ବିଏସଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା

author img

By

Published : Oct 3, 2021, 6:54 AM IST

ବିଏସଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା

ବିଏସଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

ନବରଙ୍ଗପୁର: ବିଏସଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର BSF କ୍ୟାମ୍ପରେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ,ରାଇଘର ବିଏସଏଫ କ୍ୟାମ୍ପରେ ରହୁଥିଲେ ଯବାନ ଡି. ଗୋବର୍ଦ୍ଧନ ।

ହେଲେ କୈଣସି କାରଣରୁ ନିଜ ସର୍ଭିସ୍ ରିଭରବରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ । ଘଟଣାଟି ଜଣାପଡିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । କେଉଁ କାରଣରୁ ଯବାନ ଆତ୍ମହତ୍ୟା କଲେ ସେନେଇ ଛାନଭିନ କରୁଛି ପୋଲିସ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.