ଅଙ୍ଗନୱାଡି କର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

author img

By

Published : Nov 27, 2022, 11:05 PM IST

ଅଙ୍ଗନୱାଡି କର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଅଙ୍ଗନୱାଡ଼ି ଦିଦିଙ୍କ ପ୍ରତିବାଦ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଅଙ୍ଗନୱାଡ଼ି ଦିଦି । ଅଙ୍ଗନୱାଡ଼ି ଦିଦିଙ୍କ ମୁଖ୍ୟ ୮ ଗୋଟି ଦାବି ସରକାର ପୂରଣ ନ କରିବା ଯାଏଁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

ନବରଙ୍ଗପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଅଙ୍ଗନୱାଡ଼ି ଦିଦି । ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡ଼ି ଲେଡ଼ିଜ ୱାର୍କରସ ଆସସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ୨୭ ତାରିଖ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଓଡିଶା ସରକାରଙ୍କୁ ୧୨ ଦଫା ଦାବିପତ୍ର ପ୍ରଦାନ କରାଯିବ । ଏନେଇ ଜିଲ୍ଲାରେ କାର୍ଯ୍ୟରତ ପ୍ରତି ବ୍ଲକର ଅଙ୍ଗନୱାଡ଼ି କର୍ମୀ ଏକତ୍ରିତ ହୋଇ ଗାନ୍ଧୀ ଛକ ଠାରୁ ଏକ ବିଶାଳ ରାଲିରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ତେବେ 27 ତାରିଖ ଠାରୁ ପ୍ରତ୍ୟକ ବ୍ଲକ ଗୋଟିଏ ଦିନ ଲେଖାଏଁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସକାଳ ୧୦ ଘଣ୍ଟା ଠାରୁ ଅପରାହ୍ନ ୪ ଘଣ୍ଟା ଯାଏ ଅନିର୍ଦ୍ଧିଷ୍ଟ କାଳ ଯାଏଁ ପ୍ରତୀକ ଧାରଣା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି l ଅଙ୍ଗନୱାଡ଼ି କର୍ମୀ ଙ୍କ ମୁଖ୍ୟ ୮ ଗୋଟି ଦାବି ସରକାର ପୂରଣ ନ କରିବା ଯାଏ ଆନ୍ଦୋଳନରୁ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ଅଙ୍ଗନୱାଡ଼ି କର୍ମୀ ।

ଅନ୍ୟପଟେ ଦୀର୍ଘ ଦିନରୁ ଅଙ୍ଗନୱାଡ଼ି କର୍ମୀମାନେ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲା ଯାଉ ନାହିଁ । ଫଳରେ ଶିଶୁ ମାନଙ୍କ ଖାଇବା ପଢିବା ସବୁ ଠପ ହୋଇଯାଇଛି । ତେବେ ଅଙ୍ଗନୱାଡ଼ି କର୍ମୀମାନଙ୍କ ଆନ୍ଦୋଳନ କେତେ ମାତ୍ରାରେ ଫଳପ୍ରଦ ହେଉଛି ଏବେ ତାହା ହିଁ ଦେଖିବାକୁ ବାକି ରହିଲା l

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.