ମଧ୍ୟାହ୍ନଭୋଜନ ଟଙ୍କା ହଡପ ମାମଲାରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

author img

By

Published : Sep 8, 2021, 8:42 PM IST

headmistress suspended in connection with mid day meal mismanagement

ଟିଓଏମଇ ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ମାମଲାରେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଛନ୍ତି । ଅଧିକ ପଢନ୍ତୁ...

ନବରଙ୍ଗପୁର: ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ମାମଲାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମାସ୍ଥିତ ଟିଓଏମଇ ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଟଙ୍କା ହଡ଼ପ ମାମଲାରେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଅଧିକାରୀ ନିଲମ୍ବନ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଚିଠି ନମ୍ବର ୧୯୬୪/୨୧ ଅନୁଯାୟୀ କୋଷାଗୁମୁଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି । ପ୍ରକାଶ ଥାଉକି ଗତମାସ ୨୧ ତାରିଖ ଦିନ ସ୍କୁଲ ଅଭିଭାବକମାନେ ପିଲାଙ୍କ ମଧ୍ୟାହ୍ନଭୋଜନ ଚାଉଳ ଓ ଅର୍ଥ ପ୍ରଦାନରେ ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ବେହେରା ଅନିୟମିତତା କରିଥିବା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର ଜିଲ୍ଲାପାଳ ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ଅଭିଭାବକଙ୍କ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଘଟଣାର ତଦନ୍ତ କରାଯାଇ ତଦନ୍ତ ରିପୋର୍ଟ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିଥିଲେ । ରିପୋର୍ଟକୁ ଆଧାର କରି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନ ଶିକ୍ଷୟିତ୍ରୀ ଗୌରୀ ବେହେରାଙ୍କୁ ନିଲମ୍ବନ କରାଯାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.