଇଜଣ ଯୁବକ ମଧ୍ୟରୁ ସନ୍ତୋଷ ଟାକ୍ରୀ ଦୁଷ୍କର୍ମ କରି ପୁଣି ଗାଁରେ ଆଣି ଛାଡି ଦେଇଥିଲା । ଏନେଇ ପରିବାର ଲୋକେ ଜାଣିବା ପରେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଥାନାରେ ଏତଲା ଦେଇଛନ୍ତି ।

ଅଭିଯୋଗ ଅନୁସାରେ ନାବାଳିକାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇ ଦୁଷ୍କର୍ମ କରାଯାଇଛି । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ନାବାଳିକା ଏବଂ ତାଙ୍କ ପରିବାର ଲୋକେ । ଅନ୍ୟପଟେ ୨ ଅଭିଯୁକ୍ତ ଫେରାରେ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.