ପରିବା ହାଟରେ BCA ଛାତ୍ର, ବିକ୍ରି କରୁଛନ୍ତି ଭଳିକି ଭଳି ଶାଗ

author img

By

Published : Nov 27, 2022, 10:19 AM IST

ପରିବା ହାଟରେ ବିସିଏ ଛାତ୍ର

ପରିବା ହାଟରେ ଭଳିକି ଭଳି ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର ଡମ୍ବରୁ ଧର ମାଳି । ପାଠ ପଢିବା ସହ ପରିବାରର ବୋଝ ମୁଣ୍ଡାଇଛନ୍ତି ଡମ୍ବରୁ ଧର ମାଳି । ଅଧିକ ପଢନ୍ତୁ

ନବରଙ୍ଗପୁର: ପରିବା ହାଟରେ ବିସିଏ ଛାତ୍ର । କୋଶଳା, ପାଳଙ୍ଗ ଓ ମେଥି ପରି ଭଳିକି ଭଳି ଶାଗ ବିକ୍ରି କରୁଛନ୍ତି ବିସିଏ ଛାତ୍ର ଡମ୍ବରୁ ଧର ମାଳି । କଲେଜ ଯାଉଛନ୍ତି ପାଠ ବି ପଢୁଛନ୍ତି, କିନ୍ତୁ ପାଠପଢାରୁ ଚିକିଏ ସମୟ ମିଳିଲେ ପରିବାରର ବୋଝ ମୁଣ୍ଡାଉଛନ୍ତି । ଏଣୁ ସକାଳ ହେଲେ ନବରଙ୍ଗପୁର ପରିବା ହାଟରେ ସାଗର ପସରା ମେଲି ବସି ପଡୁଛନ୍ତି ଡମ୍ବୁର । ଚାଷୀ ପରିବାରର ହୋଇଥିବାରୁ ବାଡ଼ିରେ ହୋଇଥିବା ଭଳିକି ଭଳି ଶାଗ ଆଣି ବିକ୍ରି କରୁଛନ୍ତି ନବରଙ୍ଗପୁର ବଜାରରେ । ଡମ୍ବରୁ ଶାଗ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ବଢ଼ାଉଛନ୍ତି ସହାୟତାର ହାତ ।

କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଆସଙ୍ଗା ଗାଁରେ ଡମ୍ବରୁ ଧରଙ୍କ ଘର । ଜୟପୁର ବିକ୍ରମଦେବ କଲେଜରେ ସେ ସେ ବିସିଏ କୋର୍ସରେ ପାଠ ପଢୁଛନ୍ତି । ଆଉ ଗୋଟିଏ ସେମିଷ୍ଟାର ବାକି ଥିବା ବେଳେ ପାଠ ସରିଲା ପରେ ଚାକିରି ପାଇଁ ଆଶା ବାନ୍ଧି ବସିଛନ୍ତି ଡମ୍ବରୁ। ତେବେ ପାଠ ପଢା ସାଙ୍ଗକୁ ପରିବାର କେମିତି ଚଳାଇବେ ସେନେଇ ଚିନ୍ତା କରୁଥିଲେ । ଏହାପରେ ବାଡିରରେ ଚାଷ ହେଉଥିବା ଶାଗକୁ ବଜାରରେ ବିକ୍ରି କରିବାକୁ ଚିନ୍ତା କଲେ । ଏହାପରେ ବଜାରାକୁ ଯାଇ ଶାଗ ବିକ୍ରି କରିବା ଆରମ୍ଭ କଲେ ଡମ୍ବରୁ । ବର୍ଷସାରା ନିଜ ଜମିରେ କୋଶଳା, ପାଳଙ୍ଗ, ମେଥି, ଧନିଆ ପତ୍ର ଏଭଳି ଚାଷ କରି, ସେଗୁଡିକୁ ପରିବା ବଜାରରେ ବିକ୍ରି କରିଥାନ୍ତି ।

ପରିବା ହାଟରେ ବିସିଏ ଛାତ୍ର

ପ୍ରତିଦିନ ସକାଳ ହେଲେ 35 କିମି ଦୂରରୁ ବିକ୍ରି କରିବା ପାଇଁ ଆସନ୍ତି ନବରଙ୍ଗପୁର ବଜାରକୁ l ଶାଗବିକ୍ରି କରି ପ୍ରତିଦିନ 500 ଟଙ୍କା ଲାଭ ହେଉଥିବା କହିଛନ୍ତି ଡମ୍ବରୁ l ଯେଉଁ ବୟସରେ ଯୁବକ ମାନେ ପାଠ ପଢିବା ସହ ମଜା ମଜଲିସରେ ବ୍ୟସ୍ତ ରହୁଛନ୍ତି ଡମ୍ବରୁ କିନ୍ତୁ ସେହି ବୟସରେ ପରିବାର ବୋଝ ମୁଣ୍ଡାଇଛନ୍ତି । ବହୁ କଷ୍ଟରେ ଡମ୍ବରୁକୁ ପାଠ ପଢ଼ାଉଥିବା ବେଳେ ଚାକିରି ଟିଏ ମିଳିଲେ ଆଗକୁ ପରିବାର ଖୁସିରେ ରହିବେ ବୋଲି କହିଛନ୍ତି ଯୁବକଙ୍କ ଦାଦା । ଡମ୍ବରୁଙ୍କ ଏପରି କାମ ଆଜିର ଯୁବପିଢ଼ିଙ୍କ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ ।

ଏନେଇ ଡମ୍ବରୁ କହିଛନ୍ତି ଯେ, ''ମୁଁ ଜଣେ ଚାଷୀ ପରିବାରର, ଘରେ ଟିକିଏ ଅସୁବିଧା ଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡୁଛି, ତେଣୁ ଘର ଚଳାଇବା ପାଇଁ ମୁଁ ପରିବା ବଜାରରେ ଶାଗ ବିକ୍ରି କରୁଛି । ମୁଁ ପାଠ ପଢୁଛି ଶାଗ ମଧ୍ୟ ବିକ୍ରି କରୁଛି, ଯାହା ରୋଜଗାର କରୁଛି ପରିବାରର ଗୁଜୁରାଣ ମେଣ୍ଟାଉଛି ''।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.