ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ, ନିନ୍ଦା କଲେ ବିଜେପି ଓ କଂଗ୍ରେସ

author img

By

Published : Sep 15, 2022, 9:51 PM IST

Congress and BJP targets Nabarangpur police administration over attack on journalists

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ, ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମାଡ ମାରିଲେ ଅତିରିକ୍ତ ଏସପି(ASP) (Nabarangpur Congress and BJP targets police ) । ଆନ୍ଦୋଳନ କରିବାକୁ ଧମକ ଦେଲା କଂଗ୍ରେସ । ନିନ୍ଦା କଲା ବିଜେପି । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ବୁଧବାର ଏକ ପାରିବାରିକ ମାମଲା ପାପଡ଼ାହାଣ୍ଡି ଥାନାରେ ପହଞ୍ଚିଥିଲା । ଏହି ମାମଲାରେ ପୋଲିସର ଅନୁପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ କିଛି ସାମ୍ବାଦିକ ଖବର ସଂଗ୍ରହ ପାଇଁ ପହଞ୍ଚି ଭିଡିଓ ଉତ୍ତୋଳନ କରିବାକୁ ଲାଗିଲେ । ଏହି ସମୟରେ ନବରଙ୍ଗପୁର ଅତିରିକ୍ତ ଏସପି ଜୟ କୃଷ୍ଣ ବେହେରା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ସହ ଅତର୍କିତ ଆକ୍ରମଣ କରିଥିଲେ (attack on journalists in Nabarangpur ) ।

ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ, ନିନ୍ଦା କଲେ ବିଜେପି ଓ କଂଗ୍ରେସ

ଅିତିରିକ୍ତ ଏସ୍‌ପି ସାମ୍ବାଦିକଙ୍କ ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲେ । ଏହାପରେ ସେମାନଙ୍କୁ ପ୍ଲାଷ୍ଟିକ୍‌ ପାଇପରେ ଆକ୍ରମଣ କରିଥିଲେ । ସାମ୍ବାଦିକ ବୋଲି ପରିଚୟ ଦେବାପରେ ମଧ୍ୟ ଅତିରିକ୍ତ ଏସ୍‌ପି ଜୟ କୃଷ୍ଣ ବେହେରା କାହାରି କଥା ଶୁଣିନଥିଲେ । ଏହାପରେ ଜିଲ୍ଲାର ସାମ୍ବାଦିକ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଏପଟେ ସାମ୍ବାଦିକଙ୍କ ଉପରେ ପୋଲିସ ଏଭଳି ଆକ୍ରମଣକୁ ନେଇ ନିନ୍ଦା କରିଛନ୍ତି ବିଜେପି ଓ କଂଗ୍ରେସ (Nabarangpur Congress and BJP targets police )।

ଏହା ବି ପଢ଼ନ୍ତୁ ସାମ୍ବାଦିକଙ୍କୁ ମାଡ ମାରିଲେ ଅତିରିକ୍ତ ଏସପି, ଥାନା ଆଗରେ ଧାରଣା

ଏହାକୁ ନେଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । କଗ୍ରେସ ଜିଲ୍ଲା ସଭାପତି ମୁନା ତ୍ରିପାଠୀ କହିଛନ୍ତି, "ଗତକାଲି ପାପଡ଼ାହାଣ୍ଡି ଥାନାକୁ ପ୍ରେମ ବ୍ୟାପାରକୁ ନେଇ ଆସିଥିବା ଜଣେ ମହିଳାଙ୍କୁ ପୋଲିସର ଦୁର୍ବ୍ୟବହାର ନିନ୍ଦନୀୟ । ଏଏସ୍‌ପି ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ତାଙ୍କୁ ନିଲମ୍ବନ ଦାବି କରୁଛି । ଯଦି ଗୃହ ବିଭାଗ ୭ ଦିନ ଭିତରେ ତାଙ୍କୁ ନିଲମ୍ବିତ ନକରେ ତେବେ ଜିଲ୍ଲା କଂଗ୍ରେସ ଏଠାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବ ।"

ଏହାକୁ ନେଇ ଜିଲ୍ଲା ବିଜେପି ମଧ୍ୟ ପାପଡ଼ାହାଣ୍ଡି ପୋଲିସ ଉପରେ ବର୍ଷିଛି । ବିଜେପି ନେତ୍ରୀ ଶର୍ମିଷ୍ଠା ଦେଓ କହିଛନ୍ତି,"ଯିଏ ସାମ୍ବାଦିକଙ୍କୁ ମାଡ଼ ମାରିଛନ୍ତି ତାଙ୍କୁ ମୁଁ ପଚାରିବାକୁ ଚାହୁଁଛି ଥାନାରେ କଣ କେହି ମହିଳା କର୍ମୀ ନଥିଲେ । କାହିଁକି ମହିଳା କର୍ମୀଙ୍କ ଦ୍ବାରା ପଚରାଉଚରା କରାଗଲା ନାହିଁ । ସାମ୍ବାଦିକଙ୍କୁ ମାଡ଼ ଘଟଣାକୁ ଜିଲ୍ଲା ବିଜେପି ତୀବ୍ର ନିନ୍ଦା କରିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.