ବେକରେ ରଶି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

author img

By

Published : Sep 25, 2021, 8:19 PM IST

ବେକରେ ରଶି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଧିନସ୍ଥ ବତାସର ଜଙ୍ଗଲରେ ଥିବା ଏକ ଗଛରେ ଗ୍ରାମର ଦୁଇ ପ୍ରେମୀଯୁଗଳ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର: ପୁଣି ବେକରେ ରଶି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅଧିନସ୍ଥ ବତାସର ଜଙ୍ଗଲରେ ଥିବା ଏକ ଗଛରେ ଗ୍ରାମର ଦୁଇ ପ୍ରେମୀଯୁଗଳ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏନେଇ ମୃତ ଯୁବତୀଙ୍କ ଜେଜେ ବାପା କାଦଭଟ୍ଟା ଗ୍ରାମର କେଶବ ଭତରା ପାପଡାହାଣ୍ଡି ଥାନାରେ ଏତଲା ଦାୟର କରିଛନ୍ତି ।

ବେକରେ ରଶି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଏତଲା ଅନୁସାରେ ଆଜି(ଶନିବାର) ଜଙ୍ଗଲ ମଧ୍ୟରେ ନିଜ ନାତୁଣୀ ସାବିତ୍ରୀ ଏକ ଅଜଣା ଯୁବକ ସହ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବାର ଖବର ପାଇଥିଲେ । ଜାଣିବାକୁ ମିଳିଛି ଯେ, ଉଭୟ ପରସ୍ପରକୁ ଭଲପାଉଥିଲେ । ତେବେ ଆଜି ଉଭୟ ଗୋଟିଏ ଓଢଣୀରେ ଝୁଲନ୍ତା ଅବସ୍ଥାରେ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଏବଂ ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.