ଭାରତମାଳା ପ୍ରକଳ୍ପ: ନବରଙ୍ଗପୁରର ଆଉ ୩ ସ୍ଥାନରେ ରହିବ ପ୍ରବେଶ ଓ ପ୍ରସ୍ଥାନ

author img

By

Published : Oct 4, 2021, 9:08 PM IST

Bharatmala project three more entrance and exit point in nabarangpur

ଭାରତମାଳା ସୁପର୍ ଫାଷ୍ଟ ରୋଡ ନବରଙ୍ଗପୁର ଜିଲ୍ଲାର ଧୋଡ୍ରା, ଡ଼ାବୁଗାଁ ଓ ନବରଙ୍ଗପୁର ଠାରେ ରହିବ ପ୍ରବେଶ ଓ ପ୍ରସ୍ଥାନ ସୁବିଧା । ଅଧିକ ପଢନ୍ତୁ...

ନବରଙ୍ଗପୁର: ଭାରତମାଳା ପ୍ରକଳ୍ପ ପରିଯୋଜନାରେ ନବରଙ୍ଗପୁରରେ ରହିବ ପ୍ରବେଶ ଓ ପ୍ରସ୍ଥାନ ସୁବିଧା। ବିଶାଖାପାଟଣା - ରାୟପୁର ଭାରତମାଳା ସୁପର୍ ଫାଷ୍ଟ ରୋଡ ନବରଙ୍ଗପୁର ଜିଲ୍ଲାର ଧୋଡ୍ରା, ଡ଼ାବୁଗାଁ ଓ ନବରଙ୍ଗପୁର ଠାରେ ରହିବ ପ୍ରବେଶ ଓ ପ୍ରସ୍ଥାନ ସୁବିଧା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ ।

Bharatmala project three more entrance and exit point in nabarangpur
ନବରଙ୍ଗପୁରର ଆଉ ୩ ସ୍ଥାନରେ ରହିବ ପ୍ରବେଶ ଓ ପ୍ରସ୍ଥାନ
ନବରଙ୍ଗପୁରର ଆଉ ୩ ସ୍ଥାନରେ ରହିବ ପ୍ରବେଶ ଓ ପ୍ରସ୍ଥାନ

ବିଶାଖାପାଟଣାରୁ ରାୟପୁର ରାସ୍ତାକୁ ଭାରତମାଳା ଯୋଜନାରେ ସୁପରଫାଷ୍ଟ ରୋଡ ତିଆରି କରାଯାଉଛି । ଏହି ଯୋଜନାରେ ନବରଙ୍ଗପୁର ଜିଲ୍ଲା ଦେଇଯାଉଛି ସୁପରଫାଷ୍ଟ ରୋଡ । ଜିଲ୍ଲାରେ ପ୍ରବେଶ ପ୍ରସ୍ଥାନ ପାଇଁ ରାଜ୍ୟ ବିଜେପି ଉପସଭାପତି ବଳଭଦ୍ର ମାଝୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଗତ ୨୧.୦୨.୨୦୨୧ ରେ ଚିଠି ଲେଖିଥିଲେ । ଏହା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କ୍ରମେ ଜିଲ୍ଲାର ଆଉ ତିନୋଟି ସ୍ଥାନରେ ଭାରତମାଳା ଯୋଜନାର ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଜିଲ୍ଲାର ଧୋଡ୍ରା, ଡ଼ାବୁଗାଁ ଓ ନବରଙ୍ଗପୁରରେ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ରଖିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।

ତେବେ ଜିଲ୍ଲାରେ ପୂର୍ବରୁ ତିନୋଟ ସ୍ଥାନ ରାଇଘର, ଉମରକୋଟ ଓ ପାପାଡାହାଣ୍ଡିରେ ପ୍ରବେଶ ଓ ପ୍ରସ୍ଥାନ ସୁବିଧା ରହିଥିଲା । ଜିଲ୍ଲାବାସୀଙ୍କୁ ଭାରତମାଳା ଯୋଜନାରେ ସୁବିଧା ଯୋଗାଇଥିବାରୁ ଏନେଇ ବଳଭଦ୍ର ମାଝୀ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଥାଉକି ଭାରତମାଳା ପରିଯୋଜନାରେ ବିଶାଖାପାଟଣାରୁ ରାୟପୁର ମଧ୍ୟରେ ମୋଟ ୪୬୪ କିଲୋମିଟର ସୁପରଫାଷ୍ଟ ରାସ୍ତା ନିର୍ମାଣ କରାଯିବ । ମୋଟ ୬ ଲେନ ବିଶିଷ୍ଟ ଏହି ରାସ୍ତା ଆନ୍ଧ୍ରପ୍ରଦେଶ, ଓଡିଶା ଓ ଛତିଶଗଡ ମଧ୍ୟରେ ରହିବ । ଓଡିଶାର କୋରାପୁଟ, ନବରଙ୍ଗପୁର ଜିଲ୍ଲା ଦେଇ ଭାରତମାଳା ଯୋଜନାରେ ରାସ୍ତା ପ୍ରବେଶ କରିବ । ଏହି ପ୍ରକଳ୍ପର ପରିଯୋଜନାକୁ ୬ ଲାଇନ ବିଶିଷ୍ଟ ରାସ୍ତା ନିର୍ମାଣ ହେଲେ ଜିଲ୍ଲାର ଆର୍ଥନୈତିକ ବିକାଶ ସହ ସାମଗ୍ରୀକ ବିକାଶ ହୋଇ ପାରିବ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.