Matric Question Paper Leak: ନବରଙ୍ଗପୁରରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ଖଣ୍ଡନ କଲେ ସ୍କୁଲ କର୍ତ୍ତୃପକ୍ଷ

author img

By

Published : Mar 15, 2023, 7:52 AM IST

Updated : Mar 15, 2023, 8:19 AM IST

Matric Question Paper Leak

ନବରଙ୍ଗପୁରରେ ପରୀକ୍ଷା ଆରମ୍ଭ ପୂର୍ବରୁ ହିନ୍ଦୀ ଓ ସଂସ୍କୃତ ପ୍ରଶ୍ନପତ୍ର ଲିକ୍ । ତଦନ୍ତ ପରେ ଜଣାପଡିବ କହିଲେ ଜିଲ୍ଲା ଶିକ୍ଷାଧିକାରୀ । ଅଧିକ ପଢନ୍ତୁ

ନବରଙ୍ଗପୁରରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍

ନବରଙ୍ଗପୁର: ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ । ପରୀକ୍ଷା ଆରମ୍ଭ ପୂର୍ବରୁ ଲିକ୍ ହେଲା ହିନ୍ଦୀ ଓ ସଂସ୍କୃତ ପ୍ରଶ୍ନପତ୍ର । ନବରଙ୍ଗପୁର ଜିଲ୍ଲାରେ ଏହି ପ୍ରଶ୍ନପତ୍ର ଲିକ୍ ହୋଇଛି । ପ୍ରଶ୍ନପତ୍ର ସହ ଏହାର ଉତ୍ତରଗୁଡିକ ମଧ୍ୟ ଭାଇରାଲ ହୋଇଛି । ପ୍ରଥମେ ହିନ୍ଦୀ ପ୍ରଶ୍ନପତ୍ର ଓ ପରେ ସଂସ୍କୃତ ପରୀକ୍ଷାର ଉତ୍ତର ଲିକ୍ ହୋଇଥିବା ଜଣାପଡିଛି । ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସାରା ଜିଲ୍ଲାରେ ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା ହିନ୍ଦୀ ପ୍ରଶ୍ନପତ୍ର । ପ୍ରାଥମିକ ସ୍ତରରେ ନବରଙ୍ଗପୁର ସଦର ବ୍ଲକ ବିକ୍ରମପୁର ହାଇସ୍କୁଲରୁ ଏହା ଲିକ୍ ହୋଇଥିବା ଶୁଣିବାକୁ ମିଳିଥିଲା ।

ଏହାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଉକ୍ତ ସେଣ୍ଟରରେ ପହଞ୍ଚି ତଦନ୍ତ କରିଥିଲେ । ଭାଇରାଲ ହୋଇଥିବା ହିନ୍ଦୀ ଏବଂ ସଂସ୍କୃତ ଉତ୍ତର ଖାତାର କପି ଜିଲ୍ଲା ଶିକ୍ଷାଧିକାରୀଙ୍କ ମୋବାଇଲକୁ ପଠାଇ ସତ୍ୟାସତ୍ୟ ଜାଣିବା ପାଇଁ ଯାଞ୍ଚ କରିଥିଲେ । ପରୀକ୍ଷା ସମାପ୍ତି ପରେ ଜିଲ୍ଲା ଶିକ୍ଷାଧିକାରୀ ଭାଇରାଲ ହେଉଥିବା ହିନ୍ଦୀ ପ୍ରଶ୍ନପତ୍ର ମେଳ ଖାଉଥିବା କହିଥିବା ବେଳେ ଏହା ବିକ୍ରମପୁର ହାଇସ୍କୁଲରୁ ହୋଇନଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ ଡ୍ରପଆଉଟ ଛାତ୍ରଛାତ୍ରୀ: ଗଣଶିକ୍ଷା ମନ୍ତ୍ରୀ

ଅନ୍ୟପଟେ ସଂସ୍କୃତ ଉତ୍ତର ଖାତା ବିଷୟରେ ତଦନ୍ତ ଚାଲିଥିବା କହିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ବର୍ତ୍ତମାନ ତଦନ୍ତ ଚାଲିଥିବା ବେଳେ ସ୍କୁଲ ଶିକ୍ଷକମାନଙ୍କ ମୋବାଇଲ ଚେକିଂ କରାଯାଉଛି । ଅଧିକ ତଦନ୍ତ ପରେ ସବୁକିଛି ଜଣାପଡ଼ିବ ବୋଲି ସେ ଜଣାଇଛନ୍ତି । ତେବେ ବିକ୍ରମପୁର ହାଇସ୍କୁଲରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣାକୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାପାତ୍ର ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ତାଙ୍କ କେନ୍ଦ୍ରରୁ ପ୍ରଶ୍ନପତ୍ର ଆଦୌ ଲିକ୍ ହୋଇନାହିଁ । ତଦନ୍ତ ହୋଇଛି ଏଠାରୁ ଲିକ୍ ହୋଇଥିବାର କୌଣସି ପ୍ରମାଣ ନାହିଁ ।

ଏହାମଧ୍ୟ ପଢନ୍ତୁ: Odisha Weather: ପଶ୍ଚିମା ଝଡ଼ ଲିଭାଇବ ଜଙ୍ଗଲ ନିଆଁ, ଆଜିଠୁ 5ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୧୦ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପରୀକ୍ଷା ପାଇଁ ୫ ହଜାର ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ହଜାର ହଜାର ପିଲା ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Mar 15, 2023, 8:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.