ହାତୀପଲଙ୍କ ଆତଙ୍କ: ଗ୍ରାମରେ ଭୟର ବାତାବରଣ

author img

By

Published : Sep 30, 2021, 5:28 PM IST

ହାତୀପଲଙ୍କ ଆତଙ୍କ: ଗ୍ରାମରେ ଭୟର ବାତାବରଣ

ଛତିଶଗଡ଼ ଜଙ୍ଗଲରୁ ଆସିଥିବା ହାତୀପଲ କାଣ୍ଡେତରା ଜଙ୍ଗଲରେ ଆତଙ୍କ ଖେଳାଇଛନ୍ତି l ଗାଁ ମୁଣ୍ଡରେ ହାତୀପଲ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମହଲରେ ଭୟର ବାତାବରଣ ଦେଖାଦେଇଛି l ଅଧିକ ପଢନ୍ତୁ...

ନବରଙ୍ଗପୁର: ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ନିକଟସ୍ଥ ହାତୀ ଗାଁ ସଂରକ୍ଷିତ ଜଙ୍ଗଲରେ ଛତିଶଗଡ଼ ଗାରିଆବନ୍ଧର ସାଲେଭାଟା ଜଙ୍ଗଲରୁ ହାତୀପଲ ପଶି ଆସି ସାରା ରାତି ଓଡିଶା ଜଙ୍ଗଲରେ ତାଣ୍ଡବ ରଚିବା ସହିତ ମକା ଫସଲ ନଷ୍ଟ କରି ଫେରି ଯାଇଥିଲେ l କିନ୍ତୁ, ଆଜି ପୁଣି ଛତିଶଗଡ଼ ଜଙ୍ଗଲରୁ ଆସିଥିବା ହାତୀପଲ କାଣ୍ଡେତରା ଜଙ୍ଗଲରେ ଆତଙ୍କ ଖେଳାଇଛନ୍ତି l ଗାଁ ମୁଣ୍ଡରେ ହାତୀପଲ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମହଲରେ ଭୟର ବାତାବରଣ ଦେଖାଦେଇଛି l

ହାତୀପଲଙ୍କ ଆତଙ୍କ: ଗ୍ରାମରେ ଭୟର ବାତାବରଣ

ଖବର ପାଇ ରାଇଘର ରେଞ୍ଜରଙ୍କ ନିର୍ଦ୍ଦେଶକ୍ରମେ ଫରେଷ୍ଟର ପ୍ରଫୁଲ୍ଲ ମାଝୀ ଓ ଫରେଷ୍ଟ ଗାର୍ଡ ଭବାନୀ ବିଶୋଇ ସହିତ ପାରା ଗାର୍ଡ ଓ ବନ୍ୟପ୍ରାଣୀ ସୁରକ୍ଷା ସ୍କ୍ବାର୍ଡକୁ ନେଇ ଏକ ଟିମ୍ ଆଜି ପୁଣି ହାତୀଗାଁ ସଂରକ୍ଷିତ ଜଙ୍ଗଲର କାଣ୍ଡେତରା ଜଙ୍ଗଲ ମଧ୍ୟରେ ପଶି ହାତୀ ପଲର ଗତିବିଧି ଦେଖିଥିଲେ l ବର୍ତ୍ତମାନ ସୁଦ୍ଧା ହାତୀପଲ ଓଡିଶା ମଧ୍ୟରେ ରହିଥିବା ସୂଚନା ମିଳିଛି l ଫଳରେ ଅଞ୍ଚଳବାସୀ ଏବେ ଭୟଭୀତ ହୋଇ ରହିଥିବା ଦେଖିବାକୁ ମିଳିଛି l

ଜଙ୍ଗଲ ହ୍ରାସ ପାଇବା ସହିତ ବନ୍ୟପ୍ରାଣୀଙ୍କ ଖାଦ୍ୟ ଅଭାବ ଯୋଗୁଁ ଏଭଳି ହାତୀପଲ ଓ ଅନ୍ୟ ବନ୍ୟପ୍ରାଣୀ ଏବେ ଗାଁ ମୁହାଁ ହେଉଥିବା ଜଣାପଡିଛି l ରାଇଘର ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ରହୁଥିବା ଲୋକେ ଆଗକୁ ପ୍ରାୟ ସମୟରେ ହାତୀପଲ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ସହିତ ସାମ୍ନାସାମ୍ନି ହେବେ, ଏଥିରେ ସନ୍ଦେହ ନାହିଁ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.