ଅକ୍ଟୋବର ଶେଷ ସୁଦ୍ଧା ନବରଙ୍ଗପୁରର ୩୧୮୬୧୭ ହିତାଧିକାରୀ ପାଇବେ ବିଜୁ ସ୍ବାସ୍ଥ୍ୟ କାର୍ଡ

author img

By

Published : Oct 6, 2021, 12:55 PM IST

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ ନେଇ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କରାଗଲା ସମୀକ୍ଷା । ଅଧିକ ପଢନ୍ତୁ...

ନବରଙ୍ଗପୁର: ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିବା ସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ଜିଲ୍ଲାର ସମ୍ପୃକ୍ତ ହିତାଧିକାରୀ ମାନଙ୍କୁ କିଭଳି ବଣ୍ଟନ କରାଯାଇପାରିବ । ସେନେଇ ଆଲୋଚନା କରାଯାଇଥିଲା । ନବରଙ୍ଗପୁର ଜିଲ୍ଲାରେ କାର୍ଡର ସୁବଣ୍ଟନ ସମୟରେ ଜିଲ୍ଲା ଠାରୁ ଗାଁ ପର୍ଯ୍ୟନ୍ତ କେଉଁ ଅଧିକାରୀଙ୍କ କେଉଁ ଦାୟିତ୍ବ ରହିବ । ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଜିଲ୍ଲାରେ ୩,୧୮,୬୧୭ ବିଜୁ ସ୍ବାସ୍ଥ୍ୟ କାର୍ଡ ହିତାଧିକାରୀଙ୍କୁ ଅକ୍ଟୋବର ମାସ ଶେଷ ସୁଦ୍ଧା ବଣ୍ଟନ କରିବା ପାଇଁ ସ୍ଥିର କରାଯାଇଛି ।

ସେହିଭଳି, ନବରଙ୍ଗପୁରର ଉପ ଡାକ ମଣ୍ଡଳର ନିରୀକ୍ଷକ ବୈଠକରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ସୁକନ୍ୟା ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏନେଇ ଉପସ୍ଥିତ ଅଧିକାରୀଙ୍କୁ ଅବଗତ କରାଇବା ସହ ଜିଲ୍ଲାର ୦-୧୦ ବର୍ଷ ମଧ୍ୟରେ ଥିବା ସମସ୍ତ ଶିଶୁକନ୍ୟାଙ୍କୁ ଏହି ଯୋଜନାରେ ସାମିଲ କରାଇବା ପାଇଁ ଜିଲ୍ଲା ପ୍ରଶାସନର ସହଯୋଗ କାମନା କରିଥିଲେ । ଏହି ଯୋଜନାର ସୁଫଳ ରୂପାୟନ ପାଇଁ ଜିଲ୍ଲାପାଳ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହିତ ସମସ୍ତ ଅଙ୍ଗନବାଡ଼ି ଆଶା କର୍ମୀ ସ୍ତରରେ ଏହାର ବହୁଳ ପ୍ରଚାର ପ୍ରସାର କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ନୋଡାଲ ଅଧିକାରୀ,ପିଡି ଡିଆରଡିଏଙ୍କ ବହୁ ଅଧିକାରୀ ସାମିଲ ହୋଇଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.