ନବରଙ୍ଗପୁରରୁ ନକଲି ସୁନା ଇଟା ଜବତ, 6 ଗିରଫ

author img

By

Published : Sep 25, 2021, 10:25 PM IST

ନବରଙ୍ଗପୁରରୁ ନକଲି ସୁନା ଇଟା ଜବତ, 6 ଗିରଫ

ରାତାରାତି କୋଟିପତି ହେବା ନିଶାରେ ଜିଲ୍ଲାର ଯୁବପିଢି । ନକଲି ଇଟା ଜବତ ହୋଇଥିବାବେଳେ 6 ଜଣଙ୍କୁ ଗିରଫ କରିଛି ପାପଡାହାଣ୍ଡି ପୋଲିସ । ଅଧିକ ପଢନ୍ତୁ...

ନବରଙ୍ଗପୁର: ସୁନା ଶଙ୍ଖ ପରେ ଏବେ ଜିଲ୍ଲାରେ ଚାଲିଛି ସୁନା ଇଟା କରବାର । ଏଭଳି ଏକ କାରବାର ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଅତି ସହଜ ଉପାୟରେ ରାତାରାତି ବଡ଼ ହୋଇଯିବା ନିଶା ଘାରି ଥିବା ଯୁବକ ବର୍ଗ ଏବେ ପଥଭ୍ରଷ୍ଟ । ବିନା କୌଣସି ପରିଶ୍ରମରେ ଲୋକଙ୍କୁ ଭୁଆଁ ବୁଲାଇ ସହଜରେ କୋଟି କୋଟି ଟଙ୍କା ରାଜଗାର କରିବାର ଅଭିଳାଷ ନେଇ ଭୁଲ ବାଟ ଆପଣେଇ ଆରମ୍ଭ କରିଦେଇଛନ୍ତି ବିଭିନ୍ନ ଚୋରା କାରବାର ।

ତେବେ ଜିଲ୍ଲାରେ ବର୍ତ୍ତମାନ ନକଲି କରବାର ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ନକଲି ସୁନା ଶଙ୍ଖ ପରେ ଏବେ ନକଲି ସୁନା ଇଟା କରବାର ଚାଲିଥିବା ଜଣାପଡିଛି । ନକଲି ସୁନା ଇଟା କାରବାର ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ଥାନା ପକ୍ଷରୁ ମୈଦଲପୁର ପୁଲିସ ଫାଣ୍ଡି ସାମ୍ନାରେ ଗାଡି ଯାଞ୍ଚ ଆରମ୍ଭ କରିଥିଲେ । ଏହି ସମୟରେ ଏକ ଧଳାରଙ୍ଗର କାର ଭୁବନେଶ୍ୱରରୁ ନବରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ ଗାଡିକୁ ଅଟକାଇ ଯାଞ୍ଚ ଆରମ୍ଭ କରିଥିଲେ ଆଉ ଯାଞ୍ଚ କରିବା ସମୟରେ ନକଲି ସୁନା ଇଟାକୁ ଦେଖିବାକୁ ପାଇଛି ପୋଲିସ ।

ସେପଟେ ଏହି ଇଟା ଜିଲ୍ଲାର କୌଣସି ଏକ ବ୍ୟକ୍ତିଙ୍କୁ ଠକି ଟଙ୍କା ଆଦାୟ କରିବା ପାଇଁ ନେବା ପୂର୍ବରୁ ପୋଲିସ ନକଲି ଇଟାକୁ ଜବତ କରିଛି । ତେବେ ଏହି ଘଟଣାରେ 6 ଅଭିଯୁକ୍ତଙ୍କ ଠାରୁ ଗୋଟିଏ 4କିଲୋ 500ଗ୍ରାମର ନକଲି ରୂପା ଇଟା, ଗୋଟିଏ କାର, ୫ ଟି ମୋବାଇଲ , ୫ଟି ଏଟିଏମ କାର୍ଡ, ୨ ଟି ଡ୍ରାଇଭିଂ ଲାଇସେନ୍ସ ଏବଂ ନଗଦ ୯୫୦ ଟଙ୍କା ଜବତ କରିଛି ପୋଲିସ । ତେବେ ଏହି ଘଟଣାରେ ପାପଡାହାଣ୍ଡି ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.