୩ ଆଖି, ୨ ମୁଣ୍ଡ, ୨ ଜିଭ ନେଇ ଜନ୍ମ ହେଲା ବାଛୁରୀ; ଦୁର୍ଗାଙ୍କ ରୂପ କହି ପୂଜିଲେ ଲୋକେ

author img

By

Published : Oct 13, 2021, 10:22 AM IST

Updated : Oct 13, 2021, 10:47 AM IST

ନବଜାତ ବାଛୁରୀର ୩ଟି ଆଖି, ୨ଟି ମୁଣ୍ଡ ଓ ଦୁଇଟି ଜିଭ; ଦୁର୍ଗାଙ୍କ ଅବତାର କହି ପୂଜିଲେ ଲୋକେ

ରାଇଘର ବ୍ଲକ କୁମୁଲି ପଞ୍ଚାୟତର ବିଜାପାରା ଗ୍ରାମରେ ଜନ୍ମ ହୋଇଛି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ବାଛୁରୀ । ଯାହାର ୩ଟି ଆଖି, ୨ଟି ମୁଣ୍ଡ ଏବଂ ଦୁଇଟି ଜିଭ ରହିଛି । ଅଧିକ ପଢନ୍ତୁ...

ନବରଙ୍ଗପୁର: ରାଇଘର ବ୍ଲକ କୁମୁଲି ପଞ୍ଚାୟତର ବିଜାପାରା ଗ୍ରାମରେ ଜନ୍ମ ହୋଇଛି ଏକ ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ବାଛୁରୀ । ଯାହାର ୩ଟି ଆଖି, ୨ଟି ମୁଣ୍ଡ ଏବଂ ଦୁଇଟି ଜିଭ ରହିଛି । ସୂଚନା ପ୍ରକାରେ ରାଇଘର ବ୍ଳକ କୁମୁଲି ପଞ୍ଚାୟତର ବିଜାପାରା ଗ୍ରାମର ଧନୀରାମ ଗଣ୍ଡଙ୍କ ଘର। ଦୁଇ ବର୍ଷ ତଳେ ଧନୀରାମ ଗୋଟିଏ ଗାଈ କିଣିଥିଲେ । ତେବେ ଦୁଇଦିନ ତଳେ ଅପରାହ୍ନ ୪ଟା ସମୟରେ ଗାଈଟି ଏହି ଅଦ୍ଭୁତ ମାଈ ବାଛୁରୀକୁ ଜନ୍ମ ଦେଇଥିଲା । ଗାଈଟିର ଏହା ପ୍ରଥମ ଗର୍ଭ ହୋଇ ଥିବା ବେଳେ ଏହି ଅଦ୍ଭୁତ ବାଛୁରୀଟିକୁ ଦେଖିବା ପାଇଁ ପ୍ରବଳ ଗହଳି ଲାଗି ରହିଛି।

ନବଜାତ ବାଛୁରୀର ୩ଟି ଆଖି, ୨ଟି ମୁଣ୍ଡ ଓ ଦୁଇଟି ଜିଭ; ଦୁର୍ଗାଙ୍କ ଅବତାର କହି ପୂଜିଲେ ଲୋକେ

ଏପଟେ ବାଛୁରୀଟି ତା’ ମା ପାଖରୁ କ୍ଷୀର ପାନ କରିବାରେ ସମସ୍ୟା ହେଉଥିବା ଧନିରାମ କହିଛନ୍ତି। ତେଣୁ ପରିବାର ଲୋକେ ବାହାରୁ କ୍ଷୀର ମଗାଇ ବାଛୁରୀଟିକୁ ପିଆଉଥିବା କହିଛନ୍ତି । ତେବେ ନବରାତ୍ର ପରିପେକ୍ଷୀରେ ଏହି ଅଦ୍ଭୁତ ବାଛୁରୀଟି ଜନ୍ମ ଗ୍ରହଣ କରିଥିବାରୁ ଲୋକେ ଏହାକୁ ମା ଦୁର୍ଗାଙ୍କ ରୂପ ବୋଲି ପୂଜାର୍ଚ୍ଚନା କରିବା ସହ ଦକ୍ଷିଣା ପକାଉଥିବା ଦେଖିବାକୁ ମିଳିଛି ।


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated :Oct 13, 2021, 10:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.