ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ବିଜେପିର କଟାକ୍ଷ

author img

By

Published : Sep 20, 2021, 10:40 PM IST

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ବିଜେପିର କଟାକ୍ଷ

ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେପି । ନବରଙ୍ଗପୁରର ବିକାଶ ପାଇଁ ରାଜ୍ୟ ସରକାର ତତ୍ପର ନଥିବା ଅଭିଯୋଗ କରିଛି ବିଜେପି । ଅଧିକ ପଢ଼ନ୍ତୁ...

ନବରଙ୍ଗପୁର: ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେପି । ନବରଙ୍ଗପୁରର ବିକାଶ ପାଇଁ ରାଜ୍ୟ ସରକାର ତତ୍ପର ନଥିବା ଅଭିଯୋଗ କରିଛି ବିଜେପି । କେନ୍ଦ୍ର ସରକାର ରାଜ୍ୟର ବିକାଶ ପାଇଁ କୋଟିକୋଟି ଟଙ୍କାର ଅନୁଦାନ ପ୍ରଦାନ କରୁଥିଲେ ମଧ୍ୟ ରାଜ୍ୟରେ ବିଜେଡି ସରକାର ଏହାକୁ ବିକାଶ କାର୍ଯ୍ୟରେ ଲଗାଇ ପାରୁନଥିଲେ । ରାଜ୍ୟ ସରକାରଙ୍କ ଅପାରଗତା ଓ ଭ୍ରଷ୍ଟାଚାର ଯୋଗୁଁ ବିକାଶ ପ୍ରକଳ୍ପ ସ୍ଥାଣୁ ହୋଇପଡ଼ିଛି ।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ବିଜେପିର କଟାକ୍ଷ

ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ପ୍ରଦାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଲୋକଙ୍କୁ ଭୁଆଁ ବୁଲାଇବାରେ ରାଜ୍ୟ ସରକାର ବ୍ୟସ୍ତ ବୋଲି ବିଜେପି ଅଭିଯୋଗ କରିଛି । ନବରଙ୍ଗପୁର ଜିଲ୍ଲା ଏକ ଆକାଂକ୍ଷା ଜିଲ୍ଲା ହୋଇ ରହିଛି । ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ, ଜୟପୁର–ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ, ଇଥନାଲ ପ୍ଳାଣ୍ଟ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ କରିବାକୁ ଦାବି କରିଛି ବିଜେପି ।

ସେପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଯୋଗାଇବାରେ ରାଜ୍ୟ ସରକାରଙ୍କ ବିଫଳ ହୋଇଥିବା ବେଳେ, କୃଷି ପ୍ରଧାନ ଜିଲ୍ଲାରେ ଚାଷୀଙ୍କୁ ମଣ୍ଡିରେ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରାଯାଉ ନଥିବା ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଜଗଦିଶ ବଷୋୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମାନସ ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.