ନଦୀରେ ଭାସୁଛି ଯୁବକଙ୍କ ମୃତଦେହ

author img

By

Published : Nov 14, 2022, 11:20 AM IST

ନଦୀରେ ଭାସୁଛି ଯୁବକଙ୍କ ମୃତଦେହ

ନଦୀରେ ଭାସୁଛି ଯୁବକଙ୍କ ମୃତଦେହ । ହରିଜନ ସାହି ଘାଟରେ ଭାସୁଛି ଯୁବକଙ୍କର ମୃତଦେହ । ଅଧିକ ପଢନ୍ତୁ

ନବରଙ୍ଗପୁର: ନଦୀରେ ଭାସୁଛି ଯୁବକଙ୍କ ମୃତଦେହ । ନବରଙ୍ଗପୁର ଜିଲ୍ଲା ବାଘଶିଉନି ଗାଁ ଘଣ୍ଟାୟତ ନଦୀ ହରିଜନ ସାହି ଘାଟରେ ଭାସୁଛି ଯୁବକଙ୍କର ମୃତଦେହ । ମୃତ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ତେଲିଗୁଡାର ସମନ ଯାନି । ତେବେ ଆଜି ସକାଳୁ ଘଣ୍ଟାୟତ ନଦୀରେ ମୃତଦେହ ଭାସୁଥିବା ଦେଖି ଗାଁ ଲୋକେ ଚିହ୍ନି ପାରିନଥିଲେ । ଏନେଇ ଚାରିଆଡେ ଖବର ପ୍ରଚାରିତ ହେଇଥିଲା ।

ମୃତଦେହର କେବଳ ମୁହଁ ଭାଗଟି ପାଣି ଉପରେ ଭାସମାନ ଅବସ୍ଥାରେ ଦେଖାଯାଉଥିଲା । ଏହି ମୃତଦେହଟିଜୁ ଦେଖି ଗାଁରେ ଅନେକ ଆଲୋଚନା ଆରମ୍ଭ ହୋଇଥିଲା । କିଛି ସମୟ ପରେ ମୃତଦେହଟି ତେଲିଗୁଡାର ସମନଙ୍କର ହୋଇଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ବର୍ଷା ନଥିବାରୁ ନଦୀରେ ବିଶେଷ ପାଣି ମଧ୍ୟ ନାହିଁ । ତାହେଲେ ଏ ମୃତଦେହ କେଉଁଠୁ ଆସିଲା ? ଏହାକୁ ନେଇ କେହି ହତ୍ୟା କରି ମୃତଦେହ ଫିଙ୍ଗିଥିବା ମଧ୍ୟ ସନ୍ଦେହ କରାଯାଉଛି ।

ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିଲେ ମଧ୍ୟ ପୋଲିସ ତଦନ୍ତ ପରେ ଏହାସ୍ପଷ୍ଟ ହେବ ବୋଲି କୁହାଯାଉଛି । ଯଦି ସମନ ଯାନି ଆତ୍ମହତ୍ୟା କରିଛନ୍ତି ତେବେ କେଉଁ କାରଣ ପାଇଁ ଏଭଳି କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିପରି ଯଦି ଏହା ହତ୍ୟା ତେବେ କିଏ ଓ କାହିଁକି ଏଭଳି ହତ୍ୟା କଲା ତାହାର କାରଣ ଏଯାଏଁ ଜଣାପଡ଼ିନି । ତେଣୁ ଏହାର ତଦନ୍ତ ପରେ କାରଣ ଜଣାପଡ଼ିବ ।

ଇଟିଭି ଭାରତ, ନବରଙ୍ଗପରୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.