ପୂର୍ବ ଶତ୍ରୁତାରୁ ନାବାଳକକୁ ଛୁରାମାଡ

author img

By

Published : Sep 19, 2022, 12:35 PM IST

attack on minor boy in nabarangpur

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନାବାଳକକୁ ଛୁରା ମାଡ଼ । ନବରଙ୍ଗପୁର ସହରର କେଉଟ ସାହି ନିକଟରେ ଏଭଳି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ମେଡ଼ିକାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ନବରଙ୍ଗପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୧୪ ବର୍ଷୀୟ ନାବାଳକକୁ ଛୁରାମାଡ଼ । ନବରଙ୍ଗପୁର ସହର ମଙ୍ଗରାଜ ସାହିର ବି ଶ୍ରୀନିବାସ ନାମକ ନାବାଳକକୁ ଦୁଇ ଜଣ ଛୁରାମାଡ଼ କରି ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ନାବାଳକକୁ ଜଣେ ବ୍ୟକ୍ତି ଦେଖି ନିଜ ବାଇକରେ ବସାଇ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ନବରଙ୍ଗପୁରରେ ଯୁବକଙ୍କୁ ଗୁଳିମାଡ, ମେଡିକାଲରେ ଭର୍ତ୍ତି

ନାବାଳକକୁ ମରଣାନ୍ତକ ଆକ୍ରମଣ

ବର୍ତ୍ତମାନ ନାବାଳକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଆହତ ନାବାଳକଙ୍କ ଅଭିଯୋଗ ଅନୁଯାୟୀ, ନବରଙ୍ଗପୁର ସହରର କେଉଟ ସାହି ଛକ ନିକଟରେ ଦୁଇ ଜଣ ଯୁବକ ଆସି ଛୁରାରେ ଆକ୍ରମଣ କରିଥିଲେ । ମେଦ୍ରୀ ସାହିର ସାଇ ନାମକ ଜଣେ ଯୁବକ ଅନ୍ୟ ଜଣେ ଯୁବକ ସହ ମିଶି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ବର୍ଷେ ତଳେ ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିବା ପ୍ରକାଶ କରିଛନ୍ତି ।

ନାବାଳକକୁ ଉଦ୍ଧାର କରିଥିବା ବ୍ୟକ୍ତି ଜଣକ କହିଛନ୍ତି କି, "ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସମସ୍ୟା ଥିବାରୁ ପିଲାଟିର ଚିକିତ୍ସାରେ ବିଳମ୍ବ ଦେଖାଦେଇଛି । ପୋଲିସ ପ୍ରଶାସନର ଅବହେଳା ଯୋଗୁଁ ବିଚ ରାସ୍ତାରେ ଏଭଳି ଘଟଣା ଘଟୁଛି ।" ନାବାଳକକୁ କୋରାପୁଟ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଉଛି । ଛୁରା ମାଡ କରିଥିବା ଦୁଇ ଜଣ ମଧ୍ୟ ନାବାଳକ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.