ଚାର୍ଜରେ ବସିଥିବା ବେଟେରୀ ଗାଡିରେ ସଟସର୍କିଟ : ଜଳିଗଲା 9 ବାଇକ ଗୋଟିଏ କାର

author img

By

Published : Nov 23, 2022, 8:48 PM IST

ଚାର୍ଜରେ ବସିଥିବା ବେଟେରୀ ଗାଡିରେ ସଟସର୍କିଟ : ଜଳିଗଲା 9 ବାଇକ ଗୋଟିଏ କାର

ଚାର୍ଜ ବସିଥିବା ଏକ ବ୍ୟାଟେରୀ ଗାଡିରେ ସଟସର୍କିଟ । ଏଥିଯୋଗୁଁ ୯ଟି ବାଇକ ଓ ଗୋଟିଏ କାର ଜଳି ପାଉଁଶ ହେଇଗଲା । ଏଭଳି ଘଟଣା ଘଟିଛି ନବରଙ୍ଗପୁର ସାଇ ନଗର ଅଞ୍ଚଳରେ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର : ଚାର୍ଜରେ ବସିଥିବା ଏକ ବ୍ୟାଟେରୀ ଗାଡିରେ ସଟସର୍କିଟ । ଏଥିଯୋଗୁଁ ଜଳିଗଲା ୯ଟି ବାଇକ ଓ ଗୋଟିଏ କାର । ଏଭଳି ଘଟଣା ଘଟିଛି ନବରଙ୍ଗପୁର ସାଇ ନଗର ଅଞ୍ଚଳରେ । ଏହି ଅଞ୍ଚଳରେ ରୁହନ୍ତି ଏମଡି ଜାହିର । ଏମଡି ଜାହିର ନାମକ ଏହି ବ୍ୟକ୍ତିଙ୍କ ଘରେ ଭଡା ରହୁଥିବା ଲୋକ ମାନଙ୍କ ଗାଡି ଏବଂ ଗୋଟିଏ ହୁଣ୍ଡାଇ କାର ଥିଲା । ଏଥି ମଧ୍ୟରୁ ଗୋଟିଏ ବ୍ୟାଟେରୀ ଗାଡି ଚାର୍ଜରେ ବସିଥିଲା ।

ହେଲେ ହଠାତ ଚାର୍ଜରେ ବସିଥିବା ଗାଡ଼ିରେ ନିଆଁ ଲାଗିଥିଲା । ଫଳରେ ପାଖରେ ଥିବା ଅନ୍ୟ ୯ଟି ଗାଡିରେ ତୀବ୍ର ଗତିରେ ନିଆଁ ଲାଗିଯାଇଥିଲା । ତେବେ ଗାଡ଼ି ଗୁଡ଼ିକରୁ ଧୂଆଁ ଉଠିବାରୁ ଘର ମାଲିକ ସିସିଟିଭିରେ ଦେଖିଥିଲେ । ଏହାପରେ କବାଟ ଖୋଲି ଦେଖିଲା ବେଳେ ବୋମା ଫୁଟିଲା ଭଳି ଶବ୍ଦ ହୋଇଥିଲା । ଯାହା ଅତ୍ୟନ୍ତ ଭୟଙ୍କର ଥିଲା ।

ଏହା ମଧ୍ୟ ପଢନ୍ତୁ: Odisha Assembly Winter Session: ବିଜେପି କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ, କାଲି ବସିବ ବିଜେଡି ବୈଠକ

ବ୍ୟାଟେରୀ ଗାଡିରେ ଅଗ୍ନିକାଣ୍ଡ ଯୋଗୁଁ ୯ଟି ବାଇକ ପୋଡି ଯାଇଛି । ଏହାସହ ଏଠାରେ ଥିବା ଏକ କାର ମଧ୍ୟ ଆଂଶିକ ଭାବେ ପୋଡ଼ି ଯାଇଛି । ଏନେଇ ଘର ମାଲିକ ତୁରନ୍ତ କାରଟିକୁ ବାହାରକୁ ବାହାର କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୯ ଗୋଟି ବାଇକ ସମ୍ପୂର୍ଣ୍ଣ ପୋଡି ପାଉଁଶ ହେଇଯାଇଛି କାରଟି ସାମାନ୍ୟ ପୋଡ଼ି ଯାଇଛି ।

ଏହା ମଧ୍ୟ ପଢନ୍ତୁ: Odisha Assembly Winter Session: କାଲିଠୁ ବିଧାନସଭା, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଚାଲିବ ଅଧିବେଶନ

ସୂଚନା ଅନୁସାରେ ଆଜି ସକାଳେ ମାଲିକଙ୍କ ଘରେ ଜଣେ ଭଡ଼ାଟିଆ ତାଙ୍କ ବ୍ୟାଟେରୀ ଗାଡିକୁ ଆଣି ରଖିଥିଲେ । ହେଲେ ଗାଡ଼ିରେ ଥିବା ବ୍ୟାଟେରୀ ଚାର୍ଜ ନଥିବା ଦେଖିଥିଲେ । ଏହାପରେ ସମ୍ପୃକ୍ତ ବ୍ୟକ୍ତି ଜଣକ ତାଙ୍କ ଗାଡ଼ିଟିକୁ ଚାର୍ଜରେ ବସାଇଥିଲେ । କିନ୍ତୁ କିଛି ସମୟ ପରେ ଏଭଳି ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ 9ଟି ଗାଡ଼ି ପୁରା ଜଳିଯାଇଥିଲା । ଗାଡ଼ି ଗୁଡ଼ିକ ହୁହୁ ହୋଇ ଜଳୁଥିବା ଦେଖି ଭୟଭୀତ ହୋଇପଡ଼ିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.