ପାଠ ଶେଷ କରିନଥିବାରୁ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼, ଥାନାରେ ଏତଲା

author img

By

Published : Nov 11, 2022, 3:39 PM IST

allegation against computer teacher for beaten student in nabarangpur adarsh school

ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ । ପାଠ ଶେଷ କରିନଥିବାରୁ ଦ୍ବିତୀୟ ଶ୍ରେଣୀ ଛାତ୍ରକୁ କମ୍ପ୍ୟୁଟର ଶିକ୍ଷକଙ୍କ ନିର୍ଦ୍ଧୁମ ମାଡ଼ ଅଭିଯୋଗ । ଥାନାର ଦ୍ବାରସ୍ଥ ହେଲେ ଅଭିଭାବକ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର: ଛାତ୍ରଛାତ୍ରୀଙ୍କୁ ଭୟମୁକ୍ତ ଭାବେ ସ୍କୁଲ୍‌ ଆସିବାକୁ ସରକାର ସ୍କୁଲ ଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି । କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ସମୟ ଅବଧି ମଧ୍ୟରେ ସ୍କୁଲର ପାଠ୍ୟକର୍ମ କାର୍ଯ୍ୟ ଶେଷ କରିନଥିବାରୁ ଜଣେ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକଙ୍କ ନିର୍ଦ୍ଧୁମ ମାଡ଼ । ଆହତ ଅବସ୍ଥାରେ ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ, ଉକ୍ତ ଶିକ୍ଷକଙ୍କ ବିରୋଧରେ ପରିବାର ଲୋକେ ଥାନାରେ ଏତଲା ଦେଇଛନ୍ତି ।

ପାଠ ଶେଷ କରିନଥିବାରୁ ଦ୍ବିତୀୟ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼

ଅଭିଯୋଗ ଅନୁଯାୟୀ, ନବରଙ୍ଗପୁର ଏଚଡିଏଫସି ବ୍ୟାଙ୍କ ଗଳି ସାହିର ରାଜେଶ ପ୍ରଧାନଙ୍କ ପୁଅ ମୌସମ ପ୍ରଧାନ କେନ୍ଦ୍ରୀୟ ବିଦ୍ୟାଳୟର ଦ୍ଵିତୀୟ ଶ୍ରେଣୀରେ ଅଧୟନ କରନ୍ତି । କମ୍ପ୍ୟୁଟର ଶିକ୍ଷକ ପ୍ରଶାନ୍ତ କୁମାର ଗୁପ୍ତା ପିଲାଙ୍କୁ ସ୍କୁଲ ପାଠ୍ୟକ୍ରମ କାର୍ଯ୍ୟ ପ୍ରଦାନ କରିଥିଲେ । ଏଥିସହ ସମୟ ଅବଧି ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମୌସମ ପାଠ ଶେଷ କରିନଥିବାରୁ ତାଙ୍କ ଗାଲରେ ଶକ୍ତ ଚାପୁଡା଼ ମାରିଥିଲେ ଶିକ୍ଷକ । ଏଥିରେ ମୌସମ ଭୟଭୀତ ହୋଇ ଘରେ ପରିବାର ଲୋକଙ୍କୁ ଜଣାଇଥିଲେ ଏବଂ ଗାଲ ଫୁଲିଯିବା ସହ ବିନ୍ଧୁଥିବା କହିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ, କର୍ତ୍ତୃପକ୍ଷଙ୍କୁ ଦାୟୀ କରିଲେ ପରିବାର ଲୋକେ

ଆହତ ଅବସ୍ଥାରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଉକ୍ତ ଶିକ୍ଷକ ପ୍ରତିଦିନ ଅନ୍ୟମାନଙ୍କୁ ମାଡ଼ମାରୁଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ପୀଡିତ ଛାତ୍ରଙ୍କ ବାପା ରାଜେଶ ନବରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇ ଏତଲା ଦାୟର କରିଛନ୍ତି । ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.