ଅଫିସ୍‌ରେ ପଶି BDOଙ୍କୁ ମାଡ଼ ମାରିଲେ ସରପଞ୍ଚଙ୍କ ସ୍ବାମୀ ! ଥାନାରେ ଏତଲା

author img

By

Published : Nov 25, 2022, 1:15 PM IST

ଅଫିସ୍‌ରେ ପଶି ବିଡିଓଙ୍କୁ ମାଡ଼ ଅଭିଯୋଗ

ଝରିଗାଁ ବିଡିଓଙ୍କୁ ପାଲିଆ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ମାଡ ମାରିଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାକୁ ନେଇ ପାଲଟା ଅଭିଯୋଗ ହୋଇଛ। ଉଭୟଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଅଧିକ ପଢନ୍ତୁ

ନବରଙ୍ଗପୁର: ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପାଲିଆ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଝରିଗାଁ ଥାନାରେ ଏତଲା ଦେଲେ ବିଡିଓ । ଏତଲାକୁ ଆଧାର କରି ଉମରକୋଟ ଏସଡିପିଓ ତଦନ୍ତ ଆରମ୍ଭ କରିଛନ୍ତି ।

ଅଭିଯୋଗ ଅନୁସାରେ, ଝରିଗାଁ ବିଡିଓ ସତ୍ୟ ନାରାୟଣ ମେହେର ଅଫିସରେ କାର୍ଯ୍ୟ କରୁଥିବା ସମୟରେ ପାଲିଆ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପବିତ୍ର ସାନ୍ତା ଏବଂ ରମେଶ ହରିଜନ ନାମକ ଦୁଇଜଣ ବ୍ୟକ୍ତି କାର୍ଯ୍ୟାଳୟ ଭିତରେ ପହଞ୍ଚି ପ୍ରଥମେ ସିସିଟିଭି କ୍ୟାମେରାକୁ ବନ୍ଦ କରିଦେଇଥିଲେ । ପରେ ଏକ କେସ ରେଜିଷ୍ଟର ମାଗିଥିଲେ ଓ ସେଥିରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ତେବେ ସେମାନଙ୍କ କଥା ନ ମାନିବାରୁ ତାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି BDO ।

ଅଫିସ୍‌ରେ ପଶି ବିଡିଓଙ୍କୁ ମାଡ଼ ଅଭିଯୋଗ
ଅଫିସ୍‌ରେ ପଶି ବିଡିଓଙ୍କୁ ମାଡ଼ ଅଭିଯୋଗ

ଅନ୍ୟପଟେ ପାଲଟା ଅଭିଯୋଗ କରିଛନ୍ତି ଦୁଇ ଯୁବକ । ବିଡିଓ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ବିଲ କରିବାକୁ 2%ଲାଞ୍ଚ ମାଗିଥିବା କହିଛନ୍ତି ଦୁଇ ଯୁବକ । ଏନେଇ ବିଡିଓଙ୍କ ବିରୋଧରେ ମଧ୍ୟ ପାଲିଆ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଏବଂ ଅନ୍ୟଜଣେ ଯୁବକ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଘଟଣାର ତଦନ୍ତ କରିବା ପାଇଁ ଉମରକୋଟ ଏସଡିପିଓ ଝରିଗାଁ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି SDPO।

ଏହା ମଧ୍ୟ ପଢନ୍ତୁ: Md Farook Murder Case: ଧରାପଡିଲା ଡି-ବ୍ରଦର୍ସ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ୱାସିମ୍‌

ଅଫିସ୍‌ରେ ପଶି ବିଡିଓଙ୍କୁ ମାଡ଼ ଅଭିଯୋଗ

ଏନେଇ ବିଡିଓ କହିଛନ୍ତି," ମୁଁ ଅଫିସରେ କାର୍ଯ୍ୟ କରିବା ସମୟରେ ପବିତ୍ର ସାନ୍ତା ଓ ରମେଶ ହରିଜନ ନାମକ ଦୁଇଜଣ କାର୍ଯ୍ୟାଳୟ ଭିତରକୁ ଜବରଦସ୍ତି ପଶି ଆସିଥିଲେ । ପ୍ରଥମେ ସିସିଟିଭି ବନ୍ଦ କରିଦେଇଥିଲେ । ପରେ ଏକ କେସ ରେଜିଷ୍ଟର ମାଗିଥିଲେ ଓ ସେଥିରେ ଦସ୍ତଖତ କରିବାକୁ ବାଧ୍ୟ କରିଥିଲେ । ମୁଁ ମନା କରିବାରୁ ମୋତେ ଆକ୍ରମଣ କରିଥିଲେ।"

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.