ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀ, ନବରାତ୍ରୀରେ ନେବେ 9 ରୂପ

author img

By

Published : Oct 7, 2021, 12:22 PM IST

ମା' ଭଣ୍ଡାରଘରଣୀଙ୍କ ନବରାତ୍ରୀ ପୂଜା ଆରମ୍ଭ

ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀଙ୍କ ନବରାତ୍ରୀ ପୂଜା ଆରମ୍ଭ । ନଅ ଦିନ ଧରି ବିଭିନ୍ନ ରୂପରେ ପୂଜା ପାଇବେ ମା' । ଅଧିକ ପଢନ୍ତୁ...

ନବରଙ୍ଗପୁର: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଛି । ନଅ ଦିନ ଧରି ମା' ବିଭିନ୍ନ ରୂପରେ ପୂଜା ପାଇବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ମନ୍ଦିର ପ୍ରାଙ୍ଗଣକୁ ସୁସଜ୍ଜିତ କରାଯାଇଛି ।

ମା' ଭଣ୍ଡାରଘରଣୀଙ୍କ ନବରାତ୍ରୀ ପୂଜା ଆରମ୍ଭ

ଶଙ୍ଖ ଧ୍ୱନି, ହୁଳହୁଳି ଓ ବାଜାବାଜଣା, ଢୋଲ କରତାଳ ସହିତ ଭକ୍ତଙ୍କ ଜୟକାର ଧ୍ୱନିରେ ପ୍ରକମ୍ପିତ ନବରଙ୍ଗପୁର ସହର ସ୍ଥିତ ଭଣ୍ଡାରଘରଣୀ ପୀଠ । ଏହାସହ ଆରମ୍ଭ ହୋଇଛି ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା' ଭଣ୍ଡାରଘରଣୀଙ୍କ ପୀଠରେ ନବରାତ୍ରୀ ପୂଜା । ନବରାତ୍ରୀ ପୂଜାର ଆଦ୍ୟରେ ମା'ଙ୍କ ପାଟ ଖଣ୍ଡାକୁ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ସ୍ଥାନୀୟ ପ୍ରତାପ ସାଗର ପୋଖରୀକୁ ନିଆ ଯାଇଥିଲା । ସେଠାରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ପାଟ ଖଣ୍ଡାକୁ ମହାସ୍ନାନ କରାଯାଇ ପୁଣି ମନ୍ଦିରକୁ ଅଣାଯାଇଥିଲା ।

ମନ୍ଦିରରେ ପାଟଖଣ୍ଡାକୁ ମା' ନିକଟରେ ଅବସ୍ଥାପିତ କରାଇଥିଲେ । ପାଟଖଣ୍ଡାକୁ ପୂଜା କରିବା ପରେ ମା'ଙ୍କ ସ୍ୱତନ୍ତ୍ର ରୀତିନୀତି ଆରମ୍ଭ ହୋଇଥିଲା । ଏହି ପୂଜା ପରେ ନବରାତ୍ରୀ ପୂଜା ଆରମ୍ଭ ହୋଇଥିଲା । ଏହି ନଅ ଦିନର ପୂଜା ସମୟରେ ମା'ଙ୍କୁ ବିଭିନ୍ନ ବେଶରେ ପୂଜା କରାଯାଇଥାଏ । ସେଥିମଧ୍ୟରୁ ସନ୍ଧ୍ୟା ପୂଜା ଓ ଚଣ୍ଡୀପାଠ ଅନ୍ୟତମ ବୋଲି ମନ୍ଦିର ପୂଜକମାନେ କହିଛନ୍ତି । ଅନ୍ୟପଟେ କୋରୋନା ପାଇଁ କଟକଣା ଲଗାଯାଇଥିବାରୁ ଭିଡ ଉପରେ ବିଶେଷ ଦୃଷ୍ଟି ରଖିଛନ୍ତି ପୂଜା କମିଟି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.